ଫ୍ୟୁଚର ଗ୍ରୁପ୍‌ ସହ ଚୁକ୍ତି ବାତିଲ କଲା ଆର୍‌ଆଇଏଲ୍‌

ନୂଆଦିଲ୍ଲୀ,୨୪।୪: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌) ପକ୍ଷରୁ ଫ୍ୟୁଚର ଗ୍ରୁପ୍‌ ସହ ନିଜର ୨୪,୭୧୩ କୋଟି ଟଙ୍କାର କାରବାରକୁ ବାତିଲ କରି ଦିଆଯାଇଛି। ଏହି କାରବାରକୁ ଋଣଦାତାଙ୍କ ବୈଠକରେ ମଞ୍ଜୁରୀ ମିଳି ନ ଥିବାରୁ ଏହାକୁ ଆଉ ଆଗକୁ ବଢ଼ାଯିବନାହିଁ ବୋଲି ଆର୍‌ଆଇଏଲ୍‌ ପକ୍ଷରୁ ଶନିବାର କୁହାଯାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଶେୟାର ବଜାରକୁ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ, ଫ୍ୟୁଚର ରିଟେଲ୍‌ ଲିମିଟେଡ୍‌ (ଏଫ୍‌ଆର୍‌ଏଲ୍‌) ଏବଂ ଫ୍ୟୁଚର ଗ୍ରୁପ୍‌ର କମ୍ପାନୀଗୁଡିକ ସହିତ କାରବାରର ମଞ୍ଜୁରୀ ପାଇଁ ହୋଇଥିବା ବୈଠକରେ ଶେୟାରଧାରକ ଏବଂ ଅସୁରକ୍ଷିତ ଋଣଦାତାମାନେ ସପକ୍ଷରେ ବହୁମତ ଦେଇଥିଲେ। ତେବେ ସୁରକ୍ଷିତ ଋଣଦାତାମାନେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏଭଳି ପରିସ୍ଥିତିରେ ଯୋଜନା କାର୍ଯ୍ୟକାରୀ କରାଯାଇ ହେବନାହିଁ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରି ନିଜ ବୟାନରେ କହିଛି।
ଫ୍ୟୁଚର ଗ୍ରୁପ୍‌ ପକ୍ଷରୁ ଅଗଷ୍ଟ ୨୦୨୦ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର କମ୍ପାନୀ ରିଲାଏନ୍ସ ରିଟେଲ୍‌ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ସହ ୨୪,୭୧୩ କୋଟି ଟଙ୍କାର ମିଶ୍ରଣ ଚୁକ୍ତି ଘୋଷଣା ହୋଇଥିଲା। ଏହି ଚୁକ୍ତି ଅନୁସାରେ ରିଟେଲ୍‌, ହୋଲ୍‌ସେଲ୍‌, ଲଜିଷ୍ଟିକ୍‌ ଏବଂ ଓ୍ବେର୍‌ହାଉସ୍‌ ସେଗ୍‌ମେଣ୍ଟରେ ସକ୍ରିୟ ଥିବା ଫ୍ୟୁଚର ଗ୍ରୁପ୍‌ର ୧୯ଟି କମ୍ପାନୀର ୯୪୭ଟି ଷ୍ଟୋରକୁ ରିଲାଏନ୍ସ ରିଟେଲ ଅଧିଗ୍ରହଣ କରିବା ଯୋଜନା ରହିଥିଲା। ଏହି ମିଶ୍ରଣ ଚୁକ୍ତି ଘୋଷଣା ପରେ ଅଗ୍ରଣୀ ଇ-କମର୍ସ କମ୍ପାନୀ ଆମାଜନ୍‌ ପକ୍ଷରୁ ଏହାର ବିରୋଧ କରାଯାଇଥିଲା। ଏହି ଚୁକ୍ତି ଆମାଜନ ସହିତ ଫ୍ୟୁଚର ଗ୍ରୁପ୍‌ର ନିବେଶ ବୁଝାମଣାକୁ ଉଲ୍ଲଂଘନ କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
ଏହି ବିବାଦ ମଧ୍ୟରେ ଶେୟାରଧାରକ ଏବଂ ଋଣଦାତାମାନଙ୍କର ମଞ୍ଜୁରୀ ପାଇଁ ଫ୍ୟୁଚର ଗ୍ରୁପ୍‌ର ସମ୍ବନ୍ଧିତ କମ୍ପାନୀଗୁଡ଼ିକ ଗତ ୭ଦିନ ମଧ୍ୟରେ ଅଲଗା ଅଲଗା ବୈଠକ ଡକାଇଥିଲେ। ଶେୟାରଧାରକ ଏବଂ ଅସୁରକ୍ଷିତ ଋଣଦାତାମାନେ ଚୁକ୍ତି ସପକ୍ଷରେ ଥିଲେ ମଧ୍ୟ ସୁରକ୍ଷିତ ଋଣଦାତାମାନେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିବା ଫ୍ୟୁଚର ଗ୍ରୁପ୍‌ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଥିଲା। ଏହି ପରିପେକ୍ଷୀରେ ଆର୍‌ଆଇଏଲ୍‌ ପକ୍ଷରୁ ଚୁକ୍ତି ରଦ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ଭୁବନେଶ୍ବର,୧୩।୨: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମଲ୍ଟି କମୋଡିଟି…

ବିଶ୍ୱ ବଜାରରେ କମିଲା ତୈଳ ଦର, ଭାରତରେ କମିବ କି ?

ନୂଆଦିଲ୍ଲୀ,୧୩।୨: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତୈଳ ଦର କ୍ରମାଗତ ଦ୍ୱିତୀୟ ସପ୍ତାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri