ଶୁବମନ ଗିଲ୍‌ଙ୍କୁ ବିବାହ କରିବେ ରିଦ୍ଧିମା, ମୁହଁ ଖୋଲିଲେ ଅଭିନେତ୍ରୀ…

ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍‌ଙ୍କ ନା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଏବଂ ସୈଫ୍‌ ଅଲ୍ଲୀଙ୍କ ଝିଅ ସାରା ଅଲି ଖାନ୍‌ଙ୍କ ସହ ଜଡ଼ିତ ହେବା ଏବେ ଟେଲି ଅଭିନେତ୍ରୀ ରିଦ୍ଧିମା ପଣ୍ଡିତଙ୍କୁ ନେଇ ଚର୍ଚ୍ଚା ହେଉଛି। ଶୁବମନଙ୍କଠାରୁ ରିଦ୍ଧିମା ୧୦ ବର୍ଷ ବଡ଼। ଅନେକ ରିପୋର୍ଟରେ ଦର୍ଶାଯାଇଛି, ରିଦ୍ଧିମା ଏବଂ ଶୁବମନ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ତେବେ ରିଦ୍ଧିମା ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ରିଦ୍ଧିମା କହିଛନ୍ତି, ଏଥିରେ କୌଣସି ସତ୍ୟତା ନାହିଁ। ସେ ଶୁବମନଙ୍କୁ ବିବାହ କରୁନାହାନ୍ତି। ନିକଟରେ ଏକ ରିପୋର୍ଟ ଅନ୍‌ଲାଇନରେ ଭାଇରାଲ ହୋଇଥିଲା ଯେଉଁଥିରେ କୁହାଯାଇଥିଲା, ‘ବୋହୂ ହମାରି ରଜନୀକାନ୍ତ’ ଅଭିନେତ୍ରୀ ଡିସେମ୍ବର ୨୦୨୪ରେ ଶୁବମନଙ୍କୁ ବିବାହ କରିବେ।

ଏହାକୁ ନେଇ ରିଦ୍ଧିମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ମୁଁ ଶୋଇ ଉଠିଲା ବେଳକୁ ସକାଳୁ ମୋତେ ସାମ୍ବାଦିକମାନେ ମୋ’ ବିବାହ ବିଷୟରେ ପଚାରିବାରୁ ମୁଁ ତାଙ୍କୁ ପଚାରିଲି କେଉଁ ବିବାହ? ମୁଁ ବିବାହ କରୁନାହିଁ ଏବଂ ଯଦି ମୋ ଜୀବନରେ ଏହିପରି କିଛି ବିଶେଷ ଘଟଣା ଘଟେ, ତେବେ ମୁଁ ନିଜେ ଏହାକୁ ଘୋଷଣା କରିବି।ରିଦ୍ଧିମା ଆହୁରି କହିଛନ୍ତି, ଏହି ଖବରରେ କୌଣସି ସତ୍ୟତା ନାହିଁ।

କହିରଖୁଛୁ,‘ବୋହୂ ହମାରି ରଜନୀକାନ୍ତ’ରୁ ରିଦ୍ଧିମାଙ୍କୁ ବହୁ ଲୋକପ୍ରିୟତା ମିଳିଥିଲା। ସେ ଏହି ଶୋ’ ଜରିଆରେ ରାତାରାତି ଷ୍ଟାର ପାଲଟିଥିଲେ। ଏଥିରେ ସେ ଏକ ରୋବଟ ଭୂମିକାରେ ଅଭିନୟ କରିଥିଲେ। ‘ଖତ୍‌ରା ଖତ୍‌ରା ଖତ୍‌ରା’ ଭିଳି ଟିଭି ଶୋ ପାଇଁ ରିଦ୍ଧିମା ଜଣାଶୁଣା। ତାଙ୍କୁ ବିଗ୍‌ବସ୍‌ ଓଟିଟିର ପ୍ରଥମ ସିଜନରେ ମଧ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri