ଶେଷରେ ଗିରଫ ହେଲେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା

ଶେଷରେ ପ୍ରତୀକ୍ଷାର ଅନ୍ତ ହୋଇଛି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇପଡିଥିବା ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମଙ୍ଗଳବାର ଏନସିବି ଗିରଫ କରିଛି। ଡ୍ରଗ୍ସ ସେବନ କରିବା ସହିତ ରିୟାଙ୍କ ନାଁରେ ଅନେକ ଗୁରୁତର ଅଭିଯୋଗ ଥିଲା। ଏନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କୁ ବାରମ୍ବାର ପଚରାଉଚରା କରୁଥିଲା। ରିୟାଙ୍କୁ ଗିରଫ କରିବା ପରେ ତାଙ୍କର ଡାକ୍ତରୀ ପରୀକ୍ଷା ଏବଂ କରୋନା ଟେଷ୍ଟ କରାଯାଇଥିଲା। ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିବାପାଇଁ ତାଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ। ସିବିଆଇ ଦ୍ୱାରା ରିୟାଙ୍କୁ ଗିରଫ କରାଯିବ ବୋଲି ବିଶ୍ୱାସ କରାଯାଉଥିଲା, କିନ୍ତୁ ଏହି ମାମଲାରେ ଡ୍ରଗ୍ସ ଲିଙ୍କ୍‌ ଆସିବା ପରେ ଏନସିବି ଏହାର ଯାଞ୍ଚ୍‌ କରିଥିଲା। ପ୍ରଥମେ ରିୟାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ କରାଯାଇଛି।

Share