ପୁଣିଥରେ ପାଠ ପଢିଲେ ରୁଚା !

ମୁମ୍ବାଇ: ବଲିଉଡ୍‌ର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରୁଚା ଚଢା ପୁଣିଥରେ ପାଠପଢା ଆରମ୍ଭ କରି ଦେଇଛନ୍ତି। ସେ କହିଛନ୍ତି ପୁଣିଥରେ ପାଠ ପଢିବା ଏକ ନୂଆ ଅନୁଭୁତି। ଅସଲ କଥା ହେଲା ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିବା ବେଳେ ଏଥିରେ ସେ ଏକ ବହିଧରି କିଛି ପଢୁଥିବା ଦେଖାଯାଇଛି। ଏହି ଫଟୋ ସହ ସେ ଲେଖିଛନ୍ତି ପୁଣିଥରେ ପଢିବା ବେଳକୁ ନୂଆ ଲାଗୁଛି। ପୂର୍ବରୁ ଅନୁରାଗ କଶ୍ୟପଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଗ୍ୟାଙ୍ଗ ଅଫ୍‌ ଓ୍ବାସିପୁର ପାର୍ଟ ୧’ କୁ ୮ ବର୍ଷ ପୂର୍ତ୍ତି ଅବସରରେ ରୁଚା ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରିଥିଲେ। ଏହାକୁ ନେଇ ସେ ଏକ ଭିଡିଓ ବି ଶେୟାର କରିଥିଲେ। ଆଗକୁ ମଧ୍ୟ ତାଙ୍କର ଆଉ ୨ଟି ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଏଥିରେ ତାଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି।

Share