ବାପା ଋଷି କପୁରଙ୍କୁ ମନେପକାଇ ଝିଅ ରିଦ୍ଧିମା ଶେୟାର କଲେ ଫଟୋ

ଦୀର୍ଘ ଦିନ ଧରି କ୍ୟାନ୍‌ସର ସହ ସଂଗ୍ରାମ କରିବାପରେ ଚଳିତ ବର୍ଷ ଏପ୍ରିଲ ୩୦ରେ ବଲିଉଡ୍‌ ଭେଟେରାନ ଅଭିନେତା ଋଷି କପୁର ଏହି ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁ ପ୍ରଶଂସକଙ୍କ ସହ ସିନେ ଜଗତକୁ ଏକ ବଡ଼ ଝଟ୍‌କା ଦେଇଥିଲା। ଏହାକୁ ଅନେକ ଦିନ ବିତିଥିଲେ ମଧ୍ୟ ବାପାଙ୍କ ମୃତ୍ୟୁକୁ ଆଜିବି ଗ୍ରହଣ କରି ପାରୁନାହାନ୍ତି ଝିଅ ରିଦ୍ଧିମା।
ଋଷିଙ୍କ ମୃତ୍ୟୁ ସମୟରେ ପାଖରେ ନ ଥିଲେ ରିଦ୍ଧିମା। ଲକ୍‌ଡାଉନ୍‌ ପାଇଁ ସେ ଦିଲ୍ଲୀରେ ଅଟିକି ରହିଥିଲେ। ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ସେ ଅନୁମତି ଆଣି ମୁମ୍ବାଇ ଆସିଥିଲେ। ମାତ୍ର ଘରେ ପହଞ୍ଚିବା ବେଳକୁ ଅନ୍ତିମ ସଂସ୍କାର ସରିଥିଲା। ଶେଷଥର ସେ ପାଇଁ ବାପାଙ୍କ ମୁହଁ ଦେଖି ନ ପାରି ବାପାଙ୍କୁ ମନେପକାଉଛନ୍ତି। ଏ ନେଇ ସେ ତାଙ୍କ ଇନ୍‌ଷ୍ଟା ଷ୍ଟୋରିରେ ବାପାଙ୍କ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ନିତୁ କପୁର ଓ ରିଦ୍ଧିମାଙ୍କ ପାଖରେ ରିଷି କପୁର ଛିଡା ହୋଇଛନ୍ତି ଓ ଫଟୋରେ ରିଦ୍ଧିମା ଆଖି ବନ୍ଦ କରିଦେଇଛନ୍ତି। ରିଦ୍ଧିମାଙ୍କ ଏହି ଚିତ୍ର ତାଙ୍କୁ ତାଙ୍କର ନିରୀହ ପିଲାଦିନକୁ ମନେ ପକାଉଥିବାବେଳେ ଅନ୍ୟ ପଟେ ଏହା ମଧ୍ୟ ଅନୁଭବ ଦିଏ ଯେ, ଋଷି କପୁରଙ୍କ ପରି ଜଣେ କଳାକାର ଆଉ ନାହାନ୍ତି ।

Share