ଗେଲ୍‌ ଇଣ୍ଡିଆର ଅର୍ଦ୍ଧବାର୍ଷିକ ଫଳାଫଳ

ନୂଆଦିଲ୍ଲୀ, ୫ା୧୧: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗ୍ୟାସ୍‌ ଅଥରିଟ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଗେଲ୍‌ ) ପକ୍ଷରୁ ଚଳିତ ଆର୍ଥିକ ବର୍ଷ ୨ୟ ତ୍ରୈମାସିକ ବା ଅର୍ଦ୍ଧବାର୍ଷିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ଆର୍ଥକ ବର୍ଷର ଏପ୍ରିଲରୁ ସେପ୍ଟେମ୍ବର ଶେଷ ସୁଦ୍ଧା କମ୍ପାନୀ ମୋଟ ୭୬,୦୬୩ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଥିବା ଜଣାପଡିଛି। ଏହା ଗତ ଆର୍ଥିକ ବର୍ଷ ୨୦୨୧-୨୨ର ରାଜସ୍ବ ସଂଗ୍ରହ ୩୮,୯୦୨ କୋଟି ଟଙ୍କା ତୁଳନାରେ ଯଥେଷ୍ଟ ଅଧିକ ରହିଛି। ସେହିଭଳି ଚଳିତ ଆର୍ଥିକ ବର୍ଷର ଅର୍ଦ୍ଧବାର୍ଷିକ ପାଇଁ ପିବିଟି ୫,୭୭୦ କୋଟି ରହିଥିଲା। ଏହା ପୂର୍ବ ବର୍ଷର ସମାନ ଅବଧି ମଧ୍ୟରେ ୫,୭୩୬ କୋଟି ଟଙ୍କା ଥିଲା। ସେହିପରି ପିଏଟିରେ ମଧ୍ୟ ଲାଭ ୪,୪୫୨ କୋଟିରେ ପହଞ୍ଚତ୍ଛି। ପୂର୍ବ ବର୍ଷର ସମାନ ଅବଧି ମଧ୍ୟରେ ୪,୩୯୩ କୋଟି ଟଙ୍କା ରହିଥିଲା। ଅପରପକ୍ଷରେ ତ୍ରୈମାସିକ ଭିତ୍ତିରେ କମ୍ପାନୀର କ୍ୟୁ୨ ଆର୍ଥକ ବର୍ଷ ୨୩ରେ ୩୮,୪୯୧ କୋଟି ରହିଥିଲା। ହେଲେ କ୍ୟୁ୧ ଆର୍ଥକ ବର୍ଷ ୨୩ ରେ ଏହି ପରିମାଣ ୩୭,୫୭୨କୋଟି ଟଙ୍କା ଥିଲା। ଏପରିକି କ୍ୟୁ ୨ଆର୍ଥିକ ବର୍ଷ ୨୩ ରେ ପିବିଟି ୧,୮୭୬ କୋଟି ଟଙ୍କା ଥିଲା। ପୂର୍ବ ତ୍ରୈମାସରେ ୩,୮୯୪ କୋଟି ରହିଥିଲା। ପିଏଟି ୨,୯୧୫ କୋଟି ତୁଳନାରେ କ୍ୟୁ୨ ଚଳିତ ଆର୍ଥକ ବର୍ଷର ୨୩ରେ ୧,୫୩୭ କୋଟି ଟଙ୍କାରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ପ୍ରାକୃତିକ ଗ୍ୟାସ୍‌ ପରିବହନ ପରିମାଣ ୧୦୭.୭୧ ଏମ୍‌ଏମ୍‌ଏସ୍‌ସିଏମ୍‌ଡି ରହିଛି। ହେଲେ କ୍ୟୁ୧ ଆର୍ଥକ ବର୍ଷ୨୩ ରେ ୧୦୯.୪୭ ଏମ୍‌ଏମ୍‌ଏସ୍‌ସିଏମ୍‌ଡିରେ ଥିଲା। ସେହିଭଳି ଗ୍ୟାସ୍‌ ମାର୍କେଟିଂ ପରିମାଣ ୯୨.୫୪ ଏମ୍‌ଏମ୍‌ଏସ୍‌ସିଏମ୍‌ଡି ହୋଇଥିବା ବେଳେ ପୂର୍ବ ତ୍ରୈ ମାସରେ ଏହା ୧୦୦.୮୪ ଏମ୍‌ଏମ୍‌ଏସ୍‌ସିଏମ୍‌ଡିରେ ରହିଥିଲା। ସେହିପରି ଏଲ୍‌ଏଚ୍‌ସି ବିକ୍ରୟ ୨୩୧ ଟିଏମ୍‌ଟି ହୋଇଥିବା ବେଳେ ପୂର୍ବ ତ୍ରୈମାସିକରେ ଏହା ୨୨୦ ଟିଏମ୍‌ଟି ରହିଥିଲା। ପଲିମର ବିକ୍ରୟ ୧୦୮ ଟିଏମ୍‌ଟି ହୋଇଥିବା ବେଳେ ପୂର୍ବ ତ୍ରୈମାସିକରେ ଏହା ୧୦୯ ଟିଏମ୍‌ଟିରେ ଥିଲା। ଅପରପକ୍ଷରେ ଏକତ୍ରିତ ଭିତ୍ତିରେ କମ୍ପାନୀର କ୍ୟୁ ୨ ଆର୍ଥିକ ବର୍ଷ ୨୩ ରେ ଅପରେଶନଠାରୁ ରାଜସ୍ବ ୨% ବୃଦ୍ଧି ହୋଇ ୩୮,୭୨୯ କୋଟିରେ ପହଞ୍ଚତ୍ଛି। କ୍ୟୁ୧ ଆର୍ଥକ ବର୍ଷ ୨୩ରେ ୩୭,୯୪୨କୋଟି ଟଙ୍କା ଥିଲା। କ୍ୟୁ୨ ଆର୍ଥକ ବର୍ଷ ୨୩ରେ ପିବିଟି ୧,୬୭୫ କୋଟିରେ ଥିଲାବେଳେ କ୍ୟୁ୧ ଆର୍ଥକ ବର୍ଷ ୨୩ରେ ୪,୨୩୦ କୋଟି ଟଙ୍କା ରହିଥିଲା। ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସରେ ପିଏଟି ୧,୩୧୫ କୋଟି ଟଙ୍କା ହୋଇଥିଲା ବେଳେ କ୍ୟୁ୧ ଆର୍ଥକ ବର୍ଷ ୨୩ ରେ ୩,୨୫୩ କୋଟି ଟଙ୍କା ରହିଥିଲା। ଏ ସମ୍ପର୍କରେ ଗେଲ୍‌ର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ କୁମାର ଗୁପ୍ତା କହିଛନ୍ତି, ଚଳିତ ଆର୍ଥକ ବର୍ଷର ପ୍ରଥମ ୬ ମାସ (ଅର୍ଦ୍ଧ ବର୍ଷ) ମଧ୍ୟରେ ପାଇପଲାଇନ, ପେଟ୍ରୋକେମିକାଲ୍ସ, ଇକ୍ୱିଟି ଟୁ ଜେଭି ଇତ୍ୟାଦି କମ୍ପାନୀରେ କେପେକ୍ସ ପ୍ରାୟ ୩,୯୭୦ କୋଟି ଟଙ୍କା ଆୟ କରିଛି, ଯାହା ବାର୍ଷିକ ଲକ୍ଷ୍ୟର ୫୩% ଅଭିବୃଦ୍ଧି। ସେହିଭଳି କର୍ପୋରେଟ୍‌ ଇନ୍‌ସଲଭେନ୍ସି ରିଜୋଲ୍ୟୁଶନ ପ୍ରକ୍ରିୟା ମାଧ୍ୟମରେ ଜେବିଏଫ୍‌ ପେଟ୍ରୋକେମିକାଲ୍‌ ଲିମିଟେଡ୍‌ ହାସଲ କରିବା ପାଇଁ କ୍ରେଡିଟର କମିଟି ଦ୍ୱାରା ଗେଲ୍‌କୁ ସଫଳ ରିଜୋଲ୍ୟୁଶନ ଆବେଦନକାରୀ ଭାବେ ଘୋଷଣା କରାଯାଇଛି ବୋଲି ସେ ମତପ୍ରକାଶ କରିଛନ୍ତି। ଏହା ସହିତ କମ୍ପାନୀ ଦେଶର ଦକ୍ଷିଣ ଭାଗରେ ଏହାର ଉପସ୍ଥିତି ଆହୁରି ବିସ୍ତାର କରିବ ବୋଲି ଯୋଜନା କରାଯାଉଥିବା ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?