Categories: ଖେଳ

ସୁପର-୪ରେ ଶ୍ରୀଲଙ୍କାର ଦମ୍‌ଦାର ଏଣ୍ଟ୍ରି

ପାଲେକେଲ,୬।୯: ଏସିଆ କପ୍‌ର ସୁପର-୪ ଲାଗି ଯୋଗ୍ୟତା ଅର୍ଜନ କରିଛି ଶ୍ରୀଲଙ୍କା। ମଙ୍ଗଳବାର ଖେଳାଯାଇଥିବା ଅନ୍ତିମ ଗ୍ରୁପ ମ୍ୟାଚ୍‌ରେ ଦଳ ଆଫଗାନିସ୍ତାନକୁ ପରାଜିତ କରିଥିଲା। ଫଳରେ ଦଳ ୪ ପଏଣ୍ଟ ସହ ସୁପର-୪ରେ ଦମ୍‌ଦାର ଏଣ୍ଟ୍ରି କରିଛି।

ସୂଚନାଯୋଗ୍ୟ, କୁଶାଲ ମେଣ୍ଡିସଙ୍କ ୯୨ ରନ ବଳରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ର୍ନିଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୨୯୧ ରନ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୩୭.୪ ଓଭରରେ୨୮୯ ରନ୍‌ରେ ଅଲଆଉଟ ହୋଇଥିଲା। ଶ୍ରୀଲଙ୍କା ପକ୍ଷରୁ କଶୁନ ରଜିଥା ୪, ଦୁନିଥ ଓ୍ବେଲିଲାଗେ ଓ ଧନଞ୍ଜୟ ଡି ସିଲ୍‌ଭା ୨ ଉଇକେଟ ନେଇଥିଲେ। ଆଫଗାନିସ୍ତାନ ପକ୍ଷରୁ ଗୁଲବଦିନ ନାଇବ ସର୍ବାଧିକ ୪ ଉଇକେଟ ନେଇଥିଲେ।

Share