ବିଦ୍ୟାଳୟ ଯାଇପାରୁ ନ ଥିବା ପିଲାଙ୍କୁ ମିଳିବ ଚାଉଳ

ଜଗତ୍‌ସିଂହପୁର, ୧୧ା୭ (ପ୍ରମୋଦ କୁମାର ନାୟକ): ପାଠ ପଢିବା ସମୟରେ ଅନେକ ପିଲା ଭିନ୍ନକ୍ଷମ ଓ ସ୍ବାସ୍ଥ୍ୟଗତ କାରଣରୁ ବିଦ୍ୟାଳୟ ଯାଇପାରୁ ନାହାନ୍ତି। ଏଥିଯୋଗୁ ସେମାନେ ପ୍ରଚଳିତ ସରକାରୀ କାର୍ଯ୍ୟକ୍ରମରୁ ବଞ୍ଚତ୍ତ ହେଉଛନ୍ତି। ଏହା ଉପରେ ମଣ୍ଟୁ ଦାସ ନାମକ ବ୍ୟକ୍ତି ଭାରତ ସରକାର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଉଚ୍ଚ ନ୍ୟାୟାଳୟ ବିଦ୍ୟାଳୟ ଯାଇପାରୁ ନ ଥିବା ପିଲାମାନଙ୍କୁ ଶୁଖିଲା ରାଶନ ଓ ଶିକ୍ଷଣୀୟ ସାମଗ୍ରୀ ଯୋଗାଇ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପିଏମ୍‌ ପୋଷଣର ରାଜ୍ୟ ନୋଡାଲ ଅଫିସର ରଘୁରାମ ଆର୍‌ ଆୟର ପ୍ରତି ଜିଲା ଶିକ୍ଷା ଅଧିକାରୀଙ୍କୁ ସରକାରୀ ନିଷ୍ପତ୍ତି ପାଳନ କରିବାକୁ ଚିଠି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି, ୮ା୬ା୨୩ରେ ମୁଖ୍ୟ ଶାସନ ସଚିବଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ନିଆଯାଇଥିଲା କି, ଯେଉଁ ପିଲାମାନେ (୬ରୁ ୧୪ ବର୍ଷ) ବିଦ୍ୟାଳୟ ଯିବାକୁ ଅକ୍ଷମ ସେମାନଙ୍କୁ ଘରେ ପିଏମ୍‌ ପୋଷଣ (ଏମ୍‌ଡିଏମ୍‌), ଶୁଖିଲା ରାଶନ (ଚାଉଳ), ରୋଷେଇ ମୂଲ୍ୟ ସାଙ୍ଗକୁ ପାଠ୍ୟ ପୁସ୍ତକ ଆଦି (ଲର୍ନିଂ ମ୍ୟାଟେରିଆଲ) ପହଞ୍ଚାଯିବ। ଏହାର ଉଦ୍ଦେଶ୍ୟ ହେଉଛି କୌଣସି ପିଲା ଯେପରି ପାଠ ପଢା ବୟସରେ ପ୍ରଚଳିତ ସରକାରୀ କାର୍ଯ୍ୟକ୍ରମରୁ ବଞ୍ଚତ୍ତ ନ ହୁଅନ୍ତି। ଏହା ଉପରେ ଜିଲା ଶିକ୍ଷା ବିଭାଗକୁ ଆସିଥିବା ଚିଠିରେ ଏକଥା ମଧ୍ୟ ଉଲ୍ଲେଖ ଅଛି, ଭିନ୍ନକ୍ଷମ କିମ୍ବା ସ୍ବାସ୍ଥ୍ୟଗତ କାରଣରୁ ବିଦ୍ୟାଳୟ ଯାଇପାରୁ ନ ଥିବା ପିଲାଙ୍କୁ ଚିହ୍ନଟ ସହ ତାଲିକାଭୁକ୍ତ ପାଇଁ ବ୍ଲକ ରିସୋର୍ସ ପର୍ସନ୍ସ (ବିଆର୍‌ପିଏସ୍‌) ଏବଂ ଇନକ୍ଲୁସିଭ୍‌ ଏଜୁକେଶନ ଭଲ୍ୟୁଣ୍ଟିୟର୍ସ (ଆଇଇଭିଏସ୍‌) ବିଦ୍ୟାଳୟ ଉପସ୍ଥାନ ରେଜିଷ୍ଟର ବ୍ୟବହାର କରି ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ। ସେମାନେ ଏନେଇ ଅଙ୍ଗନୱାଡି କର୍ମୀ, ଏଏନ୍‌ଏମ୍‌, ଆର୍‌ବିଏସ୍‌କେ ଓ ଆଶାକର୍ମୀଙ୍କ ସହାୟତା ନେଇପାରିବେ। ଏହି ପିଲାମାନଙ୍କୁ ୨ଟି ଶ୍ରେଣୀରେ ବିଭକ୍ତ କରାଯିବ। କେତେକ ପିଲା ବିଦ୍ୟାଳୟରେ ନାମ ଲେଖାଇଥିଲେ ସୁଦ୍ଧା ସ୍ବାସ୍ଥ୍ୟଗତ କାରଣରୁ ଶିକ୍ଷାନୁଷ୍ଠାନ ଯାଇପାରୁ ନାହାନ୍ତି । ଅନ୍ୟପଟେ କେତେକ ଭିନ୍ନକ୍ଷମ କିମ୍ବା ସ୍ବାସ୍ଥ୍ୟଗତ କାରଣରୁ ବିଦ୍ୟାଳୟରେ ନାମ ଲେଖାଇପାରିନାହାନ୍ତି। ସେମାନଙ୍କୁ ଆସନ୍ତା ୧୫ ତାରିଖ ସୁଦ୍ଧା ଚିହ୍ନଟ କରିବାକୁ ପଡ଼ିବ। ବିଆର୍‌ପି ଓ ଆଇଇଭିମାନେ ସେମାନଙ୍କୁ ଦିଆଯାଇଥିବା ଫର୍ମାଟ୍‌ ଅନୁସାରେ ପିଲାଙ୍କ ପୂର୍ଣ୍ଣ ତଥ୍ୟ ପୂରଣ କରିବେ। ତା ପରେ ସେମାନେ ବିଇଓଙ୍କ ପାଖରେ ଏହା ଦାଖଲ କରିବେ। ବିଇଓମାନେ ମଧ୍ୟ ଅନୁରୂପ ଭାବେ ଡିଇଓଙ୍କ ନିକଟରେ ସେମାନଙ୍କ ତଥ୍ୟ ପହଞ୍ଚାଇବେ। ଡିଇଓମାନେ ଏହି ତାଲିକା ଆସନ୍ତା ୨୦ ତାରିଖ ସୁଦ୍ଧା ବିଭାଗରେ ପହଞ୍ଚାଇବେ। ତା’ପରେ ଏହି ପିଲାମାନଙ୍କୁ ଚାଉଳ, ରୋଷେଇ ମୂଲ୍ୟ ଓ ପାଠ୍ୟ ପୁସ୍ତକ ଆଦି ଯୋଗାଯିବ। ଏହାପରେ ପିଲାମାନଙ୍କର କ’ଣ ଅଗ୍ରଗତି ହେଉଛି ତାହା ଅନୁଧ୍ୟାନ ପାଇଁ ପ୍ରକ୍ରିୟା ଚାଲିବ। ବିଆର୍‌ପି ଓ ଆଇଇଭିମାନେ ପ୍ରତି ମାସରେ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କ ଅଗ୍ରଗତି ସମ୍ପର୍କରେ ମାସର ୧୫ ତାରିଖ ଭିତରେ ବିଇଓଙ୍କୁ ଦେବେ। ତା’ପରେ ଡିଇଓମାନେ ବିଭାଗକୁ ରିପୋର୍ଟ ପଠାଇବେ। କେବଳ ଏତିକି ନୁହେଁ, ବିଆର୍‌ପି ଓ ଆଇଇଭିମାନେ ବ୍ୟାପକ ସଚେତନତା ସୃଷ୍ଟି କରିବେ। ବିଶେଷକରି ଅଭିଭାବକମାନଙ୍କୁ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବୁଝାଇବେ। ଏହା ସଫଳ ହେଲେ କୌଣସି ପିଲା ଶିକ୍ଷାଦାନରୁ ବଞ୍ଚତ୍ତ ହେବେନାହିଁ ବୋଲି ଚିଠିରେ ଉଲ୍ଲେଖ ରହିଛି। ଏହି ଅନୁଯାୟୀ ଜିଲା ଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହକୁ ନେଇ ଶେଷରେ ମୁହଁ ଖୋଲିଲେ ସ୍ମୃତି ମନ୍ଧାନା, କହିଲେ ପଲାଶଙ୍କ ସହ…

ନୂଆଦିଲ୍‌ଲୀ,୭।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ତାଙ୍କ ବିବାହକୁ ନେଇ ଚାଲିଥିବା...

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri