ଆମ୍ବେଦକରଙ୍କ ଫଟୋ ଥିବା ଟି-ଶର୍ଟ ପିନ୍ଧି ଟ୍ରୋଲ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀଙ୍କ ଦୈନନ୍ଦିନ ଜୀବନଶୈଳୀକୁ ପ୍ରସଂଶକ ଫଲୋ କରନ୍ତି, ଏଥିରେ କିଛି ନୂଆ କଥା ନାହିଁ। କିନ୍ତୁ ଏମିତି କିଛି ପ୍ରଶଂସକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କ ପରିଧାନ ଶୈଳୀକୁ ଦେଖି ଟ୍ରୋଲ କରନ୍ତି। ନିକଟରେ ଏମିତି ଟ୍ରୋଲର ସାମ୍ନା କରିଥିଲେ ଅଭିନେତ୍ରୀ ରିଚା ଚଢା। ରିଚା ଆମ୍ବେଦକରଙ୍କ ଫଟୋ ଥିବା ଟି-ଶର୍ଟ ପିନ୍ଧି ଟୁଇଟର୍‌ରେ ଏକ ଫଟୋ ଶେୟାର କରିଥିଲେ। ଏହା ଦେଖି ପ୍ରଶଂସକଙ୍କୁ ତାଙ୍କୁ ଟ୍ରୋଲ କରିବାକୁ ପଛାଇନାହାନ୍ତି। ରିଚା ଆମ୍ବେଦକରଙ୍କ ଫଟୋ ଥିବା ଟି-ଶର୍ଟ କେବଳ ଆମ୍ବେଦକରଙ୍କୁ ବିକିବା ପାଇଁ ପିନ୍ଧିଛନ୍ତି, ତାଙ୍କ ଭିତରେ ବ୍ରାହ୍ମଣବାଦର ବିଷ ଭରି ରହିଛି ବୋଲି ୟୁଜର୍ସ କହିଥିଲେ। ଏହାପରେ ରିଚା ଟ୍ରୋଲରଙ୍କୁ କଡା ଜବାବ ଦେଇ କହିଛନ୍ତି ଯେ, ଆମ୍ବେଦକର ମୋ ଆଇକନ୍‌, ତାଙ୍କ ଫଟୋ ଥିବା ଟି-ଶର୍ଟ ପିନ୍ଧିବା ମୋ ଅଧିକାର ରହିଛି ଏବଂ ମୁଁ ବ୍ରାହ୍ମଣ ନୁହେଁ ବୋଲି ସେ କହିଛନ୍ତି।

Share