ଦିଲ୍ଲୀରେ ପୁରସ୍କାର, ବଲଣ୍ଡାରେ ତିରସ୍କାର

ତାଳଚେର, ୪।୯: ୬୨ ବର୍ଷ ତଳେ ୪୧୧ ପରିବାରର ପୈତୃକ ଜମି ନିଆଗଲା। ପରେ ବାସଗୃହ ଅଧିଗ୍ରହଣ କରି ପ୍ରଥମ ଖଣି ଖୋଳାଗଲା। କୋଇଲା ଶେଷ ହୋଇଯିବାରୁ ୧୬ ବର୍ଷ ହେଲା ଖନନ ବନ୍ଦ ହେଲାଣି। ହେଲେ ଖଣି ପାଇଁ ବାସ ହରାଇଥିବା ବିସ୍ଥାପିତଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ଦେଇପାରି ନାହିଁ ମହାନଦୀ କୋଲ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)। ରେକର୍ଡ ପରିମାଣର କୋଇଲା ଉତ୍ପାଦନ ପାଇଁ ନିକଟରେ ଭାରତ ସରକାରଙ୍କ ପକ୍ଷରୁ ଏମ୍‌ସିଏଲ୍‌କୁ ପୁରସ୍କୃତ କରାଯିବା ପରେ ଏପରି ଗମ୍ଭୀର ଅଭିଯୋଗ ଆଣିଛନ୍ତି ଅନୁଗୋଳ ଜିଲା ତାଳଚେର ବଲଣ୍ଡା ଖଣି ଅଞ୍ଚଳର କେତେଜଣ ବିସ୍ଥାପିତ। ଥଇଥାନ ନାମରେ ଗଢ଼ାଯାଇଥିବା ପୁନର୍ବାସ କଲୋନୀରେ ବାସହରାଙ୍କ ପାଇଁ ସାମାନ୍ୟ ମୌଳିକ ସୁବିଧା କରିପାରି ନ ଥିବା କମ୍ପାନୀ ପୁରସ୍କାର ପାଇଁ ନୁହେଁ, ତିରସ୍କାର ଯୋଗ୍ୟ ବୋଲି ସମ୍ପୃକ୍ତ ବିସ୍ଥାପିତମାନେ କ୍ଷୋଭର ସହ କହିଛନ୍ତି।
କ୍ଷତିଗ୍ରସ୍ତମାନଙ୍କ କହିବା ଅନୁଯାୟୀ, ୧୯୬୦ ମସିହାରେ ତାଳଚେରରେ ପ୍ରଥମ କରି ସାଉଥ୍‌ବଲଣ୍ଡା ପୋଖରିଆ ଖାଦାନ ନିମନ୍ତେ ଏମ୍‌ସିଏଲ୍‌ ବଲଣ୍ଡା ଗ୍ରାମବାସୀଙ୍କ ୬୬୨ ଏକର ଜମି ଅଧିଗ୍ରହଣ କରିଥିଲା। ୧୯୬୨ରେ ଜଗନ୍ନାଥ ପୋଖରିଆ ଖାଦାନ ପାଇଁ ୨୩୮ ଏକର ଜମି କୋଲ ବିୟରିଂ ଆକ୍ଟ ଅନୁଯାୟୀ ଅକ୍ତିଆର କରିଥିଲା। ୧୯୮୫ ମସିହାରେ କମ୍ପାନୀ ସମ୍ପୂର୍ଣ୍ଣ ବାସଗୃହ ସହିତ ଆଉ ୨୭୩ ଏକର ହାତେଇ ନେଇଥିଲା। ଏହାପରେ ଜମି ଓ ବାସଗୃହ ହରାଇଥିବା ମୋଟ ୪୧୧ ପରିବାରକୁ ଥଇଥାନ କରିବାକୁ ଏମ୍‌ସିଏଲ୍‌ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ୧୯୯୨ ମସିହାରେ ହାଣ୍ଡିଧୂଆ ନିକଟରେ ୩୨୧ ପରିବାରଙ୍କ ରହଣି ଉଦ୍ଦେଶ୍ୟରେ ମାତ୍ର ୨୪ ଏକର ଜାଗାରେ ପୁନର୍ବସତି କଲୋନୀ ସ୍ଥାପନ କରାଗଲା। ବାକି ୯୦ ପରିବାରକୁ ବାଘମରାଠାରେ ପ୍ଲଟ ଦିଆଗଲା। କିନ୍ତୁ ବାଘମରାଠାରେ ବାସୋପଯୋଗୀ ସୁବିଧା ନ ଥିବାବେଳେ ହାଣ୍ଡିଧୂଆ କଲୋନୀରେ ମଧ୍ୟ ସରକାରୀ ନିୟମର ଅନୁପାଳନ କରାଗଲା ନାହିଁ। ରାଜ୍ୟ ସରକାରଙ୍କ ୨ ଜାନୁୟାରୀ ୧୯୮୯ ବିଜ୍ଞପ୍ତି ଅନୁଯାୟୀ ପ୍ରତ୍ୟେକ ବିସ୍ଥାପିତ ପରିବାର ପିଛା ୦.୧୦ ଡିସିମିଲ ଜମି, ବିସ୍ଥାପିତ କଲୋନୀରେ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌, ସ୍କୁଲ ଗୃହ, ସ୍ବାସ୍ଥ୍ୟସେବା, ପାନୀୟ ଜଳ, ଚିତ୍ତବିନୋଦନ କେନ୍ଦ୍ର, ପୋଖରୀ, ଖେଳପଡ଼ିଆ, ଭେଟେରିନାରି ସେଣ୍ଟର, ଦୋକାନ ଗୃହ ଓ ବୃକ୍ଷରୋପଣ ସୁବିଧା ଯୋଗାଇ ଦିଆଯିବା କଥା। କିନ୍ତୁ ଏମ୍‌ସିଏଲ୍‌ ପକ୍ଷରୁ ବିସ୍ଥାପିତଙ୍କୁ ୦.୫ ଡିସିମିଲ ଲେଖାଏ ଜାଗା ଯୋଗାଇ ଦିଆଯାଇଛି। ଏଥିସହ ବାରମ୍ବାର ଅଭିଯୋଗ ପରେ ୨୬ ଜୁଲାଇ ୨୦୧୬ରେ ଅତି ସଂକୀର୍ଣ୍ଣ ରାସ୍ତା ନିର୍ମାଣ କରାଯାଇଛି। ଷ୍ଟ୍ରିଟ ଲାଇଟ୍‌୍‌ ବ୍ୟବସ୍ଥା ନ କରିବାରୁ ପୌର ପରିଷଦ ପକ୍ଷରୁ ଲାଇଟ୍‌ ଲଗାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ଓ ଚିତ୍ତବିନୋଦନ କେନ୍ଦ୍ର, ଦୋକାନଗୃହ କାର୍ଯ୍ୟକାରୀ ନ ହେବାରୁ ଭାଙ୍ଗିରୁଜି ଗଲାଣି। କଲୋନୀ ସମ୍ମୁଖରେ ଥିବା ଖଣି ଅଧିକାରୀ ଓ କର୍ମଚାରୀଙ୍କ କ୍ୱାର୍ଟର୍ସକୁ ବିଶୁଦ୍ଧ ଜଳ ଯୋଗାଣ ହେଉଥିବା ବେଳେ ପୁନର୍ବାସ କଲୋନୀକୁ ଭୂତଳ କୋଇଲା ଖଣିର ଦୂଷିତ ଜଳ ଯୋଗାଇ ଦିଆଯାଉଛି। ଏଯାଏ ପୋଖରୀ, ଶ୍ମଶାନ ବ୍ୟବସ୍ଥା ହୋଇ ନ ଥିବାବେଳେ ଗ୍ରାମ ଦେବତୀଙ୍କୁ କଲୋନୀକୁ ସ୍ଥାନାନ୍ତର ବ୍ୟବସ୍ଥା କରାଯାଇ ନାହିଁ। ଅନେକ ମୌଳିକ ସୁବିଧା ମିଳୁ ନ ଥିବାରୁ ପୁନର୍ବାସ କଲୋନୀରେ ମାତ୍ର ଶହେରୁ ଊର୍ଦ୍ଧ୍ୱ ବିସ୍ଥାପିତ ପରିବାର ରହୁଛନ୍ତି। ଅନ୍ୟମାନେ ନିଜ ଅସୁବିଧା ଅନୁଯାୟୀ ଅନ୍ୟତ୍ର ବସବାସ କରୁଛନ୍ତି। ଏ ନେଇ ଅନେକ ବିସ୍ଥାପିତ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ ପଠାଇଥିଲେ। ହେଲେ ପୁନର୍ବାସ କଲୋନୀରେ ଥିବା ସମସ୍ୟାର ସମାଧାନ କରାଯାଇ ନ ଥିଲେ ମଧ୍ୟ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ୨୨ ଜୁନ ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସବୁ ବ୍ୟବସ୍ଥା କରାଯାଇଛି ବୋଲି ଜଣାଇଥିବା ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ ବୋଲି ବଲଣ୍ଡା ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କ୍ଷତିଗ୍ରସ୍ତ ନବୀନ ପ୍ରଧାନ କହିଛନ୍ତି,
ପୁନର୍ବାସ କଲୋନୀରେ ପୋଖରୀ ଓ ଶ୍ମଶାନ ବ୍ୟବସ୍ଥା ହୋଇ ନ ଥିବାରୁ ହିନ୍ଦୁ ନୀତିନିୟମ ଅନୁଯାୟୀ ଶବ ସତ୍କାର କରିପାରୁ ନାହଁୁ। କର୍ପୂର ପ୍ରଧାନ କହିଛନ୍ତି, ଆଜିପର୍ଯ୍ୟନ୍ତ କଲୋନୀର ସମସ୍ତ ପରିବାରକୁ ବିଜୁଳି, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ହୋଇନାହିଁ। ୪୦ ପରିବାରକୁ ଜମି ପଟ୍ଟା ମିଳିନାହିଁ। ଧ୍ରୁବ ପ୍ରଧାନ କହିଛନ୍ତି, କଲୋନୀରେ ମଣିଷ ରହିବା ଭଳି ସୁବିଧା ଉପଲବ୍ଧ କରାଯାଇନାହିଁ। ତ୍ରିପୁର ଦେହୁରୀ
କହିଛନ୍ତି, ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ସମସ୍ୟାର ସମାଧାନ କରାଯାଇ ନାହିଁ। ପ୍ରତିବାଦରେ ୨୦୨୨ ପୌର ଭୋଟ ବର୍ଜନ କରିଥିଲୁ। ହେଲେ ବିସ୍ଥାପିତଙ୍କ ଦୁଃଖ ଦୂର ଦିଗରେ କେହି ଦୃଷ୍ଟି ଦେଉନାହାନ୍ତି। ଅଭିଯୋଗ ସମ୍ପର୍କରେ ଏମ୍‌ସିଏଲ୍‌ର ଜଗନ୍ନାଥ ଏରିଆ ମହାପ୍ରବନ୍ଧକ ଅଶୋକ କୁମାର ଧଳଙ୍କ ମତାମତ ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ଫୋନ ରିସିଭ କରୁ ନ ଥିବାରୁ ମତାମତ ମିଳିପାରି ନାହିଁ।

ମନୋଜ ନନ୍ଦ


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri