ଭଞ୍ଜନଗର,୨୮ା୫(ବାବୁଲା ପ୍ରଧାନ): ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ବ୍ରହ୍ମପୁର) ରୂପା ରୋଶନ ସାହୁ ବୁଧବାର ଭଞ୍ଜନଗର ଗସ୍ତରେ ଆସି ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟରେ ବିଭିନ୍ନ ସରକାରୀ ଯୋଜନାର ସମୀକ୍ଷା କରିଥିଲେ। ଏହି ସମୟରେ ସେ ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟକୁ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ପାଇବାକୁ ଆସୁଥିବା ଲୋକଙ୍କୁ ଆଇନ ଅନୁଯାୟୀ ତ୍ୱରିତ ସେବା ଯୋଗାଇ ଦେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ତହସିଲରେ ଆରଡିସି ଦ୍ୱିତୀୟ ଖାନ ସଂଶୋଧନ, ବସୁନ୍ଧରା ଯୋଜନା, ନୂତନ ରାଜସ୍ବ ଗ୍ରାମ ଗଠନ, ବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ଜମିପଟ୍ଟା ପ୍ରଦାନ ପ୍ରମୁଖ ବିଷୟରେ ମଧ୍ୟ ସମୀକ୍ଷା କରିଥିଲେ। ସେହିଭଳି ବ୍ଲକରେ କେନ୍ଦ୍ରୀୟ ଅନୁଦାନ, ଭତ୍ତା, ରାଶନକାର୍ଡ, ବିକଶିତ ଗାଁ, ବିକଶିତ ଓଡ଼ିଶା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରମୁଖ ଯୋଜନା ଉପରେ ସମୀକ୍ଷା କରିଥିଲେ। ଆର୍ଡିସିଙ୍କ ଗସ୍ତ ସମୟରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା, ତହସିଲଦାର ଅବିନାଶ ମହାର, ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।


