ଓଜେଏସ୍‌ରେ ସତ୍ୟବାଦୀରୁ ଦେବାନଙ୍କ ସଫଳତା

ସାକ୍ଷୀଗୋପାଳ,୧୩।୩(ସ୍ବ.ପ୍ର.): ସିଭିଲ୍‌ ଜଜ୍‌ ପଦରେ ନିଯୁକ୍ତି ପାଇଁ ଓଜେଏସ୍‌ ପରୀକ୍ଷାରେ ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳର ଦେବାନ ସତ୍ୟଦର୍ଶୀ ନନ୍ଦ ସଫଳତା ହାସଲ କରିଛନ୍ତି। ମେଧା ତାଲିକାର ସେ ୭ମ ସ୍ଥାନରେ ରହି କୃତକାର୍ଯ୍ୟ ହୋଇଛନ୍ତି। ସେ ବୀରଗୋବିନ୍ଦପୁର ଗ୍ରାମର ସାମାଜିକ କର୍ମୀ ସ୍ବର୍ଗତ ଗୋପୀନାଥ ନନ୍ଦଙ୍କ ନାତି ତଥା ପ୍ରଶାନ୍ତ କୁମାର ନନ୍ଦ ଓ ସତ୍ୟବାଦୀ ହାଇସ୍କୁଲର ଶିକ୍ଷୟିତ୍ରୀ ବୈଜୟନ୍ତୀଙ୍କ ମିଶ୍ରଙ୍କ ପୁତ୍ର ଅଟନ୍ତି। ଦେବାନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରୁ ମାଧ୍ୟମିକ ଶିକ୍ଷା, ବେସିକ ସାଇନ୍ସ କଲେଜରୁ +୨, କିଟ୍‌ ଆଇନ ମହାବିଦ୍ୟାଳୟରୁ ଇଣ୍ଟିଗ୍ରେଟେଡ୍‌ ଏଲ୍‌ଏଲ୍‌ବି ଓ କଟକସ୍ଥିତ ଏନ୍‌ଏଲୟୁରୁ ଏଲ୍‌ଏଲ୍‌ଏମ୍‌ ପାସ୍‌ କରିଛନ୍ତି। ତାଙ୍କ ଏହି କୃତିତ୍ୱ ପାଇଁ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଓ ସମଗ୍ର ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିଛି। ଅନ୍ୟପଟେ ଦେବାନ ଏହି ସଫଳତା ପାଇଁ ପରିବାରବର୍ଗ ଓ ସମସ୍ତ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି।