ଓଲଟିଲା ଟ୍ୟାଙ୍କର : ଚାଲିଗଲା ୨ ଶ୍ରମିଙ୍କ ଜୀବନ

କେନ୍ଦୁଝର,୧୨।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ରୋଇଡା ଲୁହା ଖଣି ପରିସରରେ ଏକ ପାଣି ଟ୍ୟାଙ୍କର ଓଲଟି ପଡ଼ିଛି। ସେଥିରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନାମ ସମରା କାରୁଆ(୬୩) ଓ ଦମୟନ୍ତୀ ଓରାମ (୪୧) ବୋଲି ଜଣାପଡିଛି। ଟ୍ୟାଙ୍କର ଚାଳକ ଫେରାର ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଏହାକୁ ନେଇ ଶ୍ରମିକ ଅସନ୍ତୋଷ ଦେଖାଦେଇଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ବଡବିଲ ସରକାରୀ ଡାକ୍ତରଖାନାକୁ ପଠା ଯାଇଛି। ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁଶାନ୍ତ ଦାସ ସୂଚନା ଦେଇଛନ୍ତି।