Categories: ଜାତୀୟ

କୋଭିଡ଼ ସ୍ଥିତିକୁ ନେଇ ବସିବ ସମୀକ୍ଷା ବୈଠକ

ନୂଆଦିଲ୍ଲୀ, ୨୭।୪: ଦେଶରେ କୋଭିଡ଼ ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି। ତେବେ ଏ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦେଶର କୋଭିଡ ସ୍ଥିତି ସମୀକ୍ଷା କରିବେ। ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟାହ୍ନ ୧୨ଟାରେ ହେବା ନେଇ ସୂଚନା ମିଳିଛି । ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଉପସ୍ଥିତ ରହିବେ।
ପୂର୍ବରୁ ମଧ୍ୟ କୋଭିଡ଼ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ରାଜ୍ୟ ସମସ୍ତ ମୁଖ୍ୟମନ୍ତ୍ରୀ ଓ ଜିଲାପାଳଙ୍କ ସହ ଆଲୋଚନା କରିସାରିଛନ୍ତି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଚିନ୍ତା ବଢାଇବାରେ ଲାଗିଲାଣି । ତେବେ ଆଜିର ସମୀକ୍ଷା ବୈଠକ ପରେ କିଛି ନୂଆ ନିଷ୍ପତ୍ତି ହେବା ନେଇ ଆଶା କରାଯାଉଛି ।

Share