ଧର୍ମ ନା ଅଧର୍ମ

ପବିତ୍ର ଶ୍ରାବଣ ମାସଟା ଯାକ ନିରାମିଷ ଭକ୍ଷଣ କରିବା ସହିତ ସୋମବାରଗୁଡ଼ିକରେ ଉପବାସ ରଖି ମହାଦେବଙ୍କୁ ଜଳଲାଗି କରାଯାଏ। ହଜାର ହଜାର ଭକ୍ତ ଦିନେ କିମ୍ବା ଦୁଇଦିନ ଆଗରୁ ପାଣି ନେଇ ସୋମବାର ମନ୍ଦିରରେ ଜଳ ଅର୍ପଣ କରି ଶିବ ଦର୍ଶନ କରି ସନ୍ତୋଷଲାଭ କରନ୍ତି। ଏପରିକି ମାସଟି ଯାକ କିଛି ଜଣ ଚୁଟି, ନିଶ, ଦାଢ଼ି ବି କାଟନ୍ତି ନାହିଁ। ଶ୍ରାବଣ ମାସର ପ୍ରତି ସୋମବାର ବଡ଼ି ଭୋରରୁ ଉଠି ଠାକୁର ଦର୍ଶନ ଓ ପୂଜା ଅର୍ଚ୍ଚନା ସହ ଦାନ କରି ପୁଣ୍ୟ ଅର୍ଜନ କରନ୍ତି। ମାତ୍ର ସତ କହିବାକୁ ଗଲେ ପୁଣ୍ୟ କରିବା ଆଳରେ ଯାହା ଭକ୍ତଙ୍କ ସହ ହୁଏ, ତାହା କେତେ ଧର୍ମ କେତେ ଅଧର୍ମ ପାଠକ କହିବେ।
ପୂର୍ବେ କାଉଡ଼ିଆମାନଙ୍କ ପଟୁଆର ଦେଖି ଓ ‘ବୋଲବମ’ ଧ୍ୱନି ଶୁଣି ଯେଉଁଠି ମନରେ ଭକ୍ତି ଭାବନା ସୃଷ୍ଟି ହେଉଥିଲା, ଆଜିକାଲି ସେମାନଙ୍କ ଫିଲ୍ମ ଓ ଦ୍ବିଅର୍ଥବୋଧକ ଶିବନାମ ଶୁଣି ମନ ବ୍ୟଥିତ ହେଉଛି। ପୁରୁଷ ଓ ମହିଳା ଉଭୟେ ପାଣି ନେଇ ଯାତ୍ରା କରୁଥିବାରୁ ସମୟ ସମୟରେ କଥା କଟାକଟି ଓ ଝଗଡ଼ା ବି ଦେଖିବାକୁ ମିଳୁଛି। ସ୍କୁଲ ଓ କଲେଜରେ ପଢ଼ୁଥିବା କମ୍‌ ବୟସର ପିଲା ମଧ୍ୟ କାନ୍ଧରେ ଜଳ ଧରି ବହୁ ଦୂରଦୂରାନ୍ତରୁ ପାଦରେ ଚାଲି ମହାଦେବଙ୍କୁ ଜଳ ଲାଗି କରୁଛନ୍ତି ସତ; ମାତ୍ର ତା’ ପଛର ଉଦ୍ଦେଶ୍ୟ ଭକ୍ତି ନା ସାଙ୍ଗମେଳିରେ ମଜା କରିବା ତାହା ସେମାନଙ୍କ ହାବଭାବରୁ ଅଭିଜ୍ଞ ଲୋକ ନିଶ୍ଚିତ ଠଉରେଇପାରିବ। ଜଳ କାନ୍ଧରେ ଧରି ଏସବୁ କରିବାକୁ ସେମାନଙ୍କ ବିବେକ କେମିତି ବାଧା ଦେଉନାହିଁ, ସେ ଆଉ ଗୋଟେ ପ୍ରଶ୍ନ ! ମିନି ଟ୍ରକ୍‌, ଟ୍ରାକ୍ଟରରେ ଗାଡ଼ିଭର୍ତ୍ତି ଲୋକ ବୋଝଇ ହୋଇ ଜଳଲାଗି ପାଇଁ ଯାଉଥିବାର ଦେଖିବାକୁ ମିଳୁଛି, କିନ୍ତୁ ଉଚ୍ଚ ଶବ୍ଦଯୁକ୍ତ ଭଜନ ଓ ଜଣାଣରେ ଭକ୍ତି କମ୍‌, ମଉଜ ମଜ୍‌ଲିସ ବେଶି ଦେଖାଯାଉଛି। ନୀରବରେ ଭକ୍ତି ନିବେଦନର ସମୟ ବୋଧେ ଆଉ ନାହିଁ ?
ମନ୍ଦିରରେ ଦିଅଁ ଦର୍ଶନ କଥା ଆଲୋଚନା କରାଯାଉ। ଭକ୍ତଗଣ ଭଗବାନ୍‌ଙ୍କ ନିକଟରେ ଅର୍ପଣ କରିବା ପାଇଁ ଭୋଗ, ଦୀପ, କ୍ଷୀର ଆଦି ମନ୍ଦିର ପ୍ରାଙ୍ଗଣରେ ଥିବା ଦୋକାନରୁ କିଣିନେବା ଉଚିତ ମନେକରନ୍ତି l ସବୁ ତ ମିଳିଯାଉଛି କିଣା ଆଜିକାଲି, କ’ଣ ଦରକାର ଘରୁ ସବୁ ସଜାଇ ନେବା ? ତେଣେ ଦୋକାନୀ ଦୀପ, ଭୋଗର ଦୁଇଗୁଣା ଦାମ୍‌ ପଛକେ ନେଉ, ଚିନ୍ତା ନାହିଁ। ଏବେ ଆସିବା ଶିବଲିଙ୍ଗ ଉପରେ ଢଳା ହେଉଥିବା କ୍ଷୀର କଥାକୁ, ଦୋକାନୀ ମହାଶୟ ଗୋଟିଏ ଲିଟର କ୍ଷୀରକୁ ଚାରି ଲିଟର (ପାଣି ମିଶେଇ) କରି ନିଃସଙ୍କୋଚରେ ବିକ୍ରି କରନ୍ତି ଆଉ ଆମେ ବି କିଣିନେଉ l ହଁ ଠାକୁରଙ୍କ ଉପରେ ଢଳା ହେଉଛି ତ, କ୍ଷୀର ପାଣିଆ ହେଲେ କ’ଣ ହେଲା ! ପବିତ୍ର ଶ୍ରାବଣ ମାସରେ ଏତେ ବଡ଼ ଅଧର୍ମ ହେବା କଥା, ଆମେ ଦେଖି ବି ନ ଦେଖିଲା ଭଳିଆ ରହୁ। ଦୋକାନୀ ତ ବେପାର କରିବ, ତା’ ପାଇଁ ଏ କାମ ବର୍ଷଯାକର ତେଣୁ ତାକୁ ବେଶି କିଛି ଫରକ ପଡ଼େ ନାହିଁ।
ଏହା ପରେ ଆମେ ଯିବା ଟିକେ ପରିବା ହାଟକୁ। ବାବାରେ ପରିବା ଦର ଯେ ଆକାଶଛୁଆଁ। କୌଣସି ପରିବା କିଲୋ ପିଛା ୬୦ ବା ୭୦ରୁ କମ୍‌ ନୁହେଁ। ଟମାଟୋ, ବିନ୍ସର ଦାମ୍‌ ତ ନ କହିବା ଭଲ। ସାଧାରଣ କଞ୍ଚାଲଙ୍କା କିଲୋ ୨oo, ସେ ପୁଣି ପାଣି ଦେଇ ରଖିଦେବାରୁ ଶୀଘ୍ର ଶଢ଼ିଯାଉଛି। ଶାଗବିଡ଼ା ୧oରୁ ୧୫ ଟଙ୍କା, ନିରାମିଷ ରୋଷେଇ ପାଇଁ ପରିବା ଟିକେ ଦରକାର, ହେଲେ ଉଚ୍ଚା ଦର ଯୋଗୁ ବାଧ୍ୟ ହୋଇ ଲୋକେ ଆଳୁ ଉପରେ ଅଧିକ ନିର୍ଭରଶୀଳ। ହେଲେ ଆଳୁ ଦର ବି ଏବର୍ଷ ଆକାଶଛୁଆଁ, କ’ଣ ଖାଇବ ଖାଅ ! ଆଳୁକୁ ନେଇ ରାଜନୀତି ବି ହେଉଛି, ଏଇଟା କ’ଣ କୌଣସି ଅଧର୍ମଠାରୁ କମ୍‌ କି ? ଆମିଷ ବାରଗୁଡ଼ିକରେ ଅଲୋଡ଼ା ହେଉଥିବା ପରିବାଗୁଡ଼ିକ ଯେମିତି ପ୍ରତିଶୋଧ ନେବା ପାଇଁ ଅପେକ୍ଷା କରିବସିଛନ୍ତି। ମନରେ ସନ୍ଦେହ ଆସେ ସତରେ କ’ଣ ଏସବୁ ପରିବା ଉତ୍ପାଦନରେ ଏତେ ଖର୍ଚ୍ଚ ହୁଏ ନା ବେପାର ପାଇଁ ଇଏ ପ୍ରକୃତ ସମୟ ଜାଣି ବେପାରୀ ନିଜ ଲାଭ ବାହାର କରିଦିଅନ୍ତି। ଚାଷୀ ପରିଶ୍ରମ କରି ଉପାର୍ଜନ କରିବ, ପଚିଶଢ଼ି ଯିବା ଭୟରେ ସମୟ ଥାଇ ବେପାରୀଙ୍କୁ ବିକିବ କମ୍‌ ମୂଲ୍ୟରେ। ବେପାରୀ ଏହାର ଲାଭ ଉଠେଇବେ ପରିବାକୁ ଦୁଇଗୁଣା ଦାମ୍‌ରେ ବିକି, ଚାଷୀ ବିଚରା ଯେଉଁ ଅଭାବକୁ ସେଇ ଅଭାବରେ।
ବାସ୍ତବରେ ଧର୍ମ ବୋଲି କହି ଲୋକେ ଯାହା କରନ୍ତି, ତାହା ତାଙ୍କ ଆଚରଣରେ ପ୍ରତିଫଳିତ ହୁଏ କି ? ମନ୍ଦିରକୁ ଯାଇ ଗରିବ, ଭିକାରିମାନଙ୍କୁ ଦେବା ପାଇଁ ଦ୍ୱଧା ବା ସଂକୋଚ; ମାତ୍ର ପୂଜକ ବା ବ୍ରାହ୍ମଣଙ୍କୁ ଦକ୍ଷିଣା ରୂପେ ତା’ ଠାରୁ ଅଧିକ ଦେବାର ଉଦାରତା କେଉଁ ଭଳି ମାନସିକତା, ମୋତେ ଏହି ପ୍ରଶ୍ନ ସବୁବେଳେ ବ୍ୟଥିତ କରେ। ଆବଶ୍ୟକତା ଥିବା ବ୍ୟକ୍ତିର ସାହାଯ୍ୟ ଯେ ଶ୍ରେଷ୍ଠ ଈଶ୍ୱର ସେବା, ଏହା ସାଧାରଣ ଲୋକେ କେବେ ବୁଝିବେ ?
ଉପରୋକ୍ତ ବିଷୟରେ ଅବତାରଣା ଜରୁରୀ ମନେହୁଏ କାରଣ, ଆମେ ଶ୍ରାବଣ ମାସରେ ଧର୍ମ ପାଳନ କରୁଛେ ବୋଲି ନିଜ ମନକୁ ସିନା ବୁଝେଇ ଦେଉ, ହେଲେ ଗଭୀର ଭାବରେ ଅନୁଶୀଳନ କଲେ ଜଣାପଡ଼େ ୟା ପଛର ପ୍ରକୃତ ବାସ୍ତବତା। ଭଗବାନ୍‌ଙ୍କୁ ଭୋଗ, ପୂଜାସାମଗ୍ରୀ ଅର୍ପଣ କରିବା ସମ୍ପୂର୍ଣ୍ଣ ରୂପେ ଭକ୍ତଙ୍କ ଉପରେ ନିର୍ଭରଶୀଳ, କାରଣ ଈଶ୍ୱର ସ୍ବଦେହରେ ଆସି ମୋତେ ଏସବୁ ଦରକାର ବୋଲି କେବେ କହିନାହାନ୍ତି। ତେଣୁ ଅସଦ୍‌ ଉପାୟରେ ବା ଭେଜାଲ ସାମଗ୍ରୀ ଅର୍ପଣ ଦ୍ୱାରା ଧର୍ମ ତ ଅର୍ଜନ କରିହେଉ ନାହିଁ। ମାସଯାକ ନିରାମିଷ ଭକ୍ଷଣ ପରେ, ତା’ ପରଦିନଗୁଡ଼ିକରେ ଆମିଷ ପାଇଁ ଲୋକଙ୍କ ଗହଳି ଓ ପ୍ରତିଯୋଗିତା ଦେଖାଇ ଦିଏ ଯେ ଏହି ମାସଟି ଶେଷ ହେବା ପାଇଁ ଧାର୍ମିକ ଗୋଷ୍ଠୀଙ୍କ ଭିତରେ କେତେ ଆତୁରତା ଥାଏ।
ମୋ- ୬୩୭୦୫୧୬୪୭୮


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri