ଓଲଟିଲା ପିକନିକ ବସ୍‌: ଜଣଙ୍କ ଜୀବନ ଗଲା, ୧୨ ଆହତ

ପାରଳାଖେମୁଣ୍ଡି,୧୮।୧(ଡି.ଏନ୍‌.ଏ): ରାୟଗଡା ଜିଲା କେନ୍ଦୁପଡା ଫାଣ୍ଡି ଅନ୍ତର୍ଗତ ଡୁମ୍ବଲାପଦର ବୁଲାଣିଆ ଘାଟିରେ ଏକ ପିକନିଜ ବସ୍‌ ଓଲଟିପଡିଛି। ଏହି ଦୁର୍ଘଟଣାରେ ୧୨ରୁ ଉଦ୍ଧର୍‌ବ ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି। ମୃତକ ଜଣକ ଭୁବନେଶ୍ୱରର ସୁନୀଲ ସାହୁ। ସମସ୍ତ ଯାତ୍ରୀମାନେ ବହୁ ଭୁବନେଶ୍ୱର ଅଞ୍ଚଳର। କୋରାପୁଟ ଗୁପ୍ତେଶ୍ୱର ବୁଲି ୨୦ ଜଣ ଏକ ଟ୍ରାଭେଲରରେ ଭୁବନେଶ୍ୱର ଫେରୁଥିବା ବେଳେ ବସ୍‌ଟି ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଛି। ମୋହନା ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତ ମାନଙ୍କ ମଧରେ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମନଙ୍କୁ ବ୍ରହ୍ମପୁରର ଏକେସିଜିକୁ ସ୍ଥାନାନ୍ତର କରାଯାଇଛି ।