ସମୀକ୍ଷାର ସମୟ

ମୀରା ବେଉରା

 

ଜାତିର ପିତା ମହାତ୍ମା ଗାନ୍ଧୀ କହୁଥିଲେ- ମୁଁ ଏପରି ଭାରତବର୍ଷ ନିମନ୍ତେ କାମ କରିବି, ଯେଉଁଠି ଦରିଦ୍ରରୁ ଦରିଦ୍ରମାନେ ଅନୁଭବ କରିବେ ଯେ ଏହା ସେହିମାନଙ୍କ ଦେଶ, ଯାହାର ନିର୍ମାଣରେ ସେମାନଙ୍କର ଫଳପ୍ରଦ ଅବଦାନ ରହିଥିବ। ଏପରି ଭାରତବର୍ଷ ଯେଉଁଠାରେ କି ଜନସାଧାରଣଙ୍କ ମଧ୍ୟରେ ଛୋଟବଡ଼ ବୋଲି କିଛି ଶ୍ରେଣୀ ଭେଦଭାବ ନ ଥିବ। ଏପରି ଭାରତବର୍ଷ ଯେଉଁଠାରେ କି ସମସ୍ତ ସମ୍ପ୍ରଦାୟ ପୂର୍ଣ୍ଣ ସଂଗତିରେ ବାସ କରିବେ। ଏପରି ଏକ ଭାରତବର୍ଷ ଯେଉଁଠାରେ ଅସ୍ପୃଶ୍ୟତା କିମ୍ବା ମାଦକ ଓ ନିଶାଦ୍ରବ୍ୟର ସ୍ଥାନ ନ ଥିବ ଏବଂ ପୁରୁଷମାନଙ୍କ ପରି ମହିଳାମାନେ ସମାନ ଅଧିକାର ଉପଭୋଗ କରିବେ।
ସ୍ବାଧୀନତା ପ୍ରାପ୍ତି ପରେ ଗାନ୍ଧିଜୀ କଂଗ୍ରେସର ଏକ ସଭାରେ କହିଥିଲେ, କଂଗ୍ରେସ ପାର୍ଟି ସୃଷ୍ଟି ହୋଇଥିଲା ଭାରତର ସ୍ବାଧୀନତା ପ୍ରାପ୍ତି ପାଇଁ। ଏହା କଦାପି ଶାସନ ଡୋରିକୁ ହାତରେ ରଖି ଶାସନ କରିବାକୁ ସୃଷ୍ଟି ହୋଇ ନ ଥିଲା। ଯଦି ଏହି ଦଳକୁ ରଖାଯାଏ ତେବେ ଅନେକ ଦଳୀୟ ଲୋକ ଗାଦିର ମୋହରେ ଆସକ୍ତ ହୋଇ ଶାସନ ଚୌକିକୁ ଦଖଲ କରିବା ପାଇଁ ଚେଷ୍ଟା କରିବେ ଏବଂ ପରସ୍ପର ଭିତରେ ଚୌକି ଏବଂ କ୍ଷମତା ହାତେଇବା ପାଇଁ କନ୍ଦଳ ସୃଷ୍ଟି ହେବ, ଯାହାକି କଂଗ୍ରେସର ନୀତି ଆଦର୍ଶର ପରିପନ୍ଥୀ ହେବ। ତେଣୁ ଏହି ଦଳକୁ ଭାଙ୍ଗିଦେବା ଉଚିତ ହେବ। କିନ୍ତୁ ଶାସନ ଗାଦିରେ ବସିବା ପାଇଁ ଆସକ୍ତ କିଛି ନେତା ଗାନ୍ଧୀଙ୍କ ମତରେ ସହମତ ନ ଥିଲେ। ଫଳରେ ଏହି ଦଳ ଭାଙ୍ଗି ନ ଥିଲା। ବରଂ ସେମାନେ କଂଗ୍ରେସକୁ ଦେଶର ଏକ ରାଜନୈତିକ ଦଳରେ ପରିଣତ କରି ତା’ ମାଧ୍ୟମରେ ନିର୍ବାଚନ ଜିତି ଦେଶର ଶାସକ ହୋଇଗଲେ। ଏପରି ହେବ ବୋଲି ଗାନ୍ଧିଜୀ ବହୁ ଆଗରୁ ଅନୁମାନ କରିଥିଲେ। ତେଣୁ ସେ ନୀତି ଆଦର୍ଶପୂର୍ଣ୍ଣ ରାଜନୀତିକୁ ଆଦର୍ଶ ଶାସନ ଏବଂ ରାଜନୀତି ବୋଲି କହୁଥିଲେ। ଯଦି ଶାସନରେ ଧର୍ମ, ଜାତି, ସାମ୍ପ୍ରଦାୟିକତା ଓ ଲିଙ୍ଗଭେଦକୁ ନେଇ ରାଜନୀତି ହୁଏ ତେବେ ଦେଶର ଗଣତନ୍ତ୍ର ଭୁଶୁଡ଼ି ପଡ଼ିବ। ତେଣୁ ସେ ନେତାମାନଙ୍କୁ ଚେତାବନୀ ଦେଇଥିଲେ। ଯଦି ରାଜନୀତି ନୀତି ଭିନ୍ନ ହୁଏ, ସୁଖ ଲିପ୍‌ସା ବିବେକହୀନ ହୁଏ, ବିଦ୍ୟା ଅର୍ଜନରେ ଚରିତ୍ର ନ ଥାଏ, ବ୍ୟବସାୟ ଦୁର୍ନୀତିମୂଳକ ହୁଏ, ବିଜ୍ଞାନ ବିବେକହୀନ ହୁଏ, ପୂଜା ତ୍ୟାଗହୀନ ହୁଏ, ଈଶ୍ୱରଙ୍କ ଉପରେ ବିଶ୍ୱାସ ନ ରହେ, ତେବେ ଏହା ଦେଶକୁ ବିକାଶ ପଥରେ ନ ନେଇ ଧ୍ୱଂସର ବାଟ ଦେଖାଇବ। ବର୍ତ୍ତମାନ ଦେଶର ସ୍ଥିତି ଯଦି ଦେଖିବା, ଆମେ ସହଜରେ ଅନୁମାନ କରିପାରିବା ଆମ ରାଜନୀତିଜୀବୀମାନେ କେଉଁ ସବୁ ନିୟମକୁ ଆପଣେଇ ଦେଶ ସେବା କରୁଛନ୍ତି। ଦୁଃଖର କଥା କେହି ବୁଦ୍ଧିଜୀବୀ ମଧ୍ୟ ଏହାର ପ୍ରତିବାଦ କରୁନାହାନ୍ତି। ମାନବିକ ମୂଲ୍ୟବୋଧ କଥା ପଚାରେ କିଏ? ସବୁଠି ଦଳ ଆଗ, ଦେଶ ପଛ।
ଗାନ୍ଧିଜୀ ଚିନ୍ତା କରିଥିଲେ ଯେ ତଳବର୍ଗର ଲୋକମାନଙ୍କ ବିକାଶ ହିଁ ଦେଶର ପ୍ରକୃତ ବିକାଶ। ଆଜି କିନ୍ତୁ ରାଜନୀତିର ସଂଜ୍ଞା ‘ସେବା’ ବଦଳି ଯାଇଛି। କଳେବଳେ କୌଶଳେ ନେତାମାନେ ନିର୍ବାଚନରେ ଜିତିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ହିଂସା, ଅର୍ଥ ଓ ବାହୁବଳ ଦ୍ୱାରା କ୍ଷମତା ହାସଲ ପାଇଁ ପ୍ରୟାସ ଜାରି ରହିଛି। ସେଦିନ ସମ୍ବିଧାନ ପ୍ରଣୟନ ସଭାର ଅଧ୍ୟକ୍ଷ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ କହିଥିଲେ, ଦେଶର ଭବିଷ୍ୟତକୁ ଗଢ଼ିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗାନ୍ଧିଜୀଙ୍କ ଅହିଂସା ସତ୍ୟମାର୍ଗରେ ପରିଚାଳିତ ହେବାକୁ ପଡ଼ିବ। ସାମ୍ପ୍ରତିକ ରାଜନୀତି ଗାନ୍ଧୀଙ୍କ ଆଦର୍ଶବାଦ ଶାସନକୁ ଅନୁସରଣ କରିବା ଆବଶ୍ୟକ। ହେଲେ ଆଜିର ରାଜନୀତିରେ ନା ଅଛି ନୈତିକ ମୂଲ୍ୟବୋଧ ନା ଅଛି ସତ୍ୟ, ନା ଅଛି ଅହିଂସା। ସଭିଏ ଆଜି ଅବକ୍ଷୟ ପଥରେ ଧାବମାନ।
ପ୍ରଥମେ ଆମକୁ ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷିର ଉନ୍ନତି କଥା ଚିନ୍ତା କରିବା ଜରୁରୀ ମନେହୁଏ। ଯେଉଁଠି ଶିକ୍ଷା ହାର କମ୍‌ ସେଠାରେ ବିକାଶ ମଧ୍ୟ କମ୍‌। କୃଷିକୁ ତ୍ୱରାନ୍ବିତ କରିବାକୁ ହେଲେ ପ୍ରଥମେ ଜଳସେଚନ ଏବଂ ଶୀତଳ ଭଣ୍ଡାର ପ୍ରତି ଦୃଷ୍ଟିଦେବାକୁ ପଡ଼ିବ। ବହୁ ଯୋଜନା ସତ୍ତ୍ୱେ ମଧ୍ୟ ଦାରିଦ୍ର୍ୟର ହାର କମୁ ନାହିଁ ବରଂ ବୃଦ୍ଧି ପାଇବାରେ ଲାଗିଛି। ଅସୁବିଧା ରହୁଛି କେଉଁଠି ତାହା ସମୀକ୍ଷା ହେବା ଆବଶ୍ୟକ। ପ୍ରତ୍ୟେକ ଲୋକ ପାଖରେ ସରକାରଙ୍କ ଯୋଜନା ପହଞ୍ଚତ୍ବା ଦରକାର। ଆଜି ସମୀକ୍ଷାର ସମୟ ଆସିଛି। ଆମେ ହରାଇଛୁ କ’ଣ? ପାଇଛୁ କ’ଣ? ଗାନ୍ଧିଜୀଙ୍କ ଆଦର୍ଶ, କାର୍ଯ୍ୟଶୈଳୀ, ଆଦର୍ଶନୀତିକୁ ଆପଣେଇ ଦେଶର ବିକାଶ ପାଇଁ ସତ୍ୟ ଅହିଂସାକୁ ଅସ୍ତ୍ର କରି ମିଳିତଭାବେ ସଂଗଠିତ ହୋଇ କାର୍ଯ୍ୟ କରିବା ଆବଶ୍ୟକ। ନ ହେଲେ କଷ୍ଟଲବ୍ଧ ସ୍ବାଧୀନତା ପରେ ପ୍ରକୃତ ବିକାଶଠାରୁ ଆମେ ଦୂରେଇ ଯିବା।
ରଘୁନାଥଜୀଉ ମହାବିଦ୍ୟାଳୟ, କଟକ
ମୋ- ୯୮୫୩୩୫୦୩୮୪


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri