ସୁଶାନ୍ତଙ୍କୁ ମନେ ପକାଇ ଫଟୋ ଶେୟାର କଲେ ରିୟା

ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୨ ବର୍ଷ ବିତିଗଲାଣି। ଏହାରି ଭିତରେ ଅଭିନେତ୍ରୀ ତଥା ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ମନେ ପକାଇ ତାଙ୍କର କିଛି ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଶେୟାର କରିଥିବା ଫଟୋର କ୍ୟାପସନରେ ଲେଖିଛନ୍ତି ଯେ, ‘ତୁମେ ସବୁ ଦିନ ମୋର ମନେ ପଡୁଛ’। ଏହି ଫଟୋକୁ ଫାାନ୍ସ ଲାଇକ୍‌ କରିବା ସହ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି।
ସୂଚନାନୁସାରେ, ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ବିବାଦକୁ ଆସିଥିଲେ। ଏପିରିକି ତାଙ୍କୁ କିଛି ଦିନ ପୋଲିସ ହେପାଜତରେ ମଧ୍ୟ ରହିବାକୁ ପଡିଥିଲା । ପରେ ପ୍ରମାଣ ଅଭାବରୁ ରିୟା ଚକ୍ରବର୍ତ୍ତୀଙ୍କୁ ପୋଲିସ ଛାଡିଥିଲା ।

Share