Posted inଫୁରସତ

ଦୁନିଆର ସବୁଠାରୁ ଧନୀ ପରିବାର: ୭୦୦ କାର୍‌, ୪୦୦୦ କୋଟିର ଘର, ୮ ଜେଟ୍‌, ବିପୁଳ ସମ୍ପତ୍ତି ରହିଛି ସେମାନଙ୍କ ପାଖରେ…

ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଧନୀ ପରିବାର ସହିତ ପରିଚିତ କରାଇବାକୁ ଯାଉଛୁ। ଯାହାଙ୍କ ପାଖେ ଅପାର ଧନ ଅଛି । ଏହି ପରିବାର ପାଖରେ ପ୍ରାୟ ୪୦୦୦କୋଟି ଟଙ୍କାର ମହଲ, ୭୦୦ କାର୍‌ ଏବଂ ୮ ଟି ଘରୋଇ ଜେଟ୍‌ ରହିଛି। ଏହା ବ୍ୟତୀତ ଏହି ପରିବାର ବିଶ୍ୱର ମୋଟ ଅଶୋଧିତ ତୈଳ ଭଣ୍ଡାରର ୬ ପ୍ରତିଶତ ମାଲିକ ଅଟନ୍ତି । ଏହା ବ୍ୟତୀତ ମଞ୍ଚେଷ୍ଟର ସିଟି ଫୁଟବଲ କ୍ଲବ ମଧ୍ୟ ତାଙ୍କର ସମ୍ପତ୍ତି। ଏହା ବ୍ୟତୀତ ପ୍ରସିଦ୍ଧ ଗାୟକ ରିହାନାଙ୍କ ବିୟୁଟି ବ୍ରାଣ୍ଡ ଫେଣ୍ଟି ଏବଂ ଏଲୋନ ମସ୍କର ସ୍ପେସ ଏକ୍ସ ସହିତ ତାଙ୍କର ସହଭାଗିତା ଅଛ। ଆମେ ଦୁବାଇର ପ୍ରସିଦ୍ଧ ଅଲ ନାହୟାନ ରାଜ ପରିବାର ବିଷୟରେ କହୁଛୁ। ଆସନ୍ତୁ ସେମାନଙ୍କ ବିଷୟରେ ଏଠାରେ ଅଧିକ ଜାଣିବା…

ରିପୋର୍ଟ ଅନୁଯାୟୀ, ଦୁବାଇର ଅଲ ନାହୟାନ ପରିବାରର ଘର ଆମେରିକାର ପେଣ୍ଟାଗନ ଅପେକ୍ଷା ତିନି ଗୁଣ ବଡ଼। ଏହାର ମୂଲ୍ୟ ୪୦୭୮ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନାହୟାନ ଏହି ପରିବାରର ମୁଖ୍ୟ ଅଟନ୍ତି। ତାଙ୍କର ୧୮ ଭାଇ ଏବଂ ୧୧ ଭଉଣୀ ଅଛନ୍ତି। ସେମାନଙ୍କର ୯ ସନ୍ତାନ ଅଛନ୍ତି । ଆବୁଧାବିର ଶାସକଙ୍କ ସାନଭାଇ ଶେଖ ହମଦ ବିନ ହମଦାନ ଅଲ ନାହୟାନଙ୍କର ପ୍ରାୟ ୭୦୦ କାର୍‌ ଅଛି।

ଏହି ପରିବାର ଆବୁଧାବିର ଅଲ ୱତନ ରାଷ୍ଟ୍ରପତି ଭବନରେ ରୁହନ୍ତି। ୟୁଏଇରେ ତାଙ୍କର ଅନେକ ପ୍ରାସାଦ ଅଛ। ଅଲ ୱତନ ପ୍ରାୟ ୯୪ ଏକର ଉପରେ ବ୍ୟାପିଛି । ଦୁନିଆର ସବୁଠୁ ଦାମୀ ଜିନିଷ ଏହି ଘରେ ସ୍ଥାପିତ ହୋଇଛି। ରାଷ୍ଟ୍ରପତିଙ୍କ ଭାଇ ତହନୁନ ବିନ ଜାଏଦ ଅଲ ନାହୟାନ ପରିବାରର ନିବେଶ କମ୍ପାନୀ ପରିଚାଳନା କରନ୍ତି। ଗତ ୫ ବର୍ଷରେ ଏହାର ମୂଲ୍ୟ ପ୍ରାୟ ୨୮ହଜାର ପ୍ରତିଶତ ବୃଦ୍ଧି ପାଇଛି । ଏହାର ମୂଲ୍ୟ ପ୍ରାୟ ୨୩୫ ବିଲିୟନ ଡଲାର ବୋଲି କୁହାଯାଉଛି। କମ୍ପାନୀର କୃଷି, ଶକ୍ତି, ମନୋରଞ୍ଜନ ଏବଂ ସାମୁଦ୍ରିକ ପରିବହନ ପରି ଅନେକ ବ୍ୟବସାୟ ଅଛି। ଏଥିରେ ହଜାର ହଜାର ଲୋକ ରୋଜଗାର ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ

କେନ୍ଦୁଝର,୮।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ପାଟନା ବନାଞ୍ଚଳରେ ଏକ ମା’ ହାତୀ ଛୁଆ ହାତୀକୁ ଜନ୍ମ ଦେଇଥିବା…

ପଡିକଲଙ୍କ ଶତକ, ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୩୫୭/୬

କଲମ୍ବୋ,୮ା୮: ଶ୍ରୀଲଙ୍କା ଏକାଦଶ ବିପକ୍ଷରେ ଚାଲିଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଦେବଦତ୍ତ ପଡିକଲଙ୍କ ଅପରାଜିତ ଶତକ ବଳରେ ଭାରତ ୬ ଉଇକେଟ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri