ଶେଷରେ ମୁହଁ ଖୋଲିଲେ ରିୟା: ସୁଶାନ୍ତଙ୍କୁ ନେଇ ଦେଲେ ଏଭଳି ଚାଞ୍ଚଲ୍ୟକର ବୟାନ

ବମ୍ବେ: ଅଭିନେତା ତଥା ପ୍ରେମିକ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଦୋଷୀ ବୋଲି କୁହାଯାଉଥିବା ରିୟା ଚର୍କବର୍ତ୍ତୀ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ରିୟା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ଉପରେ ଲାଗିଥିବା ଅଭିଯୋଗ ବିଷୟରେ ସ୍ପଷ୍ଟିକରଣ ଦେଇଛନ୍ତି। ୟୁରୋପ ବୁଲିବାକୁ ଯିବା ସମୟରେ ସୁଶାନ୍ତ ମାନସିକ ଅବସାଦଗ୍ରସ୍ତ ଥିବା ସେ ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି।

ସୁଶାନ୍ତ ବିମାନରେ ବସିବାକୁ ଡରୁଥିଲେ। କାରଣ ତାଙ୍କୁ କ୍ଲୋସଟୋଫୋବିଆ ଥିଲା। ଏଣୁ ସେ ବିମାନଯାତ୍ରା ପୂର୍ବରୁ ଔଷଧ ସେବନ କରୁଥିଲେ। ୟୁରୋପ ଟ୍ରିପ୍‌ରେ ପ୍ରଥମେ ସେମାନେ ପ୍ୟାରିସ୍‌ରେ ପହଞ୍ଚିଥିଲେ। ସେଠାରେ ତିନି ଦିନ ପର୍ଯ୍ୟନ୍ତ ସୁଶାନ୍ତ ନିଜ କୋଠରୀରୁ ବାହାରକୁ ବାହାରିଥିଲେ। ସେଠାରୁ ସେମାନେ ସୁଇଜରଲ୍ୟାଣ୍ଡ ଯାଇଥିଲେ। ସୁଶାନ୍ତ ସ୍ବାଭାବିକ ଲାଗୁଥିଲେ। ବେଶ୍‌ ଖୁସି ମଧ୍ୟ ଥିଲେ ସେ। ହେଲେ ପରେ ଇଟାଲି ଯାଇଥିଲୁ। ଗୋଥିକ ହୋଟେଲରେ ରହିଥିଲୁ। ସେଠାରେ କୋଠରୀଗୁଡ଼ିକ ଅଦ୍ଭୁତ ଥିଲା। ମୋତେ ପ୍ରଥମେ ଡର ଲାଗିଥିଲା। ହେଲେ ସୁଶାନ୍ତ ସବୁ ଠିକ୍‌ ଥିବା କହିଥିଲେ। ପରେ ସୁଶାନ୍ତ ଉକ୍ତ ଦିନ ରାତିରେ ଶୋଇପାରି ନ ଥିଲେ। ତାଙ୍କୁ ଡର ଲାଗୁଥିବା ସେ କହିଥିଲେ। ହୋଟେଲରୁ ପଳାଇବାକୁ କହିଥିଲେ ହେଁ ସେ ମନା କରିଥିଲେ ବୋଲି ରିୟା କହିଛନ୍ତି। ହେଲେ ତାଙ୍କ ଅବସ୍ଥା ଖରାପ ହୋଇଥିଲା। କଥା ହେବା ପରେ ୨୦୧୩ରେ ତାଙ୍କ ସହ କିଛି ଘଟିଥିବା ଜଣାପଡ଼ିଥିଲା। ସେତେବେଳେ ସେ ମାନସିକ ରୋଗ ଡାକ୍ତରଙ୍କୁ ଭେଟିଥିଲେ। ସେ ତାଙ୍କୁ ଔଷଧ ଦେଇଥିଲେ। ଫଳରେ ସେ ଠିକ୍‌ ହୋଇଯାଇଥିଲେ। ହେଲେ ସୁଶାନ୍ତଙ୍କ ସ୍ବାସ୍ଥ୍ୟ ଖରାପ ହେବା ଯୋଗୁ ସେମାନେ ଅଧାରୁ ୟୁରୋପ ଟ୍ରିପ୍‌ରୁ ଫେରି ଆସିଥିଲେ ବୋଲି ରିୟା କହିଛନ୍ତି।

Share