Posted inଖେଳ

ରିଦ୍ଧିମାନଙ୍କ ଅର୍ଦ୍ଧଶତକ: ମ୍ୟାଚ ଡ୍ର

ସିଡ୍‌ନୀ, ୯।୧୨(ପି.ଟି.)- ଭାରତ ‘ଏ’ ଓ ଅଷ୍ଟ୍ରେଲିଆ ‘ଏ’ ମଧ୍ୟରେ ଅନୁଷ୍ଠିତ ୩ ଦିନିଆ ଓ୍ବାର୍ମଅପ୍‌ କ୍ରିକେଟ ମ୍ୟାଚ ଡ୍ର ରହିଛି। ଦ୍ୱିତୀୟ ଇନିଂସରେ ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିବା ବେଳେ ଉଇକେଟ କିପର ରିଦ୍ଧିମାନ ଶାହା ଅର୍ଦ୍ଧଶତକ ହାସଲ ସହ ଅପରାଜିତ ରହି ସମ୍ମାନ ରଖିଛନ୍ତି।
ପୂର୍ବରୁ ଭାରତ ‘ଏ’ ପ୍ରଥମ ଇନିଂସକୁ ୨୪୭/୯ରେ ଘୋଷଣା କରିଥିବାବେଳେ ଅଷ୍ଟ୍ରେଲିଆ ‘ଏ’ ୯ ଉଇକେଟ ହରାଇ ୩୦୬ ରନ କରିଥିବାବେଳେ ମଙ୍ଗଳବାର ଏହାର ପ୍ରଥମ ଇନିଂସ ଘୋଷଣା କରିଥିଲା। ଭାରତର ଦ୍ୱିତୀୟ ଇନିଂସରେ ଆରମ୍ଭ ଭଲ ହୋଇ ନ ଥିଲା। ଦୁଇ ଯୁବ ଓପନର ପୃଥ୍ବୀ ଶ’୧୯ ଓ ଶୁବମନ ଗିଲ ୨୯ ରନରେ ଆଉଟ ହୋଇଥିବାବେଳେ ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରା ଖାତା ଖୋଲିପାରି ନ ଥିଲେ। ମିଡିଲ ଅର୍ଡରରେ ହନୁମା ବିହାରୀ ୨୮ ଓ ପ୍ରଥମ ଇନିଂସରେ ଶତକ ହାସଲକାରୀ ଅଜିଙ୍କ୍ୟ ରାହାନେ ୨୮ ରନକରି ପ୍ୟାଭିଲିୟନ ଫେରିଥିଲେ। ଲୋୟର ଅର୍ଡରରେ କୌଣସି ବ୍ୟାଟ୍ସମ୍ୟାନ ଅଷ୍ଟ୍ରେଲୀୟ ବୋଲରଙ୍କୁ ସାମ୍‌ନା କରିପାରି ନ ଥିଲେ। ରିଦ୍ଧିମାନ ୧୦୦ ବଲ୍‌ ଖେଳି ୭ ଚୌକା ସହାୟତାରେ ୫୪ ରନ କରି ଅପରାଜିତ ଥିବାବେଳେ ଭାରତ ୧୮୯/୯ରେ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ଅଷ୍ଟ୍ରେଲିଆ ‘ଏ’ ପକ୍ଷରୁ ମାର୍କ ଷ୍ଟେକେଟି ୫ ଉଇକେଟ ସଫଳତା ପାଇଥିବାବେଳେ ମାଇକେଲ ନେସେର ଓ କାମେରନ ଗ୍ରୀନ୍‌ ୨ଟି ଲେଖାଏ ଉଇକେଟ ନେଇଥିଲେ।
୧୩୧ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ‘ଏ’ ଖେଳ ଶେଷ ବେଳକୁ ୧ ଉଇକେଟ ହରାଇ ୫୨ ରନ କରିଥିଲା। କାର୍ତ୍ତିକ ତ୍ୟାଗୀଙ୍କ ବଲ୍‌ ହେଲ୍‌ମେଟରେ ବାଜିବାରୁ ଓ୍ବିଲ୍‌ ପୁକୋଭସ୍କି ୨୩ ରନରେ ରିଟାୟର୍ଡ ହର୍ଟ ହୋଇଥିବାବେଳେ ମାର୍କୁସ ହାରିସ ୨୫ ରନରେ ଅପରାଜିତ ରହିଥିଲେ। ଭାରତର ଉମେଶ ଯାଦବଙ୍କୁ ଉଇକେଟଟି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ପଡ଼ିଆକୁ ହାତ ମିଳାଇବାକୁ ଆସିଥିଲେ ନେହେରା, ହେଲେ ଏମିତି କଲେ ବୈଭବ ସୂର୍ଯ୍ୟବଂଶୀ ଭିଡ଼ିଓ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ,୪।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ଚମତ୍କାର ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri