କ୍ଷତିପୂରଣ କରିବେ ଧନୀ ରାଷ୍ଟ୍ର

ଶର୍ମ ଏଲ୍‌-ଶେଖ୍‌/ନୂଆଦିଲ୍ଲୀ,୨୧ା୧୧ : ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ଯୋଗୁ କ୍ଷତିଗ୍ରସ୍ତ ହେଉଥିବା ଅନୁନ୍ନତ ଦେଶଗୁଡ଼ିକୁ ଉତ୍ସର୍ଜନ ସୃଷ୍ଟିକାରୀ ଧନୀ ରାଷ୍ଟ୍ରଗୁଡ଼ିକ କ୍ଷତିପୂରଣ ଦେବେ। ଏଥିସକାଶେ ଏକ ପାଣ୍ଠି ଗଠନ କରିବା ଉପରେ ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ସହମତି ପ୍ରକାଶ କରିଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ସହ ରବିବାର ଇଜିପ୍ଟର ଶର୍ମ ଏଲ୍‌-ଶେଖ୍‌ରେ ଜାତିସଂଘ ଜଳବାୟୁ ସମ୍ମିଳନୀ କପ୍‌୨୭ ଉଦ୍‌ଯାପିତ ହୋଇଛି। ଭାରତ ସମ୍ମିଳନୀର ନିଷ୍କର୍ଷକୁ ଐତିହାସିକ ବୋଲି ଅଭିହିତ କରିଛି। ତେବେ ଉତ୍ସର୍ଜନ ହ୍ରାସ ଦିଗରେ କୌଣସି ବଡ଼ ପଦକ୍ଷେପ ନେବାରେ ସହମତି ପ୍ରକାଶ ପାଇ ନ ଥିବାରୁ ଆଉ କେତେକ ରାଷ୍ଟ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶର୍ମ ଏଲ୍‌-ଶେଖ୍‌ ସହରସ୍ଥିତ ରେଡ୍‌ ସି ରିସର୍ଟରେ ଗତ ୬ ତାରିଖରେ ଆରମ୍ଭ ହୋଇଥିବା କପ୍‌୨୭ ଶୁକ୍ରବାର ଶେଷ ହୋଇଥିଲା। କିନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଜାରି ରହିଥିବାରୁ ଡିଲ୍‌ ଚୂଡ଼ାନ୍ତ ପାଇଁ ଆଉ ୪୮ ଘଣ୍ଟା ଆଲୋଚନା ହୋଇଥିଲା। ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବା ଇଜିପ୍ଟର ବହିର୍ବ୍ୟାପାର ମନ୍ତ୍ରୀ ସମେହ ଶୋଉର୍କି ଏହାକୁ ‘ହର୍କ୍ୟୁଲିଆନ୍‌ ଇନ୍‌ଫର୍ମାଲ ନେଗୋସିଏଶନ୍ସ’ ବୋଲି ଅଭିହିତ କରିଛନ୍ତି। ପ୍ରାୟ ୨ ସପ୍ତାହର ଆଲୋଚନା ପରେ ଜଳବାୟୁ କ୍ଷୟକ୍ଷତିର ଭରଣା ପାଇଁ ପାଣ୍ଠି ଗଠନର ଐତିହାସିକ ପଦକ୍ଷେପ ଉପରେ ସହମତି ପ୍ରକାଶ ପାଇଛି। ବର୍ଷକ ତଳେ ସ୍କଟ୍‌ଲାଣ୍ଡର ଗ୍ଲାସ୍‌ଗୋରେ ଅନୁଷ୍ଠିତ କପ୍‌୨୬ରେ କୋଇଲା ଭଳି ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ (ଫେଜ୍‌ ଆଉଟ୍‌) ପରିବର୍ତ୍ତେ ପର୍ଯ୍ୟାୟକ୍ରମେ ହ୍ରାସ (ଫେଜ୍‌ ଡାଉନ୍‌) କରିବା ପାଇଁ ଭାରତ ପକ୍ଷରୁ ଶେଷ ମୁହୂର୍ତ୍ତରେ ଦିଆଯାଇଥିବା ପ୍ରସ୍ତାବ ଗୃହୀତ ହୋଇଥିଲା। କପ୍‌୨୭ରେ ମଧ୍ୟ ଭାରତ ଗତ ୧୨ ତାରିଖରେ ନିଜ ପୂର୍ବ ପ୍ରସ୍ତାବକୁ ଦୋହରାଇଥିଲା।

ଏନେଇ କୋପ୍‌୨୭ର ଚୂଡ଼ାନ୍ତ ବିବୃତିରେ କୁହାଯାଇଛି ଯେ, କୋଇଲା ଶକ୍ତିର ଅନିୟନ୍ତ୍ରିତ ବ୍ୟବହାରକୁ ପର୍ଯ୍ୟାୟକ୍ରମେ ହ୍ରାସ ଏବଂ ଜୀବାଶ୍ମ ଇନ୍ଧନ କ୍ଷେତ୍ରରେ ଦିଆଯାଉଥିବା ରହାତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦିଗରେ ନିଆଯାଉଥିବା ପଦକ୍ଷେପକୁ ତ୍ୱରାନ୍ବିତ କରାଯିବ। କିନ୍ତୁ ପୃଥିବୀରେ ଉତ୍ତାପ ସୃଷ୍ଟିକାରୀ ଉଷ୍ମତା ହ୍ରାସ ସକାଶେ ଆଖିଦୃଶିଆ ପଦକ୍ଷେପ ଉପରେ କୌଣସି ସହମତି ପ୍ରକାଶ ପାଇନାହିଁ।

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି, କ୍ଷୟକ୍ଷତି ପାଣ୍ଠି ଗଠନ ସହ ଜାତିସଂଘ ଜଳବାୟୁ ସମ୍ମିଳନୀ ‘ନ୍ୟାୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ’ ନେଇଛି। ତେବେ ବିଶ୍ୱତାପନର ମୁକାବିଲା ପାଇଁ ଅଙ୍ଗାରକାମ୍ଳ ଉତ୍ସର୍ଜନ ହ୍ରାସ କ୍ଷେତ୍ରରେ ସଫଳତା ମିଳିନାହିଁ। ଆମ ପୃଥିବୀ ଏବେ ମଧ୍ୟ ‘ଏମର୍ଜେନ୍ସି ରୁମ୍‌’ରେ ରହିଛି। ଉତ୍ସର୍ଜନକୁ କମ୍‌ କରିବା ଲାଗି କଠୋର ପଦକ୍ଷେପ ନିଆଯିବା ଆବଶ୍ୟକ। ଏହା ଉପରେ କୋପ୍‌୨୭ରେ ସହମତି ପ୍ରକାଶ ପାଇନାହିଁ। ୟୁରୋପିଆନ୍‌ କମିଶନ ଭାଇସ୍‌ ପ୍ରେସିଡେଣ୍ଟ ଫ୍ରାନ୍ସ ଟିମରମ୍ୟାନ୍ସ କହିଛନ୍ତି, ୟୁରୋପୀୟ ସଂଘ ନିରାଶ ହୋଇଛି। ହେଲେ ୮୦ରୁ ଊର୍ଦ୍ଧ୍ୱ ରାଷ୍ଟ୍ର ଏକ ଦୃଢ଼ତାର ଉତ୍ସର୍ଜନ ପ୍ରତିଜ୍ଞାକୁ ସମର୍ଥନ କରିଛନ୍ତି। ପାକିସ୍ତାନର ଜଳବାୟୁ ମନ୍ତ୍ରୀ ଶେରି ରେହମାନ କହିଛନ୍ତି, ବିଶ୍ୱର ବିପଦରେ ଥିବା ଓ କ୍ଷତିଗ୍ରସ୍ତ ଦେଶଗୁଡ଼ିକର ସ୍ବରକୁ କୋପ୍‌୨୭ରେ ଶୁଣାଯାଇଛି। ଏହି ଲକ୍ଷ୍ୟ ହାସଲ ପାଇଁ ଆମେ ୩୦ ବର୍ଷ ଧରି ସଂଘର୍ଷ କରିଛୁ। ଶର୍ମ ଏଲ୍‌-ଶେଖ୍‌ ଏହି ଯାତ୍ରା ପ୍ରଥମ ସକାରାମତ୍କ ମାଇଲଖୁଣ୍ଟ ଅତିକ୍ରମ କରିଛି ବୋଲି ରେହମାନ କହିଛନ୍ତି।

ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରଖିବା ନେଇ ପ୍ରତିଶ୍ରୁତିବଦ୍ଧତା ଉପରେ ସମ୍ମିଳନୀରେ କୌଣସି ସହମତି ପ୍ରକାଶ ପାଇ ନ ଥିବାରୁ ବ୍ରିଟେନ ନୈରାଶ୍ୟ ବ୍ୟକ୍ତ କରିଛି। ଗତବର୍ଷ ଗ୍ଲାସ୍‌ଗୋର କୋପ୍‌୨୬ରେ ଅଧ୍ୟକ୍ଷତା କରିଥିବା ବ୍ରିଟେନର ଆଲୋକ ଶର୍ମାଙ୍କ ମତରେ ଶେଷ ମୁହୂର୍ତ୍ତରେ ଶକ୍ତି ସମ୍ପର୍କିତ ପ୍ରସ୍ତାବ ଦୁର୍ବଳ ହୋଇଯାଇଥିଲା। ଜର୍ମାନୀର ବହିର୍ବ୍ୟାପାର ମନ୍ତ୍ରୀ ଆନ୍ନାଲେନା ବାଏରବୋକ୍‌ କହିଛନ୍ତି, ଉତ୍ସର୍ଜନ ହ୍ରାସ ଏବଂ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ଫେଜ୍‌ ଆଉଟ୍‌ କରିବା ନେଇ ରହିଥିବା ପ୍ରସ୍ତାବ ଆଗରେ ଅନେକ ବୃହତ୍‌ ଉତ୍ସର୍ଜନକାରୀ ତଥା ତୈଳ ଉତ୍ପାଦନକାରୀ ରାଷ୍ଟ୍ର ପ୍ରତିବନ୍ଧକ ସାଜିଥିଲେ।

ପାଣ୍ଠି ପରିଚାଳନା ନେଇ ସ୍ପଷ୍ଟତା ନାହିଁ

ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟର ପ୍ରଭାବରେ ଦ୍ୱୀପରେ ବସବାସ କରୁଥିବା ବହୁ ଲୋକ ବାସହରା ହୋଇଯାଇଛନ୍ତି। କ୍ଷୟକ୍ଷତିର ଭରଣା ସକାଶେ ଗଠିତ ହେବାକୁ ଥିବା ପାଣ୍ଠି ଗରିବ ଓ ବିପଦରେ ଥିବା ଏଭଳି ଲୋକଙ୍କ ପାଇଁ ଏକ ଜୀବନରେଖା ପାଲଟିବ ବୋଲି ଓ୍ବାଶିଂଟନରେ ମୁଖ୍ୟାଳୟ ଥିବା ପରିବେଶ ସମ୍ପର୍କିତ ଥିଙ୍କ୍‌ଟ୍ୟାଙ୍କ ଓ୍ବାଲର୍‌ଡ ରିସୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପ୍ରେସିଡେଣ୍ଟ ଅନି ଦାସ୍‌ଗୁପ୍ତା ଆଶାବ୍ୟକ୍ତ କରିଛନ୍ତି।

ତେବେ ଏହି ନୂଆ ପାଣ୍ଠି କିପରି କାମ କରିବ ଏବଂ ଜୀବାଶ୍ମ ଇନ୍ଧନ ଜାଳେଣିରୁ ବିଶ୍ୱରେ ସର୍ବାଧିକ ଉତ୍ତାପ ସୃଷ୍ଟି କରୁଥିବା ବିକଶିତ ରାଷ୍ଟ୍ରଗୁଡ଼ିକ କିପରି ଭାବେ ଅର୍ଥ ଯୋଗାଇବେ ସେନେଇ କିଛି ସ୍ପଷ୍ଟ କରାଯାଇନାହିଁ। ଅର୍ଥାତ୍‌ ଏହି ପଦକ୍ଷେପ ବିନା ଅର୍ଥରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ଉଦ୍ଦେଶ୍ୟ ସମ୍ପର୍କରେ ଘୋଷଣା କରିବା ସଦୃଶ। ଧନୀ ଦେଶଗୁଡ଼ିକ ଏହି ପାଣ୍ଠିରେ ଅର୍ଥ ଜମା କରିବେ ବୋଲି ବର୍ତ୍ତମାନ ସୁଦ୍ଧା କୌଣସି ଆଶ୍ୱାସନା ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୨: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଚିକିଟି ବ୍ଲକ ଅନ୍ତର୍ଗତ ସୁନପୂରର ୨ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri