ସୂଚନା ଅଧିକାର କର୍ମୀ, ସ୍ତ୍ରୀଙ୍କୁ ମାଡ଼ ଘଟଣା: ସରପଞ୍ଚଙ୍କ ସ୍ବାମୀଙ୍କୁ ଗିରଫ ଦାବି

ଯାଜପୁର,୧୦।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଦଶରଥପୁର ବ୍ଲକ ରାହାସୋଇ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଓ ଅନୁଦାନ ସଂକ୍ରାନ୍ତରେ ସୂଚନା ଅଧିକାର ଆଇନ (ଆରଟିଆଇ) ବଳରେ ତଥ୍ୟ ମାଗିବାରୁ ସୂଚନାଧିକାର କର୍ମୀ ଓ ତାଙ୍କ ସ୍ତ୍ରୀଙ୍କ ରାସ୍ତାରେ ଘୋଷାଡି ମରଣାନ୍ତକ ଆକ୍ରମଣ ହୋଇଛି। ଏନେଇ ଅଭିଯୋଗ ହେବାପରେ ଦଶରଥପୁର ଥାନା ପୋଲିସ ୧୬୫/୨୦୨୪ ନମ୍ବରରେ ମାମଲା ରୁଜୁ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରାହାସୋଇ ଗ୍ରାମର ଦୀପ୍ତିରଞ୍ଜନ ପାଣିଗ୍ରାହୀ ଓ ମହେଶ୍ୱର ସେଠୀ। ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଆବାହକ ପ୍ରଦୀପ ପ୍ରଧାନ, ସର୍ବେଶ୍ୱର ବେହୁରା ପ୍ରମୁଖ ଶନିବାର ଘଟଣାସ୍ଥଳ ପରିଦର୍ଶନରେ ଯାଇ ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ ଏଥିରେ ମୁଖ୍ୟ ଅଭିଯୁକ୍ତ ସରପଞ୍ଚଙ୍କ ସ୍ବାମୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଯାଜପୁର ଏସ୍‌ପି ୟଶ ପ୍ରତାପ ଶ୍ରୀମଲ କହିଛନ୍ତି, ଘଟଣାକୁ ପୋଲିସ ଗୁରୁତ୍ୱର ସହ ଗ୍ରହଣ କରିଛି। ୨ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି। ଖୁବ୍‌ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏସ୍‌ଡିପିଓ ସତ୍ୟବ୍ରତ ଲେଙ୍କା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ଅଭିଯୋଗ ଅନୁସାରେ, ଦଶରଥପୁର ବ୍ଲକ ରାହାସୋଇ ପଞ୍ଚାୟତର ଅଶୋକ କୁମାର ପତି ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁନୀତିକୁ ନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ଅଧୀନରେ ଚାଲିଥିବା କେତେକ ଉନ୍ନୟନ ପ୍ରକଳ୍ପକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସରପଞ୍ଚଙ୍କ ସ୍ବାମୀ ଓ ତାଙ୍କ ସମର୍ଥକମାନେ ସୂଚନା ଅଧିକାର କର୍ମୀ ଅଶୋକ ପତି ଓ ତାଙ୍କ ସ୍ତ୍ରୀ ଲଳିତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ଲଳିତାଙ୍କୁ ଧକ୍କା ଦେବାରୁ ସେ ତଳେ ପଡିଯାଇ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୋବାଇଲ ଫୋନ ଛଡ଼ାଇ ନେବା ସହ ଲଳିତାଙ୍କୁ ଟଣାଓଟରା କରିଥିଲେ। ଭାଜପା ନେତ୍ରୀ ବବିତା ମଲ୍ଲିକ, ନିରଞ୍ଜନ ବେହୁରିଆ, ହୃଦାନନ୍ଦ କଦମସିଂହ, ଶ୍ରୀମନ୍ତ ପାତ୍ର, ବିକାଶ କୁମାର ଧଳ ପ୍ରମୁଖ ଅଶୋକ ଏବଂ ଲଳିତାଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏହାସହ ସେମାନେ ଥାନାଧିକାରୀ ବଦ୍ରିକା ନାଥ ବେହେରାଙ୍କୁ ଭେଟି ମୁଖ୍ୟ ଅଭିଯୁକ୍ତ ତଥା ସରପଞ୍ଚଙ୍କ ସ୍ବାମୀ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଅବିଳମ୍ବେ ଗିରଫ କରାଯିବାକୁ ଦାବି କରିଛନ୍ତି l

ଏନ୍‌ଏଚ୍‌ଆର୍‌ସିରେ ମାମଲା

ପାଣିକୋଇଲି,(ବିକାଶ ମଲ୍ଲିକ)
ଦଶରଥପୁର ବ୍ଲକ ରାହାସୋଇ ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ତଥ୍ୟ ମାଗିଥିବାରୁ ସୂଚନା ଅଧିକାର କର୍ମୀ ଅଶୋକ କୁମାର ପତି ଓ ତାଙ୍କ ସ୍ତ୍ରୀଙ୍କୁ କେତେଜଣ ଅର୍ଦ୍ଧଉଲଗ୍ନ କରି ମାଡ଼ ମାରିଛନ୍ତି। ଏନେଇ ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ଦଶରଥପୁରରେ ପହଞ୍ଚତ୍ ଘଟଣାର ସମୀକ୍ଷା କରିଛନ୍ତି। ପରେ ତାଙ୍କ ପରାମର୍ଶକ୍ରମେ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ରେ ଘଟଣାକୁ ନେଇ ଏକ ମାମଲା ଦାଏର କରାଯାଇଛି। ପାଣିକୋଇଲି ଅଞ୍ଚଳର ସୂଚନା ଅଧିକାର ଓ ମାନବାଧିକାର କର୍ମୀ ତାରିଣୀ କୁମାର ପଟ୍ଟନାୟକ ଏହି ମାମଲା ଦାଏର କରିଛନ୍ତି। ଏଥିରେ ସେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରି ପିଟିଶନ ଫାଇଲ କରିବା ସହିତ ଅଶୋକଙ୍କ ପରିବାରକୁ ସୁରକ୍ଷା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ମାନବ ଅଧିକାର କମିଶନ ଘଟଣାକୁ ଗୁରୁତ୍ୱର ସହ ନେଇ ଏକ ମାମଲା (୧୮୫୩୨/ଆଇ/ଏନ ୨୦୨୪) ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri