ଶାନ୍ତି ଖୋଜୁଛନ୍ତି ରିଆ

ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଥିଲେ ରିଆ ଚକ୍ରବର୍ତ୍ତି । ଏମିତିକି ଏହା ପରେ ଡ୍ର୍ରଗ୍ସ ମାମଲରେ ବି ରିଆଙ୍କୁ ଜେଲ ଯିବାକୁ ପଡିଛି । ବଲିଉଡ୍‌ର ଏହି ନାୟିକାଙ୍କ ଜିବନ ଏକ ପ୍ରକାର ବଦଳି ଯାଇଥିବା ବେଳେ ଏବେ ଏହା ଧୀରେ ଧୀରେ ସମାନ୍ୟ ହେବାକୁ ଯାଉଥିବା କୁହାଯାଉଛି । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ରିଆ ସୁଶାନ୍ତଙ୍କ ମୃତ୍ୟୁ ପରେ ଏକ ପ୍ରକାର ସୋସିଆଲ ମିଡିଆଠାରୁ ଦୂରେଇ ଥିଲେ କହିଲେ ଚଳେ । ଏବେ ପୁଣିଥରେ ସେ ସୋସିଆଲ ମିଡିଆରେ ଆକ୍ଟିଭ ହେବାକୁ ଲାଗୁଛନ୍ତି । ନିକଟରେ ସୋସିଆଲ ମିଡିଆରେ ରିଆ ଏକ ଫଟୋ ଶେୟାର କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଫଟୋରେ ରିଆ ଯୋଗ କରୁଥିବାର ଦେଖାଯାଉଛି । ପାହାଡ ଉପରେ ଧଳା କଷ୍ଟ୍ୟୁମ ପିନ୍ଧି ରିଆ ଯୋଗ କରିବାର ଅର୍ଥ ସେ ତାଙ୍କ ଜୀବନକୁ ପୁଣିଥରେ ନର୍ମାଲ କରିବାକୁ ବୋଧହୁଏ ଚାହୁଁଛନ୍ତି । ତେଣୁ ପାହାଡ ଉପର ଭଳି ଏକ ଶାନ୍ତି ସ୍ଥାନରେ ରିଆ ଶାନ୍ତି ଖୋଜୁଛନ୍ତି ବୋଲି କୁହାଯାଉଛି ।

Share