ଦିଲ୍ଲୀରେ ପୁରସ୍କାର, ବଲଣ୍ଡାରେ ତିରସ୍କାର

ତାଳଚେର, ୪।୯: ୬୨ ବର୍ଷ ତଳେ ୪୧୧ ପରିବାରର ପୈତୃକ ଜମି ନିଆଗଲା। ପରେ ବାସଗୃହ ଅଧିଗ୍ରହଣ କରି ପ୍ରଥମ ଖଣି ଖୋଳାଗଲା। କୋଇଲା ଶେଷ ହୋଇଯିବାରୁ ୧୬ ବର୍ଷ ହେଲା ଖନନ ବନ୍ଦ ହେଲାଣି। ହେଲେ ଖଣି ପାଇଁ ବାସ ହରାଇଥିବା ବିସ୍ଥାପିତଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ଦେଇପାରି ନାହିଁ ମହାନଦୀ କୋଲ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)। ରେକର୍ଡ ପରିମାଣର କୋଇଲା ଉତ୍ପାଦନ ପାଇଁ ନିକଟରେ ଭାରତ ସରକାରଙ୍କ ପକ୍ଷରୁ ଏମ୍‌ସିଏଲ୍‌କୁ ପୁରସ୍କୃତ କରାଯିବା ପରେ ଏପରି ଗମ୍ଭୀର ଅଭିଯୋଗ ଆଣିଛନ୍ତି ଅନୁଗୋଳ ଜିଲା ତାଳଚେର ବଲଣ୍ଡା ଖଣି ଅଞ୍ଚଳର କେତେଜଣ ବିସ୍ଥାପିତ। ଥଇଥାନ ନାମରେ ଗଢ଼ାଯାଇଥିବା ପୁନର୍ବାସ କଲୋନୀରେ ବାସହରାଙ୍କ ପାଇଁ ସାମାନ୍ୟ ମୌଳିକ ସୁବିଧା କରିପାରି ନ ଥିବା କମ୍ପାନୀ ପୁରସ୍କାର ପାଇଁ ନୁହେଁ, ତିରସ୍କାର ଯୋଗ୍ୟ ବୋଲି ସମ୍ପୃକ୍ତ ବିସ୍ଥାପିତମାନେ କ୍ଷୋଭର ସହ କହିଛନ୍ତି।
କ୍ଷତିଗ୍ରସ୍ତମାନଙ୍କ କହିବା ଅନୁଯାୟୀ, ୧୯୬୦ ମସିହାରେ ତାଳଚେରରେ ପ୍ରଥମ କରି ସାଉଥ୍‌ବଲଣ୍ଡା ପୋଖରିଆ ଖାଦାନ ନିମନ୍ତେ ଏମ୍‌ସିଏଲ୍‌ ବଲଣ୍ଡା ଗ୍ରାମବାସୀଙ୍କ ୬୬୨ ଏକର ଜମି ଅଧିଗ୍ରହଣ କରିଥିଲା। ୧୯୬୨ରେ ଜଗନ୍ନାଥ ପୋଖରିଆ ଖାଦାନ ପାଇଁ ୨୩୮ ଏକର ଜମି କୋଲ ବିୟରିଂ ଆକ୍ଟ ଅନୁଯାୟୀ ଅକ୍ତିଆର କରିଥିଲା। ୧୯୮୫ ମସିହାରେ କମ୍ପାନୀ ସମ୍ପୂର୍ଣ୍ଣ ବାସଗୃହ ସହିତ ଆଉ ୨୭୩ ଏକର ହାତେଇ ନେଇଥିଲା। ଏହାପରେ ଜମି ଓ ବାସଗୃହ ହରାଇଥିବା ମୋଟ ୪୧୧ ପରିବାରକୁ ଥଇଥାନ କରିବାକୁ ଏମ୍‌ସିଏଲ୍‌ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା। ୧୯୯୨ ମସିହାରେ ହାଣ୍ଡିଧୂଆ ନିକଟରେ ୩୨୧ ପରିବାରଙ୍କ ରହଣି ଉଦ୍ଦେଶ୍ୟରେ ମାତ୍ର ୨୪ ଏକର ଜାଗାରେ ପୁନର୍ବସତି କଲୋନୀ ସ୍ଥାପନ କରାଗଲା। ବାକି ୯୦ ପରିବାରକୁ ବାଘମରାଠାରେ ପ୍ଲଟ ଦିଆଗଲା। କିନ୍ତୁ ବାଘମରାଠାରେ ବାସୋପଯୋଗୀ ସୁବିଧା ନ ଥିବାବେଳେ ହାଣ୍ଡିଧୂଆ କଲୋନୀରେ ମଧ୍ୟ ସରକାରୀ ନିୟମର ଅନୁପାଳନ କରାଗଲା ନାହିଁ। ରାଜ୍ୟ ସରକାରଙ୍କ ୨ ଜାନୁୟାରୀ ୧୯୮୯ ବିଜ୍ଞପ୍ତି ଅନୁଯାୟୀ ପ୍ରତ୍ୟେକ ବିସ୍ଥାପିତ ପରିବାର ପିଛା ୦.୧୦ ଡିସିମିଲ ଜମି, ବିସ୍ଥାପିତ କଲୋନୀରେ ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌, ସ୍କୁଲ ଗୃହ, ସ୍ବାସ୍ଥ୍ୟସେବା, ପାନୀୟ ଜଳ, ଚିତ୍ତବିନୋଦନ କେନ୍ଦ୍ର, ପୋଖରୀ, ଖେଳପଡ଼ିଆ, ଭେଟେରିନାରି ସେଣ୍ଟର, ଦୋକାନ ଗୃହ ଓ ବୃକ୍ଷରୋପଣ ସୁବିଧା ଯୋଗାଇ ଦିଆଯିବା କଥା। କିନ୍ତୁ ଏମ୍‌ସିଏଲ୍‌ ପକ୍ଷରୁ ବିସ୍ଥାପିତଙ୍କୁ ୦.୫ ଡିସିମିଲ ଲେଖାଏ ଜାଗା ଯୋଗାଇ ଦିଆଯାଇଛି। ଏଥିସହ ବାରମ୍ବାର ଅଭିଯୋଗ ପରେ ୨୬ ଜୁଲାଇ ୨୦୧୬ରେ ଅତି ସଂକୀର୍ଣ୍ଣ ରାସ୍ତା ନିର୍ମାଣ କରାଯାଇଛି। ଷ୍ଟ୍ରିଟ ଲାଇଟ୍‌୍‌ ବ୍ୟବସ୍ଥା ନ କରିବାରୁ ପୌର ପରିଷଦ ପକ୍ଷରୁ ଲାଇଟ୍‌ ଲଗାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର ଓ ଚିତ୍ତବିନୋଦନ କେନ୍ଦ୍ର, ଦୋକାନଗୃହ କାର୍ଯ୍ୟକାରୀ ନ ହେବାରୁ ଭାଙ୍ଗିରୁଜି ଗଲାଣି। କଲୋନୀ ସମ୍ମୁଖରେ ଥିବା ଖଣି ଅଧିକାରୀ ଓ କର୍ମଚାରୀଙ୍କ କ୍ୱାର୍ଟର୍ସକୁ ବିଶୁଦ୍ଧ ଜଳ ଯୋଗାଣ ହେଉଥିବା ବେଳେ ପୁନର୍ବାସ କଲୋନୀକୁ ଭୂତଳ କୋଇଲା ଖଣିର ଦୂଷିତ ଜଳ ଯୋଗାଇ ଦିଆଯାଉଛି। ଏଯାଏ ପୋଖରୀ, ଶ୍ମଶାନ ବ୍ୟବସ୍ଥା ହୋଇ ନ ଥିବାବେଳେ ଗ୍ରାମ ଦେବତୀଙ୍କୁ କଲୋନୀକୁ ସ୍ଥାନାନ୍ତର ବ୍ୟବସ୍ଥା କରାଯାଇ ନାହିଁ। ଅନେକ ମୌଳିକ ସୁବିଧା ମିଳୁ ନ ଥିବାରୁ ପୁନର୍ବାସ କଲୋନୀରେ ମାତ୍ର ଶହେରୁ ଊର୍ଦ୍ଧ୍ୱ ବିସ୍ଥାପିତ ପରିବାର ରହୁଛନ୍ତି। ଅନ୍ୟମାନେ ନିଜ ଅସୁବିଧା ଅନୁଯାୟୀ ଅନ୍ୟତ୍ର ବସବାସ କରୁଛନ୍ତି। ଏ ନେଇ ଅନେକ ବିସ୍ଥାପିତ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ ପଠାଇଥିଲେ। ହେଲେ ପୁନର୍ବାସ କଲୋନୀରେ ଥିବା ସମସ୍ୟାର ସମାଧାନ କରାଯାଇ ନ ଥିଲେ ମଧ୍ୟ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ୨୨ ଜୁନ ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସବୁ ବ୍ୟବସ୍ଥା କରାଯାଇଛି ବୋଲି ଜଣାଇଥିବା ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ ବୋଲି ବଲଣ୍ଡା ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ କ୍ଷତିଗ୍ରସ୍ତ ନବୀନ ପ୍ରଧାନ କହିଛନ୍ତି,
ପୁନର୍ବାସ କଲୋନୀରେ ପୋଖରୀ ଓ ଶ୍ମଶାନ ବ୍ୟବସ୍ଥା ହୋଇ ନ ଥିବାରୁ ହିନ୍ଦୁ ନୀତିନିୟମ ଅନୁଯାୟୀ ଶବ ସତ୍କାର କରିପାରୁ ନାହଁୁ। କର୍ପୂର ପ୍ରଧାନ କହିଛନ୍ତି, ଆଜିପର୍ଯ୍ୟନ୍ତ କଲୋନୀର ସମସ୍ତ ପରିବାରକୁ ବିଜୁଳି, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ହୋଇନାହିଁ। ୪୦ ପରିବାରକୁ ଜମି ପଟ୍ଟା ମିଳିନାହିଁ। ଧ୍ରୁବ ପ୍ରଧାନ କହିଛନ୍ତି, କଲୋନୀରେ ମଣିଷ ରହିବା ଭଳି ସୁବିଧା ଉପଲବ୍ଧ କରାଯାଇନାହିଁ। ତ୍ରିପୁର ଦେହୁରୀ
କହିଛନ୍ତି, ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ସମସ୍ୟାର ସମାଧାନ କରାଯାଇ ନାହିଁ। ପ୍ରତିବାଦରେ ୨୦୨୨ ପୌର ଭୋଟ ବର୍ଜନ କରିଥିଲୁ। ହେଲେ ବିସ୍ଥାପିତଙ୍କ ଦୁଃଖ ଦୂର ଦିଗରେ କେହି ଦୃଷ୍ଟି ଦେଉନାହାନ୍ତି। ଅଭିଯୋଗ ସମ୍ପର୍କରେ ଏମ୍‌ସିଏଲ୍‌ର ଜଗନ୍ନାଥ ଏରିଆ ମହାପ୍ରବନ୍ଧକ ଅଶୋକ କୁମାର ଧଳଙ୍କ ମତାମତ ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ଫୋନ ରିସିଭ କରୁ ନ ଥିବାରୁ ମତାମତ ମିଳିପାରି ନାହିଁ।

ମନୋଜ ନନ୍ଦ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri