Categories: ଜାତୀୟ

ଜଗନ ରେଡ୍ଡି ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ, କେବଳ ମମତା ନୁହଁନ୍ତି କୋଟିପତି

ନୂଆଦିଲ୍ଲୀ,୧୩।୪: ନେତାଙ୍କ ଅପରାଧିକ ଇତିହାସ ଓ ସମ୍ପତ୍ତି ଉପରେ ନଜର ରଖୁଥିବା ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମର୍ସ(ଏଡିଆର) ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଏକ ରିପୋର୍ଟ ଜାରି କରିଛି। ଏହି ରିପୋର୍ଟରେ ବର୍ତ୍ତମାନ ଦେଶରେ ଥିବା ୩୦ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ସମ୍ପର୍କରେ ସୂଚନା ଦିଆଯାଇଛି। ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୨୯ ଜଣ ହେଉଛନ୍ତି କୋଟିପତି। ଲିଷ୍ଟର ସବୁଠୁ ଆଗରେ ରହିଛି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ନାମ। ସେ ସବୁଠାରୁ ଧନୀ ବୋଲି କୁହାଯାଇଛି।
ଏହି ରିପୋର୍ଟ ଅନୁଯାୟୀ, ଜଗନ ମୋହନ ରେଡ୍ଡି ପ୍ରାୟ ୫୧୦ କୋଟି ମୂଲ୍‌ୟର ସମ୍ପତ୍ତି ସହ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ୧୦ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ଥିବା ମୁଖ୍ୟମନ୍ତ୍ରୀମାନଙ୍କର ମୋଟ ସମ୍ପତ୍ତିବି ଜଗନ ମୋହନ ରେଡ୍ଡିଙ୍କ ପାଖାପାଖି ନୁହେଁ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲିଷ୍ଟର ଶେଷରେ ରହିଛନ୍ତି। ତାଙ୍କ ନିକଟରେ ସବୁଠାରୁ କମ ସମ୍ପତ୍ତି ରହିଛି। ମମତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୫ ଲକ୍ଷ ବୋଲି ଦର୍ଶାଯାଇଛି। ସାରା ଦେଶରେ ମୁଖ୍ୟମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୩୩.୯୬ କୋଟି ଟଙ୍କା।

Share