କୋଭିଡ କାଳରେ ଧନୀ ମାଲାମାଲ୍‌

ନୂଆଦିଲ୍ଲୀ,୨୦।୯: କୋଭିଡ-୧୯ ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗି ଯାଇଛି। ଏପଟେ ସଙ୍କଟ ସମୟରେ ମଧ୍ୟ ଅତିଧନୀଙ୍କ ସମ୍ପତ୍ତି ଲଗାତର ବଢ଼ିଚାଲିଛି। ଲୋକମାନେ କରୋନାରେ ନାହିଁ ନ ଥିବା ସମସ୍ୟା ସାମ୍ନା କରିଥିବା ବେଳେ ଅନେକେ ମହାମାରୀର କରାଳ କାୟା ମଧ୍ୟରେ ଘାଣ୍ଟି ଚକଟି ହୋଇ କାଳାତିପାତ କରୁଛନ୍ତି। ଲୋକଙ୍କ ଚାକିରି ଚାଲିଯାଇଥିବା ବେଳେ ବେତନ କାଟ୍‌, କଳ କାରଖାନାରେ ତାଲା, ସ୍ବାସ୍ଥ୍ୟ ସଙ୍କଟ ବେରୋଜଗାରୀ ଭଳି ସମସ୍ୟା ମୁଣ୍ଡ ଟେକିଛି। ମାତ୍ର କରୋନାରେ ବିଶ୍ୱର ଅତିଧନୀଙ୍କ ଧନ ବଢ଼ିବାରୁ ସେମାନେ ମାଲାମାଲ ହୋଇଥିବା ଫୋର୍ବସ ରିପୋର୍ଟରେ ପ୍ରକାଶ ପାଇଛି। ସମୟ ଖରାପ ହେଉ କି ଭଲ ଧନୀଙ୍କର ଧନ ବଢ଼ି ଚାଲିଥିବା ବେଳେ ଗରିବ ଆହୁରି ଗରିବ ହୋଇ ଯାଉଛନ୍ତି। ଫଳରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ତାରତମ୍ୟ ବଢ଼ିଚାଲିଥିବା ରିପୋର୍ଟରେ ପ୍ରକାଶ ପାଇଛି।
ଧନୀଙ୍କ ସମ୍ପତ୍ତି ବଢ଼ିବାରେ କେତେକ ବିଶେଷ କାରଣ ଦାୟୀ ରହିଛି। ଏହା ମଧ୍ୟରେ ସାରା ବିଶ୍ୱରେ ନଗଦ ଉପଲବ୍ଧତା, ଲଗାତର ଷ୍ଟକ୍‌ ବଜାରରେ ବୃଦ୍ଧି ଏବଂ ଅନୁକୂଳ ଟିକସ ନୀତି ଏହା ମଧ୍ୟରେ ସାମିଲ ରହିଛି। ରିପୋର୍ଟ ମୁତାବକ, ଗତ ୧୨ ମାସରେ ଦୁନିଆର ସବୁଠାରୁ ୨୫ ଅତିଧନୀ ପରିବାରଙ୍କ ସମ୍ପତ୍ତି ୨୨% ବଢ଼ିଛି। ଫଳରେ ଏହି ପରିବାରଗୁଡ଼ିକ ୧.୭ ଲକ୍ଷ କୋଟି ଡଲାର (୧୨୫.୨୮ ଲକ୍ଷ କୋଟି ଟଙ୍କା) ଯୋଡ଼ିବାକୁ ସକ୍ଷମ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଆର୍ଥତ୍କ ବର୍ଷ ୨୦୨୧-୨୧ରେ ଭାରତର ଜିଡିପି ୭.୩% ହ୍ରାସ ହୋଇଛି। ସାରା ଦେଶରେ ଲକ୍‌ଡାଉନ ଜାରି ହେବାରୁ ଲୋକମାନେ ବିଭିନ୍ନ ସମସ୍ୟା ସାମ୍ନା କରିଥିଲେ। କରୋନାର ଦ୍ୱିତୀୟ ଲହର ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରକୃତ ସ୍ଥିତିକୁ ପଦାରେ ପକାଇଦେଇଥିଲା।
ରିପୋର୍ଟ ମୁତାବକ, ଆମେରିକାର ଓ୍ବାଲ୍‌ଟନ ପରିବାର ଅତିଧନୀଙ୍କ ତାଲିକାରେ ସବୁଠାରୁ ପ୍ରଥମ ସ୍ଥାନରେ ରହିଛି। ଲଗାତର ୪ର୍ଥ ବର୍ଷ ତାଲିକାରେ ଶୀର୍ଷ ସ୍ଥାନରେ ଥିବା ଏହି ପରିବାର ନିକଟରେ ୨୩୮ ବିଲିୟନ ଡଲାର ସମ୍ପତ୍ତି ରହିଛି। ଆମେରିକାର ପ୍ରମୁଖ ରିଟେଲର କମ୍ପାନୀ ଓ୍ବାଲ୍‌ମାର୍ଟ ଇଙ୍କ୍‌ରେ ଏହି ପରିବାରର ପ୍ରାୟ ଅଧା ଅଂଶଧନ କରିଛି। ଗତ ୧୨ ମାସରେ ଏହି ପରିବାରର ସମ୍ପତ୍ତି ୨୩ ବିଲିୟନ ଡଲାର ବଢ଼ିଛି। ଓ୍ବାଲ୍‌ମାର୍ଟ ୨୦୨୦ରେ ଓ୍ବାର୍କର୍ସଙ୍କୁ ୨.୮ ବିଲିୟନ ଡଲାରର ବୋନସ ଦେଇଥିଲା। ଏହି ତାଲିକାରେ ଫ୍ରାନ୍ସର ଦାସ୍‌ ପରିବାରର ନାମ ମଧ୍ୟ ରହିଛି। ଗ୍ଲୋବାଲ କସ୍‌ମେଟିକ ବ୍ରାଣ୍ଡ୍‌ ନ୍ୟୁୟର୍କର ଲର୍ଡସ ପରିବାର ମଧ୍ୟ ସୂଚୀରେ ସାମିଲ ରହିଛି। ପ୍ରମୁଖ ଇଲେକଟ୍ରୋନିକ୍ସ କମ୍ପାନୀ ସାମ୍‌ସଙ୍ଗର ଲି ପରିବାର ଟପ୍‌ ୨୫ ତାଲିକାରୁ ବାହାରେ ରହିଛି। ବିଳାସପୂର୍ଣ୍ଣ ସାମଗ୍ରୀ ବିକ୍ରି କ୍ଷେତ୍ରରେ ରହିଥିବା ପରିବାରଗୁଡ଼ିକର ସମ୍ପତ୍ତି ଅଧିକ ବଢ଼ିଥିବା ଜଣାପଡ଼ିଛି।

୬ଷ୍ଠ ସ୍ଥାନରେ ମୁକେଶ ଅମ୍ବାନୀ

ବ୍ଲୁମ୍‌ବର୍ଗ ବିଲିୟନେୟାର୍ସ ସୂଚୀରେ ଟପ୍‌ ୧୦ରେ ଭାରତର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନାମ ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଦାୟିତ୍ୱ ବର୍ତ୍ତମାନ ମୁକେଶ ଅମ୍ବାନୀଙ୍କ ଉପରେ । ଏହି ପରିବାରର ମୋଟ ସମ୍ପତ୍ତି ୯୩.୭ ବିଲିୟନ ଡଲାର ହୋଇଥିବା ବେଳେ ତାଲିକାରେ ଏହା ୬ ନମ୍ବର ସ୍ଥାନରେ ରହିଛି। ମୁକେଶ ତାଙ୍କ ପରିବାର ସହ ଦୁନିଆର ସବୁଠାରୁ ମହଙ୍ଗା ଘର ଆଣ୍ଟାଲିଆରେ ରହୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri