ସେଲୁନ ବ୍ୟବସାୟରେ ପାଦ ଦେବ ଆରଆଇଏଲ

ମୁମ୍ବାଇ,୫ା୧୧: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ପ୍ରମୁଖ ସଂସ୍ଥା ରିଲାଏନ୍ସ ରିଟେଲ ଜରିଆରେ ଆର୍‌ଆଇଏଲ୍‌ ଆଉ ଏକ ବ୍ୟବସାୟରେ ପ୍ରବେଶ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଚେନ୍ନାଇଭିତ୍ତିକ ସେଲୁନ୍‌ ଓ ସ୍ପା ଚେନ୍‌ ନାଚୁରାଲ୍ସର ୪୯% ଅଂଶଧନ କିଣିବାକୁ ଆର୍‌ଆଇଏଲ୍‌ ଯୋଜନା କରୁଛି। ଏପରିକି ନାଚୁରାଲ୍ସର ମୂଳ କମ୍ପାନୀ ଗ୍ରୁମ୍‌ ଇଣ୍ଡିଆ ସେଲୁନ୍ସ ଆଣ୍ଡ ସ୍ପାର ଦେଶବ୍ୟାପୀ ୬୫୦ ରୁ ଅଧିକ ସେଲୁନ୍‌ ଓ ସ୍ପା ଆଉଟ୍‌ଲେଟ୍‌ ରହିଛି। ଫଳରେ ଆର୍‌ଆଇଏଲ୍‌ ଏଚ୍‌ୟୁଏଲ୍‌ ସହ ସମକକ୍ଷ ହୋଇପାରିବ ବୋଲି କୁହାଯାଉଛି। ସେହିଭଳି ରିଲାଏନ୍ସ ଦ୍ବାରା କମ୍ପାନୀର ୪୯% ଅଧିଗ୍ରହଣ ପରେ ବି ନାଚୁରାଲ୍ସ ସଂସ୍ଥାର ପରିଚାଳନା ଦାୟିତ୍ୱ ନିଜ ହାତରେ ରଖିବ ବୋଲି କୁହାଯାଉଛି। କିନ୍ତୁ ନେଟ୍‌ଓ୍ବର୍କ ସମ୍ପ୍ରସାରଣରେ ରିଲାଏନ୍ସ ବ୍ୟାପକ ସହଯୋଗ ଓ ସହାୟତା ପ୍ରଦାନ କରିବ ବୋଲି ଜଣାପଡିଛି। ସେହିପରି କରୋନା ମହାମାରୀ ସମୟରେ ଦେଶରେ ସେଲୁନ୍‌ ଶିଳ୍ପ ବେଶ୍‌ ପ୍ରଭାବିତ ହୋଇଥିଲା। ଫଳରେ କମ୍ପାନୀ (ନାଚୁରାଲ୍ସ) ବିପୁଳ ପରିମାଣର କ୍ଷତି ସହିଥିଲା। ହେଲେ ବର୍ତ୍ତମାନ ରିଲାଏନ୍ସ ଉକ୍ତ କମ୍ପାନୀର ଅଂଶଧନ କ୍ରୟ କରିବା ପରେ ନାଚୁରାଲ୍ସ ପରିସ୍ଥିତିରେ ସୁଧାର ଆସିବା ଯଥେଷ୍ଟ ସମ୍ଭାବନା ରହିଛି। ଆର୍‌ଆଇଏଲ୍‌ କେବଳ ସେଲୁନ୍‌ ନୁହେଁ, ବିଉଟି ପ୍ରଡକ୍ଟ ମଧ୍ୟ ବିକ୍ରି ପାଇଁ ବ୍ୟାପକ ଷ୍ଟୋର ଖୋଲିବ ବୋଲି ଯୋଜନା କରୁଛି। ଅପରପକ୍ଷରେ ପେଟ୍ରୋଲିୟମଠାରୁ ଆରମ୍ଭ କରି ମୋବାଇଲ ସେବା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସାୟରେ ପ୍ରବେଶ କରିସାରିଥିବା ମୁକେଶ ଅମ୍ବାନୀ ବର୍ତ୍ତମାନ ସେଲୁନ୍‌ ବ୍ୟବସାୟରେ ପ୍ରବେଶ କରିବେ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri