ଗିରଫ ପୂର୍ବରୁ ରିୟାଙ୍କ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା, ଏବେ ହେଉଛି ଭାଇରାଲ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇସାରିଛନ୍ତି। ଗିରଫ ପୂର୍ବରୁ ଯେତେବେଳେ ରିୟା ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସମସ୍ତଙ୍କ ନଜର ଥିଲା ତାଙ୍କ ଟି-ଶର୍ଟ ଉପରେ। କାରଣ ଏଥିରେ ଏମିତି କିଛି ଶବ୍ଦ ଲେଖାଥିଲା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବର୍ତ୍ତମାନ ରିୟାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ରିୟା ପିନ୍ଧିଥିବା ଏକ କଳାରଙ୍ଗର ଟି-ଶର୍ଟରେ ଲେଖାଥିଲା, ଗୋଲାପ ଲାଲ୍‌ ହୋଇଥାଏ। ବାଇଗଣୀ ନୀଳ। ଆସନ୍ତୁ ପିତୃପୁରୁଷକୁ ଧ୍ୱଂସବିଧ୍ୱଂସ କରିବା। ‘ମୁଁ ଏବଂ ତୁମେ’। ଯାହାକି ଏବେ ଖୁବ୍‌ ଭାଇରାଲ ହେଉଛି।
ଜୁନ୍‌ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ସେବେଠାରୁ ରିୟା ଏବଂ ତାଙ୍କ ପରିବାରକୁ ପଚରାଉଚରା ଜାରି ରହିଥିଲା। ରିୟାଙ୍କ ଭାଇ ପୂର୍ବରୁ ଗିରଫ ହୋଇଥିବା ବେଳେ ରିୟା ମଧ୍ୟ ଗତ ମଙ୍ଗଳବାର ଗିରଫ ହୋଇଛନ୍ତି।

Share