‘ଦ୍ରାଭିଡ ମୋର ପ୍ରଥମ ପ୍ରେମ’

ନୂଆଦିଲ୍ଲୀ,୨୩।୧୧: ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାଭିଡଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। କିନ୍ତୁ ତାଙ୍କ ପ୍ରଶଂସକଙ୍କ ଏବେ ମଧ୍ୟ କମିନାହିଁ। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ ରିଚା ଚଢା ମଧ୍ୟ ସାମିଲ ଅଛନ୍ତି। ରିଚା ରାହୁଲ ଦ୍ରାଭିଡଙ୍କୁ ତାଙ୍କର ପ୍ରଥମ ପ୍ରେମ ବୋଲି କହିଛନ୍ତି। ସେ ଆଉ କ୍ରିକେଟ ଦେଖନ୍ତି ନାହିଁ କିନ୍ତୁ ବେଳେବେଳେ ଦ୍ରାଭିଡଙ୍କୁ ଦେଖିବା ପାଇଁ ତାଙ୍କ ଭାଇଙ୍କ ସହ ମ୍ୟାଚ ଦେଖନ୍ତି।
୨୦୧୨ରେ ରାହୁଲ ଦ୍ରାବିଡ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ସେ ତାଙ୍କର ଶେଷ ଦିନିକିଆ ମ୍ୟାଚ ୨୦୧୧ରେ ଖେଳିଥିଲେ। ଦ୍ରାଭିଡ ଦଳ ଛାଡିବା ପରେ ରିଚା କ୍ରିକେଟ ଦେଖିବା ବନ୍ଦ କରିଦେଇଥିଲେ ବୋଲି କହନ୍ତି। ଏବେ ରାହୁଲଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ କରାଯାଇଛି। ସେ ଟି-୨୦ ବିଶ୍ୱକପ ପରେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ସେ ଏହି ପଦ ଗ୍ରହଣ କରିଥିଲେ। ଦ୍ରାଭିଡଙ୍କ ମାର୍ଗଦର୍ଶନରେ ଭାରତ ଟି-୨୦ ସିରିଜରେ ନ୍ୟୁଜିଲ୍ୟାଣ୍ଡକୁ ୩-୦ରେ ପରାସ୍ତ କରିଛି।
ରିଚା ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ମୋର ପିଲାଦିନେ କ୍ରିକେଟର ବଡ଼ ପ୍ରଶଂସକ ନ ଥିଲି। ହଁ, ମୋ ଭାଇ କ୍ରିକେଟ ଖେଳୁଥିଲେ। ଏକ ସମୟ ଥିଲା ମୁଁ ଟିଭିରେ କ୍ରିକେଟ ମ୍ୟାଚ ଦେଖୁଥିଲ। ମୁଁ ରାହୁଲ ଦ୍ରାଭିଡ ଖେଳ ଦେଖିବାକୁ ଭଲ ପାଉଥିଲି। ସେ ଦଳରୁ ଓହରିଯିବା ପରେ ମୁଁ ପ୍ରକୃତରେ ଖେଳ ଦେଖିବା ବନ୍ଦ କରିଦେଲି। ମୋର ପ୍ରଥମ ପ୍ରେମ ହେଉଛି ରାହୁଲ ଦ୍ରାଭିଡ। ରାହୁଲ ଦ୍ରାବିଡ ମଧ୍ୟ ଜୁଲାଇରେ ଶ୍ରୀଲଙ୍କାର ଭାରତର ସୀମିତ ଓଭର ଗସ୍ତ ସମୟରେ ଭାରତୀୟ ଦଳକୁ ମାର୍ଗଦର୍ଶନ କରିଥିଲେ। ସେ ଏବେ ପୂର୍ଣ୍ଣକାଳୀନ ଭିତ୍ତିରେ ଏହି ପଦବୀରେ ରହିଛନ୍ତି।
ରାହୁଲ ଦ୍ରାବିଡ ତାଙ୍କ କ୍ୟାରିୟରରେ ୧୬୪ଟେଷ୍ଟ ଏବଂ ୩୪୪ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ସେ ଉଭୟ ଫର୍ମାଟରେ ୧୦ ହଜାରରୁ ଅଧିକ ରନ ସ୍କୋର କରିଥିଲେ। ଟେଷ୍ଟରେ ତାଙ୍କ ନାମରେ ୧୩୨୮ ରନ ଏବଂ ଦିନିକିଆରେ ୧୦୮୮୯ ରନ ଅଛି। ଏହା ବ୍ୟତୀତ ସେ ୧ ଟି -୨୦ ଅନ୍ତର୍ଜାତୀୟ ମଧ୍ୟ ଖେଳିଥିଲେ ସେ ୩୧ ରନ ସ୍କୋର କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ ରେ ତାଙ୍କର ୨୩ ହଜାରରୁ ଅଧିକ ରନ ଅଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri