ଲାଞ୍ଜିଗଡ଼,୯।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ସ୍ଥିତ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟଠାରେ ସ୍କୁଲ ପାଚେରି ଭିତରେ ପ୍ରାୟ ୭ କୁଇଣ୍ଟାଲ ଚାଉଳ ଚୋରି କରିବା ଉଦ୍ୟମବେଳେ ସ୍ଥାନୀୟ ଲୋକେ ହଠାତ ଜମା ହୋଇଯିବାରୁ ଚୋର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି। ଏହି ସମୟରେ ଲାଞ୍ଜିଗଡ଼ ପୋଲିସର ପାଟ୍ରୋଲିଂ ଚାଲିଥିବାବେଳେ ଲୋକଙ୍କ ଗହଳି ଦେଖି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାଚେରି ଭିତରେ ପଡିଥିବା ଚାଉଳ ଦେଖି ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଉକ୍ତ ସ୍ଥାନକୁ ଡାକି ପଚାରିଥିଲେ। ଏହି ବିଷୟରେ ପ୍ରଧାନ ଶିକ୍ଷକ ଜାଣି ନ ଥିବା ପୋଲିସ ନିକଟରେ ପ୍ରକାଶ କରିବା ପରେ ପାଚେରି କଡରେ ଥିବା ଚାଉଳକୁ ସେଇ ସ୍କୁଲ ପରିସରରେ ରଖି ଚାଉଳ କେଉଁଠାରୁ ଓ କିପରି ପାଚେରି କଡ଼କୁ ଆସିଲା ତଦନ୍ତ କରିବାକୁ କହିଥିଲା।
ବିଦ୍ୟାଳୟରେ ରହୁଥିବା ଗରିବ ନିରୀହ ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ପେଟକୁ ଲାତ ମାରି ସେମାନଙ୍କ ମୁହଁର ଦାନାକୁ ଚୋରି କରି ନେଉଥିବା ଦୋଷୀ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡିଙ୍କୁ ପଚାରିବାରୁ ଏହି ଚାଉଳ କିଏ ରଖିଥିଲା କିପରି ପାଚେରି କଡ଼କୁ ଗଲା କିଛି ଜଣା ପଡିନାହିଁ। ଏହାର ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଥିଲେ । ଜଣାପଡିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ମଙ୍ଗଳ ଅଧୂକାରୀ ପଙ୍କଜ କୁମାର ବଳୀୟାର ସିଂଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ସୂଚନା ମିଳିଛି। ଉପରିସ୍ଥ ଅଧୂକାରୀଙ୍କ ଜଣାଇ ଦିଆଯାଇଛି। ସ୍କୁଲ ଯାଇ ତଦନ୍ତ କରିବା ପରେ ସତ୍ୟ ଘଟଣା ଜଣାପଡିବ ବୋଲି ସେ କହିଛନ୍ତି। ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁରଙ୍କୁ ପଚାରିବାରୁ ମୁଁ ଏହାର ସୂଚନା ପାଇଛି ଏବଂ ବ୍ଲକ ମଙ୍ଗଳ ଅଧୂକାରୀଙ୍କୁ ତଦନ୍ତ ପାଇଁ ଜଣାଇ ଦେଇଛି। ସେ ଆସନ୍ତା କIଲି ବିଦ୍ୟାଳୟକୁ ଯାଇ ଏହାର ତଦନ୍ତ କରିବେ ବୋଲି ପ୍ରକାଶ କରିଥିଲେ I
Dharitri – Odisha’s No.1 Odia Daily

