Categories: ଖେଳ

ରିଦ୍ଧିମାନଙ୍କ ଷ୍ଟାଣ୍ଡବାଇ ଭରତ

ନୂଆଦିଲ୍ଲୀ, ୨୧।୫-
ଭାରତୀୟ କ୍ରିକେଟ ଦଳର ଇଂଲଣ୍ଡ ଟୁର୍‌ ପାଇଁ ଉଇକେଟକିପର ରିଦ୍ଧିମାନ ଶାହାଙ୍କ ଷ୍ଟାଣ୍ଡବାଇ ଭାବେ ଆନ୍ଧ୍ର ପ୍ରଦେଶର କେ.ଏସ. ଭରତଙ୍କୁ ଚୟନ କରାଯାଇଛି। ରିଦ୍ଧିମାନ ନିକଟରେ କୋଭିଡ୍‌-୧୯ ସଂକ୍ରମଣରୁ ମୁକୁଳିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଭାରତ ଆଗାମୀ ଟୁର୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ନିର୍ଦ୍ଦେଶ ପାଇବା ପରେ ଭରତ ଗତ ୧୯ ତାରିଖରେ ମୁମ୍ବାଇରେ ପହଞ୍ଚତ୍ କ୍ୱାରାଣ୍ଟାଇନ୍‌ ଆରମ୍ଭ କରିଛନ୍ତି। ପୂର୍ବରୁ ଭାରତୀୟ ଦଳର ଅନ୍ୟ ସଦସ୍ୟମାନେ ମୁମ୍ବାଇରେ ନିଜ ନିଜ ହୋଟେଲ ରୁମ୍‌ରେ ୨ ସପ୍ତାହ ବିଶିଷ୍ଟ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଭାରତୀୟ ଦଳ ଜୁନ୍‌ ୨ରେ ଇଂଲଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ଭାରତ-ଏ ଦଳର ଜଣେ ନିୟମିତ ଉଇକେଟ କିପର ହେଲେ ଭରତ। ଗତ ଫେବୃୟାରୀ-ମାର୍ଚ୍ଚରେ ସେ ଭାରତର ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ମଧ୍ୟ ସେ ଷ୍ଟାଣ୍ଡବାଇ ଥିଲେ।

Share