ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ଦୁର୍ଘଟଣା ପରେ ଗାଡିଟି ରାସ୍ତା ପାଖରେ ରହିଥିବାବେଳେ ଅଜଣା ବ୍ୟକ୍ତିମାନେ ଏଥିରୁ ପ୍ରାୟ ୭୦ଟି ଚାଉଳ ପ୍ୟାକେଟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି।
ଗାଡି ମାଲିକଙ୍କ ପକ୍ଷରୁ ଏନେଇ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି। ପୋଲିସ ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ଆରମ୍ଭ କରିଛି ଏବଂ ଚୋରିରେ ଜଡିତ ବ୍ୟକ୍ତିମାନଙ୍କୁ ସନ୍ଧାନ କରିବା ପାଇଁ ଚେଷ୍ଟା ଚାଲାଇଛି।
ସୂଚନାଯୋଗ୍ୟ ଯେ, ଉକ୍ତ ଚାଉଳ ବୋଝେଇ ପିକଅପ ବଲାଙ୍ଗୀରରୁ ଲୋଇସିଂହା ଆସୁଥିଲା। ଏଥିରେ ଦାମୀ ଚାଉଳ ପ୍ୟାକେଟ ରହିଥିଲା। ଏହାର ସୁଯୋଗ ନେଇ ଲୋକେ ଚୋରି କରି ନେଇଥିଲେ।

 

Dharitri – Odisha’s No.1 Odia Daily

 

Share