ରିୟାଙ୍କ ପାଇଁ ଗାଳି ଖାଉଛନ୍ତି ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି

ମୁମ୍ବାଇ,୧୨।୮: ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ପାଖକୁ ଗତ କିଛି ଦିନ ହେବ ଏତେ ଅଜଣା କଲ୍‌ ଆସୁଥିଲା,ଯେ ସେ ମାତ୍ର ୩ ଦିନରେ ନିଜ ମୋବାଇଲ୍‌ ନମ୍ବର ବଦଳାଇବାକୁ ବାଧ୍ୟ ହୋଇଥିଲେ। ତାଙ୍କ ପାଖକୁ ଏତେ କଲ୍‌ ଆସିବାର କାରଣ ହେଉଛି, ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ମୋବାଇଲ୍‌ ନମ୍ବର ସହ ସମ୍ପୃକ୍ତ ବ୍ୟକ୍ତି ନମ୍ବର ପାଖପାଖି ସମାନ। ଏହି କାରଣରୁ ଲୋକେ ତାଙ୍କ ରିୟା ଭାବି କଲ୍‌ କରି ଗାଳି ଦେଉଛନ୍ତି। ନଭି ମୁମ୍ବାଇରେ ରହୁଥିବା ୩୨ ବର୍ଷୀୟ ସାଗର ସୁର୍ଭେଙ୍କ ପାଖରୁ ପ୍ରବଳ କଲ୍‌ ଆସିବାରୁ ସେ ନିଜ ମୋବାଇଲ୍‌ ବନ୍ଦ କରିଦେଇଛନ୍ତି। ଯେବେଠୁ ସୁଶାନ୍ତଙ୍କ କେସ୍‌ରେ ରିୟାଙ୍କ କଲ୍‌ ବିବରଣୀ ମିଡିଆରେ ସାର୍ବଜନୀନ ହୋଇଛି, ସେବେଠୁ ତାଙ୍କୁ କଲ୍‌ ଆସିବା ଆରମ୍ଭ ହୋଇଛି ବୋଲି ସାଗର କହିଛନ୍ତି। କଲ୍‌ କରି ତାଙ୍କ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିବା ମଧ୍ୟ ସେ କହିଛନ୍ତି। କେବଳ ଏତିକି ନୁହେଁ ଖଣାପ ଭିଡିଓ ଏବଂ ମେସେଜ୍‌ ମଧ୍ୟ ଆସୁଛି। ଏତତ୍ରେ ରାଗିଯାଇ ସାଗର ଏପର୍ଯ୍ୟନ୍ତ ୧୫୦ କଲ୍‌ ବ୍ଲକ୍‌ କରିସାରିଲେଣି। କିନ୍ତୁ ଅଧିକ ଆସୁଥିବାରୁ ସେ ମୋବାଇଲ୍‌ ବନ୍ଦ କରିଛନ୍ତି। ବାଧ୍ୟ ହୋଇ ସେ ପୋଲିସର ସହାୟତା ନେଇଥିଲେ। ପୋଲିସ ତାଙ୍କୁ ସେ ନମ୍ବର ବନ୍ଦ କରି ଆଉ ଏକ ସିମ୍‌ ନେବାକୁ ପରାମର୍ଶ ଦେଇଥିଲା ବୋଲି କହିଛନ୍ତି ସାଗର। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ରିୟା ଚକ୍ରବର୍ତ୍ତୀଙ୍କ କଲ୍‌ ବିବରଣୀ ମିଡିଆରେ ପ୍ରକାଶ କରାଯାଇଥିଲା। ଏଥିରେ ତାଙ୍କ ନମ୍ବର ଥିଲା।

Share