ସୁଶାନ୍ତ କାହା ଫୋନ୍‌ ଉଠାଇବେ ସ୍ଥିର କରୁଥିଲେ ରିୟା, ଛାଇ ଭଳି ରଖୁଥିଲେ ନଜର

ବମ୍ବେ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମୃତ୍ୟୁ ମାମଲା ଦିନକୁ ଦିନ ରୋଚକ ମୋଡ ନେଉଛି। ଏବେ କାଠଗଡ଼ାରେ ଫସିଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ ବାପା କେ.କେ. ସିଂହ ରିୟାଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। ରିୟା ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅପରପକ୍ଷେ ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି।

ରିୟା ଜୀବନରେ ଆସିବା ପରେ ବହୁତ ବଦଳି ଯାଇଥିଲେ ସୁଶାନ୍ତ। ସେ ସମସ୍ତଙ୍କ ସହ ମିଳାମିଶା କରିବାକୁ ଭଲ ପାଉଥିଲେ। ହେଲେ ଦୁଇ ବର୍ଷ ମଧ୍ୟରେ ସେ କାହା ସହ ମିଳାମିଶା କରୁ ନ ଥିଲେ। ଏହାର ପ୍ରଭାବ ଫିଲ୍ମ କ୍ୟାରିୟର ଉପରେ ପଡ଼ିଥିଲା। ଅନେକ ଫିଲ୍ମ ସେ ଛାଡ଼ି ଦେଇଥିଲେ। ଏପରିକି ରିୟାଙ୍କୁ ଫିଲ୍ମରେ ନେବା ପାଇଁ ସର୍ତ୍ତ ରଖୁଥିବା ନେଇ ଚର୍ଚ୍ଚା ହୋଇଥିଲା।

ରିୟା ଛାଇ ଭଳି ସୁଶାନ୍ତଙ୍କ ଉପରେ ନଜର ରଖୁଥିଲେ। ସୁଶାନ୍ତଙ୍କୁ କେହି ଫୋନ୍‌ କଲେ ସେ ଉଠାଉଥିଲେ। ଏପରିକି ସେ କାହା ସହ କଥା ହେବେ ରିୟା ଠିକ୍‌ କରୁଥିଲେ। ଏପରି କିଛି କହିଛନ୍ତି ଫିଲ୍ମ କ୍ରିଟିକ୍‌ ସୁଭାଷ କେ. ଝା। ସୁଶାନ୍ତଙ୍କ ଯଦିଓ ହତ୍ୟା ହୋଇନାହିଁ, ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ସେ ମଧ୍ୟ କହିଛନ୍ତି।

Share