୫୦ଏକର ଜମିରେ ଚାଷ ନଷ୍ଟ

କେସିଙ୍ଗା,୧୩।୮(ତୁମେଶ୍ୱର ସାହୁ)ଓଡ଼ିଶା ଉଠାଜଳସେଚନ କର୍ପୋରେସନ କଳାହାଣ୍ଡି ପକ୍ଷରୁ କେସିଙ୍ଗା ବ୍ଲକର ଭମରମାଲ ଗ୍ରାମରେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଏକ ଉଠାଜଳସେଚନ ପ୍ରକଳ୍ପ କାମ ଚାଲିଛି। ନିର୍ମାଣ କରିବା ପାଇଁ ୨୬ଲକ୍ଷ ୮୦ହଜାର ବ୍ୟୟ ଅଟକଳରେ ଦିବ୍ୟରଞ୍ଜନ ପଣ୍ଡା ନାମକ ଜଣେ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଛି। ଆଜକୁ ଦୁଇ ବର୍ଷ ବିତିଗଲାଣି ଚାଷୀଙ୍କୁ ପାଣି ଯୋଗାଇବାରେ ବିଫଳ ହୋଇଛି। ଭମରମାଲ ଗ୍ରାମର ୩୦ଜଣ ଚାଷୀଙ୍କ ୫୦ଏକର ଜମିକୁ ଜଳସେଚିତ କରିବା ପାଇଁ ଦେହେରେନ ଜୋରରେ ଏହି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଦେହେରେନ ଜୋର ନିକଟରେ ସ୍ଥାପନ କରିଥିବା ଟ୍ରାନ୍ସଫର୍ମରର ଚତୁଃପାର୍ଶ୍ୱ ଠିକ ଭାବେ ବାଉଣ୍ଡାରୀ ୱାଲ ଦିଆଯାଇ ନ ଥିବାରୁ ଗୋରୁଙ୍କ ପ୍ରତି ବିପଦ ରହିଛି। ଉଠାଜଳସେଚନ ପଏଣ୍ଟ ଠାରୁ ଏକ କିମି ଯାଏ ଅତି ନିମ୍ନମାନର ପ୍ଲାଷ୍ଟିକ ପାଇପ ମାଟି ତଳେ ସଂଯୋଗ କରାଯାଇଛି। ପାଇପ ଳାଇନ ମାଟି ତଳେ ପୋତିଲା ବେଳେ ଜେସିପି ମେସିନ ଦ୍ୱାରା ମାଟି ପକାଇ ଦେବାରୁ ଅଧିକାଂଶ ଜାଗାରେ ପାଇପ ଫାଟି ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପମ୍ପ ହାଉସରେ ବିଦ୍ୟୁତ୍‌ ତାର ଟଣା ଯାଇଛି। କିନ୍ତୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ନାହିଁ। ମୋଟର ମଧ୍ୟ ପମ୍ପ ହାଉସରେ ସଂଯୋଗ କରାଯାଇ ନାହିଁ। ଦୀର୍ଘ ୩୦ବର୍ଷର ଭଗ୍ନ ପୁରୁଣା ଚେକ ଡ୍ୟାମରୁ ପାଣି ସଂଯୋଗ କରିବା ପାଇଁ ଏହି ପମ୍ପ ହାଉସ ସ୍ଥାପନ କରାଯାଇଛି। ସ୍ବଳ୍ପବର୍ଷା ଯୋଗୁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷୀଙ୍କ ରୁଆ ଧାନରେ ପାଣି ଅଭାବ ଯୋଗୁ ୫୦ଏକର ଜମି ମଧ୍ୟରୁ ପ୍ରାୟ ୫ଏକର ଜମିର ରୁଆ ଧାନ ମରିବାକୁ ବସିଲାଣି। କେତେକ ଜମିରେ ପାଣିର ଅଭାବ ଯୋଗୁ ଜମି ଫାଟି ଯାଇଛି। ଭମରମାଲ ଗ୍ରାମର ଚାଷୀ ଧରଣୀ ମାଝୀ, ଯୁଗାନ୍ତ ମାଝୀ, ସରୋଜ ମାଝୀ, ଦୋରାନ୍ତ ମାଝୀ, ଦାଶରଥି ମାଝୀ, ବିଜୟ ମାଝୀ, ତେଜରାଜ ମାଝୀ, କାମଦେବ ମାଝୀ, ଦିଗାମ୍ବର ମାଝୀ, କମ୍ଭୁ ପାଣି ମାଝୀ, ଫକୀର ମାଝୀ, ଧନକର ମାଝୀ, ତପନ ମାଝୀଙ୍କ ପ୍ରାୟ ୧୫ଏକର ଜମିରେ ପାଣି ନ ଥିବାରୁ ରୁଆ ଧାନ ମରି ଗଲାଣି। ଧାନ ବିହୁଡା ହୋଇପାରୁ ନାହିଁ। ଏ ନେଇ ଜଳସେଚନ ବିଭାଗ ଯନ୍ତ୍ରୀ ମାଝୀ ବାବୁଙ୍କ ନିକଟରେ ଏକ ବର୍ଷ ହେଲା ଚାଷୀମାନେ ଅଭିଯୋଗ କରି ଆସୁଛନ୍ତି, ହେଲେ କୌଣସି କାର୍ଯ୍ୟକାରୀ ହେଉ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ ମାଝୀ ବାବୁଙ୍କୁ ପଚାରିବାରୁ ଆଉ ୩/୪ଦିନରେ ମୋଟର ସଂଯୋଗ କରାଯାଇ ପାଣି ଦିଆଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?