ଆର୍‌ଆଇ ଅଫିସ୍‌ ଆଜବେଷ୍ଟସ୍‌ରୁ ପାଣି ଗଳୁଛି

ନିରାକାରପୁର,୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଲଗାଣ ବର୍ଷା ହେଲେ କାନ୍ଥ ବାଡଠାରୁ ଆରମ୍ଭ କରି ଆଜବେଷ୍ଟସରୁ ପାଣି ଝରୁଛି। ଏଥିସହ ଗୃହର ଚାରିଆଡ ବିରାଟକାୟ ହୁଙ୍କା ରହିଛି। କିଛି ପୁରୁଣା କବାଟ ରହିଥିବାରୁ ଭଗ୍ନାବସ୍ଥାରେ ଅଛି। ଏହା ଯୋଗୁ ଉକ୍ତ କାର୍ଯ୍ୟାଳୟରେ ଲୋକମାନଙ୍କର କାର୍ଯ୍ୟଥିଲେ ମଧ୍ୟ ସେଠି ଯିବାକୁ ଭୟ କରୁଛନ୍ତି। ଏହି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟିକୁ ଆଣିବା ପରେ ପୁରୁଣା ଆଜବେଷ୍ଟସକୁ ଉଠାଇ ଛାତ ପକାଇବା ସାହିତ କାର୍ଯ୍ୟାଳୟ ମରାମତି ପାଇଁ ୫ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଆଉ ଗୋଟିଏ ଷ୍ଟକ୍‌ ରୁମ ପାଇଁ ୫ ଲକ୍ଷ ଗ୍ରାମ୍ୟ ଉନ୍ନୟନ ପକ୍ଷରୁ ମଞ୍ଜୁର ହୋଇ କାର୍ଯ୍ୟ ମଧ୍ୟ ସରିଛି। ହେଲେ ଦୁଃଖର ବିଷୟ ଯେ, ବର୍ଷା ହେଲେ ନୂତନ ଛାତର ଚତୁଃପାଶର୍‌ବରୁ ବର୍ଷା ଜଳ ଝରି ଘର ଭିତରେ ଲହଡ଼ି ମାରୁଛି। ବିଭିନ୍ନ ଜାଗାର କୋଣରେ ସିମେଣ୍ଟ ଠିକ୍‌ ଭାବେ ଲଗାଯାଇ ନ ଥିବା ଦେଖିବାକୁ ମିଳିଛି। ଫଳରେ କାର୍ଯ୍ୟାଳୟ ଘର ଭିତରେ ବର୍ଷାଜଳ ସନ୍ତେଇ ହୋଇ ଅଫିସ ମଧ୍ୟରେ ଥିବା କାଗଜପତ୍ର ନଷ୍ଟ ହେବାକୁ ବସିଲାଣି। ଅନ୍ୟପଟେ ଯେଉଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଷ୍ଟକ୍‌ ରୁମ କରାଯାଇଛି ତାହା ନିମ୍ନମାନର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏହାର ଠିକ୍‌ ଭାବେ ତଦନ୍ତ କରାଯାଉ ବୋଲି ବୃଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ବିଶେଷ କଥା ହେଲା ଏହି କାର୍ଯ୍ୟାଳୟ ଭିତରେ ପାନୀୟ ଜଳର ବ୍ୟବସ୍ଥା ନ ଥିବାବେଳେ ଶୌଚାଳୟର ସୁବିଧା ମଧ୍ୟ ନାହିଁ। ଏ ନେଇ ନିରାକାରପୁର ରାଜସ୍ବ ନିରୀକ୍ଷକ ଅଧିକାରୀ ରମାକାନ୍ତ ନାୟକ କହିଛନ୍ତି, କିଛିଦିନ ହେବ ଆସିଛି, ତେଣୁ କୌଣସି ଉପର ଅଧିକାରୀଙ୍କୁ ଜଣାଇ ନାହିଁ। ପ୍ରାୟତଃ ହାତରୁ ଖର୍ଚ୍ଚ କରି ଅଧିକାଂଶ ଏ ହୁଙ୍କା ଏବଂ ପାଣିକୁ ସଫା କରୁଛି ବୋଲି ସେ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri