Posted inଫୁରସତ

ରିଭ୍ୟୁ ରେଟିଂ, ଏକ ଧୋକା!

ରେସ୍ତୋରାଁରେ ଖାଇବା ହେଉ କି ବୁଲିବାକୁ ଯାଇଥିଲେ ହୋଟେଲ୍‌ ବୁକ୍‌ କରିବା ଅବା ଅନ୍‌ଲାଇନ୍‌ରେ ଯେକୌଣସି ସାମଗ୍ରୀ କିଣିବା ବେଳେ ଅଧିକାଂଶ ପ୍ରଥମେ ଏହାର ରିଭ୍ୟୁ ଏବଂ ରେଟିଂ ଦେଖିବାକୁ ଭୁଲି ନ ଥା’ନ୍ତି। କାରଣ ଯାହାର ରେଟିଂ ଯେତେ ଅଧିକ, ତାହା ସେତେ ଭଲ ବୋଲି ସଭିଙ୍କ ମନରେ ଧାରଣା ରହିଛି। ହେଲେ ବାସ୍ତବରେ ଏହି ରିଭ୍ୟୁ ଏବଂ ରେଟିଂ କେତେଦୂର ଭରସାଯୋଗ୍ୟ
ତାହା ଏବେବି ପ୍ରଶ୍ନବାଚୀ…

ବର୍ତ୍ତମାନ ଯେକୌଣସି ନୂଆ ସାମଗ୍ରୀ କିଣିବା ପୂର୍ବରୁ ଏହା ବିଷୟରେ ଜାଣିବା ଲାଗି ରିଭ୍ୟୁ ଏବଂ ରେଟିଂ ପାଲଟିଛି ସବୁଠୁ ଭଲ ମାଧ୍ୟମ। କାରଣ ଏହାଦ୍ୱାରା ପୂର୍ବରୁ ଯେଉଁମାନେ ଉକ୍ତ ସାମଗ୍ରୀ କିଣି ବ୍ୟବହାର କରିଛନ୍ତି, ସେମାନେ କେତେ ଉପକୃତ ହୋଇଛନ୍ତି ଅବା କେଉଁ କାରଣକୁ ନେଇ ଅସନ୍ତୁଷ୍ଟ ସେ ସମ୍ପର୍କରେ ସହଜରେ ଜାଣି ହେଉଛି। ତେବେ ଏକ ସର୍ଭେ ରିପୋର୍ଟ ମୁତାବକ ଇଣ୍ଟରନେଟ୍‌ ଉପଭୋକ୍ତାଙ୍କ ମଧ୍ୟରୁ ପ୍ରାୟ ୯୧ ଭାଗ ଅନ୍‌ଲାଇନ୍‌ ରିଭ୍ୟୁ ଚେକ୍‌ କରିଥା’ନ୍ତି। ସେମାନଙ୍କ ମଧ୍ୟରୁ ୮୪ ଭାଗ ଏହା ଉପରେ ବିଶ୍ୱାସ କରୁଥିବା ବେଳେ ୬୮ ଭାଗ ଏହା ଅନୁସାରେ ନିଷ୍ପତ୍ତି ନେଉଥିବା ଜଣାପଡ଼ିଛି। ହେଲେ ଏକ ରିପୋର୍ଟ ମୁତାବକ, ସମସ୍ତ ଅନ୍‌ଲାଇନ୍‌ ରିଭ୍ୟୁ ମଧ୍ୟରୁ ପ୍ରାୟ ୪୦% ଫେକ୍‌ ବା ମିଛ। ଯଦି ଆପଣମାନେ ବି କୌଣସି ସାମଗ୍ରୀ କିଣିବା ବେଳେ ଅନ୍‌ଲାଇନ୍‌ ରିଭ୍ୟୁ ଏବଂ ରେଟିଂ ଦେଖୁଛନ୍ତି, ତେବେ ଜାଣିରଖନ୍ତୁ…
ତୁଳନା କରି କିଣିବା ସହଜ: ସାଧାରଣତଃ କୌଣସି ନୂଆ ପ୍ରଡକ୍ଟ କିଣିବା ବେଳେ ଏହା ବିଷୟରେ ବିଶେଷ ଧାରଣା ନ ଥାଏ। ଏମିତିରେ ବେଶ୍‌ ସାହାଯ୍ୟ କରେ ଅନ୍‌ଲାଇନ୍‌ ରିଭ୍ୟୁ। ଯେଉଁଠାରୁ ଗ୍ରାହକ ଅନ୍ୟଗ୍ରାହକଙ୍କ ମତାମତ ପଢ଼ି ଉକ୍ତ ପ୍ରଡକ୍ଟ ସମ୍ପର୍କରେ ଜାଣିବାକୁ ପାଆନ୍ତି। କେବଳ ଏତିକି ନୁହେଁ, ଏକାଧିକ ବ୍ରାଣ୍ଡର ପ୍ରଡକ୍ଟ ମଧ୍ୟରେ ତୁଳନା କରି କିଣିବାରେ ସେମାନଙ୍କୁ ସୁବିଧା ହୋଇଥାଏ।
ମନରେ ବିଶ୍ୱାସ ଆସେ: ଅନ୍‌ ଲାଇନ୍‌ ରିଭ୍ୟୁରେ ଭଲ ଭଲ କମେଣ୍ଟ୍ସ କିମ୍ବା ୫ ଷ୍ଟାର୍‌ ରେଟିଂ ଥିଲେ ଉକ୍ତ ପ୍ରଡକ୍ଟ ଭଲ ବୋଲି ମନରେ ଏକ ବିଶ୍ୱାସ ଆସିଥାଏ। ତେବେ ଏହା ସତ୍ତ୍ୱେ ମଧ୍ୟ କେବେକେବେ ବାସ୍ତବରେ ତାହା ଖରାପ ପଡ଼ୁଥିବାର ଅଭିଯୋଗ ଆସେ। ତେଣୁ କେବଳ ପଜିଟିଭ୍‌ ସହିତ ନେଗେଟିଭ୍‌ କମେଣ୍ଟ୍ସ ବି ପଢ଼ନ୍ତୁ। ଏହା ଦ୍ୱାରା କିଛି ଉପଭୋକ୍ତାଙ୍କ ଅସନ୍ତୁଷ୍ଟିର କାରଣ ଜାଣିବା ଦ୍ୱାରା ହୁଏତ ଆପଣଙ୍କୁ ଏହାକୁ ବ୍ୟବହାର କରିବାର ନିଷ୍ପତ୍ତି ନେବା ସହଜ ହେବ।
ଧ୍ୟାନ ଦିଅନ୍ତୁ:
ପ୍ରଡକ୍ଟର ରେଟିଂ ୫ ଷ୍ଟାର ଦେଖିବାମାତ୍ରେ ଏହାହିଁ ସବୁଠୁ ଭଲ ହୋଇଥିବା ଭାବି କିଣି ନିଅନ୍ତୁ ନାହିଁ। କାରଣ ଅନେକ କମ୍ପାନୀ ବିଭିନ୍ନ ଓ୍ବେବ୍‌ସାଇଟ୍‌ରେ ନିଜ ପ୍ରଡକ୍ଟଗୁଡ଼ିକର ପ୍ରମୋଶନ ସହ ଗ୍ରାହକଙ୍କୁ ଭ୍ରମରେ ପକାଇବା ପାଇଁ ରିଭ୍ୟୁରେ ଖୁବ୍‌ ଭଲ ଭଲ କମେଣ୍ଟ୍ସ ଦେବା ସହ ୫ ଷ୍ଟାର ରେଟିଂ ଦେବାକୁ ରାଇଟରମାନଙ୍କୁ ଟଙ୍କା ଦେଇଥା’ନ୍ତି। କେବଳ ଏତିକି ନୁହେଁ, ଅନେକ କମ୍ପାନୀ ନିଜ ପ୍ରଡକ୍ଟ ବିଷୟରେ ଭଲ କମେଣ୍ଟ୍ସ ଦେବା ବଦଳରେ ଗିଫ୍ଟ, ରିଓ୍ବାର୍ଡ, ଫ୍ରି ପ୍ରଡକ୍ଟ ଆଦି ଅଫର ମଧ୍ୟ କରିଥା’ନ୍ତି। ତେଣୁ ରେଟିଂ ସହିତ କମେଣ୍ଟ ଦେଖନ୍ତୁ, ଯଦି କିଛି ନେଗେଟିଭ୍‌ କମେଣ୍ଟ ଅଛି, ତେବେ ପ୍ରଡକ୍ଟ ବିଷୟରେ ଗ୍ରାହକଙ୍କ ମତାମତ କ’ଣ ଭଲ ଭାବେ ପଢ଼ିବା ପରେ କିଣନ୍ତୁ। ତେଣୁ ଅନ୍‌ଲାଇନ୍‌ ରିଭ୍ୟୁ ଚେକ୍‌ କରିବାର ବେଷ୍ଟ ଉପାୟ ହେଉଛି ସର୍ବଦା ଅତି କମ୍‌ରେ ୩୦ ୟୁଜର ରିଭ୍ୟୁ ଥିଲେ ହିଁ ଏହା ବିଶ୍ୱାସଯୋଗ୍ୟ।
ବିରୋଧୀ କମ୍ପାନୀଗୁଡ଼ିକ ନିଜ ପ୍ରଡକ୍ଟ ବିକ୍ରି ପାଇଁ ଅନ୍ୟ ପ୍ରଡକ୍ଟ ଉପରେ ଖରାପ କମେଣ୍ଟ ଓ ରେଟିଂ ଦେବାକୁ ଲୋକଙ୍କୁ ଟଙ୍କା ଦେଇଥା’ନ୍ତି। ତା’ଛଡ଼ା ଅନେକ କଷ୍ଟମର୍‌ ଏମିତିବି ଅଛନ୍ତି, ଯେଉଁମାନେ ପ୍ରଡକ୍ଟ ଭଲ ହୋଇଥିଲେ ସୁଦ୍ଧା ନିଜକୁ ପସନ୍ଦ ନ ଆସିଲେ ଅଯଥାରେ ନେଗେଟିଭ୍‌ କମେଣ୍ଟ ମଧ୍ୟ ଦେଇଥା’ନ୍ତି। ଏମିତିକି ଲୋ କିମ୍ବା ରେଟିଂ ଆଦୌ ଦେଇ ବି ନ ଥା’ନ୍ତି। ତେଣୁ କୌଣସି ଜଣଙ୍କ କମେଣ୍ଟ ପଢ଼ି ଏହା ଖରାପ ହୋଇଥିବ ନ ଭାବି ଅନ୍ୟ କମେଣ୍ଟ ପଢ଼ନ୍ତୁ ଏବଂ ନିଷ୍ପତ୍ତି ନିଅନ୍ତୁ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି ରିଭ୍ୟୁ, ରେଟିଂ ଦେଖି ଅନ୍‌ଲାଇନ୍‌ ଶପିଂ କରୁଛନ୍ତି ତେବେ ବିଶ୍ୱସ୍ଥ ଶପିଂ ସାଇଟ୍‌ ହିଁ ବ୍ୟବହାର କରନ୍ତୁ।

ଏମାନେ କ’ଣ କୁହନ୍ତି

ପ୍ରିୟାଂଶୁ ଠାକୁର ମହାପାତ୍ର(କର୍ମଜୀବୀ, କଟକ)- ପୂର୍ବରୁ ଆମେ ଡ୍ରେସ୍‌, ଇଲେକ୍‌ଟ୍ରୋନିକ୍ସ ପ୍ରଡକ୍ଟ ଆଦି କିଣିବା ବେଳେ ହେଉ କିମ୍ବା କେଉଁ ହୋଟେଲ୍‌ରେ ଖାଇବା ପୂର୍ବରୁ ଏହା ଭଲ ହୋଇଥିବ କି ନାହିଁ ଭାବୁଥିଲୁ। ହେଲେ ଅନ୍‌ଲାଇନ୍‌ ରିଭ୍ୟୁ ଓ ରେଟିଂ ସୁବିଧା ଆସିବା ପରେ ଅନ୍ୟ କଷ୍ଟମର୍‌ଙ୍କ ଫିଡ୍‌ବ୍ୟାକ୍‌ ଦେଖି କିଣିବା ଅବା ନାହିଁ ନିଷ୍ପତ୍ତି ନେବା ବେଶ୍‌ ସହଜ ହୋଇପାରୁଛି। ତେବେ ବେଳେବେଳେ କେତେଜଣ ଅଯଥା କମେଣ୍ଟ ଦେଇଥା’ନ୍ତି, ଯାହା ଦେଖିଲେ ବିରକ୍ତ ଲାଗିଥାଏ। ତେଣୁ ସମସ୍ତେ ଠିକ୍‌ ମତାମତ ଏବଂ ରେଟିଂ ଦେଲେ ଅନ୍ୟମାନେ ଏହାଦ୍ୱାରା ଉପକୃତ ହୋଇପାରିବେ ବୋଲି ମୋର ବିଶ୍ୱାସ।
ରଞ୍ଜିତା ପ୍ରଧାନ(ଭୁବନେଶ୍ୱର)- ଅନ୍‌ଲାଇନ୍‌ ଶପିଂ କରିବା ସମୟରେ ରିଭ୍ୟୁ ଏବଂ ରେଟିଂ ଦେଖି ଜିନିଷ କିଣିଥାଏ। ଯେଉଁ ପ୍ରଡକ୍ଟକୁ କଷ୍ଟମର୍‌ କିଣି ଅଧିକ ରେଟିଂ ଏବଂ ଫଟୋ ଶେୟାର୍‌ କରିବା ସହ ଭଲ ରିଭ୍ୟୁ ଦେଇଥା’ନ୍ତି ସେସବୁ ଦେଖି କିଣିବାକୁ ପସନ୍ଦ କରେ। ଏବେ ଫେକ୍‌ ରିଭ୍ୟୁ ବି ଅନ୍‌ଲାଇନ୍‌ ସାଇଟ୍‌ରେ ଦେଲେଣି। ତେଣୁ ଗ୍ରାହକ ଜିନିଷ କିଣିବାବେଳେ ଦେଖିଚାହିଁ ଅର୍ଡର କରିବା ଦରକାର। ଏଥିସହ ବିଶ୍ୱାସଯୋଗ୍ୟ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ଜିନିଷ ଅର୍ଡର କରିବା ଦ୍ୱାରା ଆପଣ ଠକାମିର ଶିକାର ହେବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri