ତୁମ ବିନା ଜୀବନ ନାହିଁ; ଅପେକ୍ଷା କରିଛି ଫେରିଆସ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏକ ଭାବପ୍ରବଣ ନୋଟ ଲେଖି ତାଙ୍କୁ ସ୍ମରଣ କରିଛନ୍ତି। ଏହି ପୋଷ୍ଟରେ ରିୟା ସୁଶାନ୍ତଙ୍କ ସହ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଗୋଟିଏ ମୁହୂର୍ତ୍ତ ମଧ୍ୟ ଅନୁଭବ କରି ନାହିଁ ଯେ ତୁମେ ଆଉ ନାହଁ, ଲୋକମାନେ କୁହନ୍ତି ସମୟ ସବୁକିଛି ଠିକ କରେ, ମୋ ପାଇଁ ତୁମେ ମୋର ସମୟ, ସବୁକିଛି ଥିଲ। ମୁଁ ଜାଣେ ତୁମେ ମୋତେ ଉପରୁ ଦେଖୁଛ, ମୋତେ ସୁରକ୍ଷା ଦେଉଛ। ତୁମେ ମୋତେ ନେବାକୁ ଆସିବ, ପ୍ରତିଦିନ ଅପେକ୍ଷା କରୁଛି। ମୁଁ ତୁମକୁ ସବୁଆଡ଼େ ଖୋଜୁଛି।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ ତୁମେ ମୋ ସହିତ ଅଛ। ଯେତେବେଳେ ବି ମୁଁ ଅନୁଭବ କରେ ଯେ ତୁମେ ଏଠାରେ ନାହଁ, ମୋ ଶରୀର ଭାବନାରେ ପରିପୂର୍ଣ୍ଣ ହୋଇଯାଏ। ଏହା ଲେଖିବା ବେବେ ମୋର ହୃଦୟକୁ କଷ୍ଟ ହେଉଛି। ତୁମ ବିନା ଜୀବନ ନାହିଁ, ତୁମେ ଏହାର ଅର୍ଥ ସାଙ୍ଗରେ ନେଇଛ। ଏହି ଶୂନ୍ୟସ୍ଥାନ ପୂରଣ ହୋଇପାରିବ ନାହିଁ। ତୁମ ବିନା ମୁଁ ଛିଡା ହୋଇଛି। ମୋର ପ୍ରିୟ ସନ୍‌ସାଇନ୍‌ ବୟ୍‌। ମୁଁ ତୁମକୁ ପ୍ରତିଦିନ ‘ମାଲପୁଆ’ ଦେବି ପ୍ରତିଶ୍ରୁତି ଦେଉଛି। ଦୟାକରି ମୋ ପାଖକୁ ଫେରି ଆସ। ତୁମକୁ ବହୁତ୍‌ ମିସ୍‌ କରୁଛି ମୋର ବନ୍ଧୁ, ମୋର ମଣିଷ, ମୋ ପ୍ରେମ।
ଗତ ବର୍ଷ ଆଜିର ଦିନରେ ଅର୍ଥାତ୍‌ ଜୁନ ୧୪, ୨୦୨୦ରେ ସୁଶାନ୍ତଙ୍କର ଦେହାନ୍ତ ହୋଇଥିଲା। ନିଜ ମୁମ୍ବାଇ ଫ୍ଲାଟରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଥିଲେ। ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ଥିଲେ।

Share