Categories: ଫୁରସତ

ଆୟ ଶୂନ, ହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ଏହି ଯୁବତୀ; ପୁରା ଘଟଣା ଜାଣିଲେ…

ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ପସନ୍ଦ କରନ୍ତି। ସେମାନେ ଏଥିପାଇଁ ବହୁତ ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। ତେବେ ଏଭଳି ଜୀବନଯାପନ କରିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। କିନ୍ତୁ, ଏପରି ଜଣେ ଝିଅ ଏବେ ଚର୍ଚ୍ଚାରେ ଯିଏ କଠିନ ପରିଶ୍ରମ ବିନା ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। କହିପାରିବେ ଯେ ତାଙ୍କର ଆୟ ଶୂନ ଏବଂ ଖର୍ଚ୍ଚ କୋଟିରେ। ଏହି ବିଳାସପୂର୍ଣ୍ଣ ଜୀବନଶୈଳୀ ହେତୁ ଆଜିକାଲି ସୋସିଆଲ ମିଡିଆରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଯୁବତୀଜଣଙ୍କ ହେଉଛନ୍ତି କାଲିଫର୍ନିଆର ୨୨ ବର୍ଷୀୟ ଓଶପ୍ରୀତ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ୍‌ରେ @_ashhhhh__ ନାମରେ ଅଛନ୍ତି। ଓଶପ୍ରୀତ ଜଣେ କଲେଜ ଛାତ୍ରୀ। ହେଲେ ସେ କାମ କରନ୍ତି ନାହିଁ। ତଥାପି, ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ବିଳାସପୂର୍ଣ୍ଣ ଜୀବନଯାପନ କରିଥାନ୍ତି। ଓଶପ୍ରୀତ ଏହି ଟଙ୍କା ତାଙ୍କ ପିତାମାତାଙ୍କଠାରୁ ପାଇଥାନ୍ତି।
ସୋସିଆଲ ମିଡିଆରେ ସେ କହିଛନ୍ତି ଯେ ତାଙ୍କୁ ସୁପରକାରରେ ଯାତ୍ରା କରିବାକୁ ଭଲଲାଗେ। କେବଳ ଏତିକି ନୁହେଁ, ବେଳେବେଳେ ସେ ବ୍ୟକ୍ତିଗତ ଜେଟ୍‌ ଦ୍ୱାରା ମଧ୍ୟ ଯାତ୍ରା କରନ୍ତି।ତାଙ୍କର ଗ୍ୟାରେଜ୍‌ରେ ଫେରାରୀଠାରୁ ଆରମ୍ଭ କରି ଲମ୍ବୋର୍ଗିନି ପର୍ଯ୍ୟନ୍ତ ଦାମୀ ଗାଡ଼ି ରହିଛି। ଏହା ବ୍ୟତୀତ ସେ ଲୋକପ୍ରିୟ ବ୍ରାଣ୍ଡରୁ ପୋଷାକ ଶପିଂ କରିଥାନ୍ତି।

ନିକଟରେ ଏକ ଭିଲ୍ଲାରେ ଓଶପ୍ରୀତ ତାଙ୍କର ଜନ୍ମଦିନ ପାଳନ କରିଥିଲେ। ସେହି ସମୟରେ ସେ୧୦୦ ଆମେରିକୀୟ ଡଲାର ବେଲୁନ ଭିତରେ ଭର୍ତ୍ତି କରି ଆକାଶକୁ ଉଡାଇଥିଲେ। ଯେତେବେଳେ ବେଲୁନ ଫାଟିବ ସେତେବେଳେ ଟଙ୍କା ବିଛେଇ ହୋଇ ପଡ଼ିବ ବୋଲି ତାଙ୍କର ଯୋଜନା ଥିଲା। ଏହି ଅବସରରେ ସେ ନିଜର ବିଳାସମୟ ଜୀବନ ପାଇଁ ନିଜ ମାତାପିତାଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଏଭଳି କଥା ଶୁଣିବା ପରେ ସୋସିଆଲ ମିଡିଆରେ କିଛି ଲୋକ ଓଶପ୍ରୀତଙ୍କୁ ପ୍ରଶଂସା କରୁଥିବା ବେଳେ କିଛି ଲୋକ ତାଙ୍କୁ ସମାଲୋଚନା କରୁଥିବା ଦେଖାଯାଇଛି।

Share