Categories: ଫୁରସତ

୩୦ ବର୍ଷ ପୂର୍ବେ ହୋଇଥିଲା ବର-କନ୍ୟାଙ୍କ ମୃତ୍ୟୁ, ଏବେ ବିବାହ, ଭିଡିଓ ଦେଖିଲେ…

୩୦ ବର୍ଷ ପୂର୍ବେ ବର ଏବଂ କନ୍ୟାଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପରିବାର ସଦସ୍ୟ ସେମାନଙ୍କ ବିବାହ କରିଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କର୍ନାଟକର ଡାକସିନା କନ୍ନଡ ଜିଲାରେ। ଏଠାରେ ଏକ ପାରମ୍ପରିକ ବିବାହ ଉତ୍ସବ କରାଯାଇଛି। ଏହା ଏକ ସାଧାରଣ ବିବାହ ନୁହେଁ, ଏହା ହେଉଛି ‘ପ୍ରିଥା କଲ୍ୟାଣମ୍‌’ ବା ‘ମୃତମାନଙ୍କର ବିବାହ’। ‘ପ୍ରିଥା କଲ୍ୟାଣମ୍‌’ ଏକ ପରମ୍ପରା, ଯାହାକି କର୍ନାଟକ ଏବଂ କେରଳର କିଛି ଅଂଶରେ ପାଳନ କରାଯାଇଥାଏ। ଏଠାରେ ଜନ୍ମ ସମୟରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବିବାହ ରୀତିନୀତି କରାଯାଇଥାଏ। ଏଠାରେ ଥିବା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ସେମାନଙ୍କର ଆତ୍ମାକୁ ସମ୍ମାନ ଦେବା ପାଇଁ ଏପରି କରିଥା’ନ୍ତି।
ୟୁଟ୍ୟୁବର୍‌ ଆନି ଅରୁଣ ତାଙ୍କ ଟୁଇଟ୍‌ରେ ଏହି ଅଦ୍ଭୁତ ବିବାହର ପ୍ରତ୍ୟେକ ବିବରଣୀ ଶେୟାର କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ‘ମୁଁ ଆଜି ଏକ ବିବାହ ଉତ୍ସବରେ ଯୋଗଦେଉଛି। ଆପଣ ପଚାରିପାରନ୍ତି କାହିଁକି ଏହା ଏକ ଟୁଇଟ୍‌ଯୋଗ୍ୟ ଅଟେ। ତେବେ ବର ଏବଂ କନ୍ୟାର ପ୍ରାୟ ୩୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା ଏବଂ ସେମାନେ ଆଜି ବିବାହ କରିଛନ୍ତି।’
ଡାକସିନା କନ୍ନଡ଼ରେ ପାଳନ କରାଯାଉଥିବା ପରମ୍ପରାକୁ ବର୍ଣ୍ଣନା କରି ସେ ଟୁଇଟ କରି କହିଛନ୍ତି, ଏଠାରେ ଏହା ଏକ ଗମ୍ଭୀର ପରମ୍ପରା। ଯେଉଁମାନେ ଜନ୍ମ ସମୟରେ ମରନ୍ତି, ସେମାନେ ସାଧାରଣତଃ ଅନ୍ୟ ଏକ ସନ୍ତାନ ସହିତ ବିବାହ କରନ୍ତି, ଯିଏ ମଧ୍ୟ ଜନ୍ମ ସମୟରେ ମୃତ୍ୟୁବରଣ କରିଥାନ୍ତି।

Share