ନବରଙ୍ଗପୁର,୨୧।୭: ଲଘୁଚାପ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁ ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଥିବା ଏକ ରାଇସ ମିଲ୍ ଓ ଗୋଦାମ ଘର ରବିବାର ଭୁଶୁଡ଼ି ପଡ଼ିଛି। ହେଲେ ଗୋଦାମ ଘରେ ନିୟୋଜିତ କର୍ମଚାରୀ ବାହାରକୁ ଖାଇବାକୁ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତୀଯାଇଛନ୍ତି। ଗୋଦାମ ଦୁଇ ମମଲା ରହିଥିଲା।
ଅନ୍ୟପକ୍ଷେ ରାଇସମିଲ୍ରେ ଥିବା ହଜାର ହଜାର କୁଇଣ୍ଟାଲ ଧାନ ଏବଂ ଚାଉଳ ପାଣିରେ ଭିଜିବା ସହ ପୋତି ହୋଇ ନଷ୍ଟହେବା ଆଶଙ୍କା ପ୍ରକାଶ କରିଛନ୍ତି ରାଇସ ମିଲ୍ ମାଲିକ ବିକାଶ ଅଗ୍ରଓ୍ବାଲ ପ୍ରକାଶ କରିଛନ୍ତି। ଏପରି କି ବିଭାଗୀୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିବା ମାଲିକ ବିକାଶ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ରାଇସ୍ ମିଲ୍ରେ ୩ହଜାର କୁଇଣ୍ଟାଲ ଧାନ ଚାଉଳ ଥିବା ଜଣାପଡିଛି।

