ଓଲଟ ଗତି

ଜଣେ ବିଦେଶୀ ପର୍ଯ୍ୟଟକ ସକାଳୁ ସହରର ଏକ ଲଜିଂରୁ ରେଳଷ୍ଟେଶନକୁ ଚାଲିଚାଲି ଯାଉଥିଲେ ଓ ଦୁଇଟି ଓଜନିଆ ବ୍ୟାଗ୍‌ ଧରିଥିବାରୁ ଥକିପଡୁଥିଲେ। ସେହି ରାସ୍ତା ଦେଇ ଏକ ଅଟୋରିକ୍ସା ଯାଉଥିବାର ଦେଖି ଚାଳକକୁ ଷ୍ଟେଶନ ପର୍ଯ୍ୟନ୍ତ ଭଡ଼ା କେତେ ବୋଲି ପଚାରିବାରୁ ଚାଳକ ୨ଶହ ଟଙ୍କା କହିଲା।
ଏଥିରେ ସେ ଅରାଜିହେବାରୁ ଅଟୋବାଲାଟି ଚାଲିଗଲା। ବ୍ୟକ୍ତି ଜଣକ ବହୁକଷ୍ଟରେ ପୁଣି ଗୁଡ଼ାଏ ବାଟ ଯିବା ପରେ ଥକିପଡ଼ିଲେ। ସେତିକିବେଳେ ସେହି ଅଟୋବାଲାଟି ପୁଣି ପହଞ୍ଚିଲା। ଏଥର ତାକୁ ଭଡ଼ା ପରିମାଣ ପଚାରିବାରୁ ସେ ୪ଶହ ଟଙ୍କା କହିଲା। ଏଥିରେ ପର୍ଯ୍ୟଟକ ବିରକ୍ତି ପ୍ରକାଶକରି କହିଲେ,”ଷ୍ଟେଶନ ଯେତେବେଳେ ଦୂର ଥିଲା, ତୁମେ ଯାହା ଭଡ଼ା କହୁଥିଲ, ଏବେ ପାଖ ହୋଇଯିବା ପରେ ମଧ୍ୟ ତୁମେ ତା’ଠାରୁ କମ୍‌ ନ କହି ବରଂ ୨ ଗୁଣ ଅଧିକ ଦାବି କରୁଛ? ଅଟୋଚାଳକ ନମ୍ରତାର ସହ କହିଲା, ”ମହାଶୟ! କଥା ହେଉଛି, ଆପଣ ଏବେ ଷ୍ଟେଶନର ବିପରୀତ ଦିଗରେ ଯାତ୍ରା କରୁଛନ୍ତି। ତେଣୁ ଯେତେ ଆଗକୁ ଯାଉଛନ୍ତି, ଷ୍ଟେଶନଠାରୁ ପାଖହେବା ପରିବର୍ତ୍ତେ ବରଂ ସେତେ ଅଧିକ ଦୂରେଇଯାଉଛନ୍ତି, ଅଥଚ ମୋର ଦୋଷ ଦେଉଛନ୍ତି। ଏଥିରେ ଅଧିକ ଭଡ଼ା ଦାବି କରିବାରେ ମୋର ଭୁଲ୍‌ କେଉଁଠି ରହିଲା?“ ଚାଳକଟିର ଏହି କଥାର ସତ୍ୟତାକୁ ଉପଲବ୍ଧିକରି ବ୍ୟକ୍ତି ଜଣକ ନିଜ ଭୁଲ୍‌ ପାଇଁ ଲଜ୍ଜିତ ହୋଇଗଲେ।
ପର୍ଯ୍ୟଟକ ଜଣକ ବିପରୀତ ଦିଗରେ ଯାଇ ଯେପରି ନିଜ ଲକ୍ଷ୍ୟସ୍ଥଳଠାରୁ ଦୂରେଇ ଯାଉଥିଲେ, ଆମେ ଅଧିକାଂଶ ମନୁଷ୍ୟ ସେହିପରି ଜୀବନର ଅନ୍ତିମ ଲକ୍ଷ୍ୟସ୍ଥଳ ‘ମୁକ୍ତି’ର ବିପରୀତ ବା ଓଲଟା ଦିଗରେ ଗତି କରୁଥିବାରୁ ସୁଖ, ଶାନ୍ତି, ଆନନ୍ଦ ଓ ପ୍ରେମର ମହାସାଗର ପରମାତ୍ମାଙ୍କ ସାନ୍ନିଧ୍ୟଲାଭରୁ ବଞ୍ଚିତ ହେଉଛେ। କୀଟପତଙ୍ଗ, ପଶୁ, ପକ୍ଷୀ ଆଦି ବିଭିନ୍ନ ଜନ୍ମ ଅତିକ୍ରମକରି ଅଶେଷ ପୁଣ୍ୟଫଳ ପ୍ରଭାବରେ ଶ୍ରେଷ୍ଠଜନ୍ମ ଲାଭକରି, ପ୍ରଥମେ ପଶୁତ୍ୱ ପରିହାରକରି ମନୁଷ୍ୟତ୍ୱ, ତତ୍ପରେ ଦେବତ୍ୱ, କ୍ରମେ ଈଶ୍ୱରତ୍ୱ ଓ ପରିଶେଷରେ ବ୍ରହ୍ମତ୍ୱ ଲାଭ କରିବାକୁ ଥିବା ଆମ ପ୍ରତ୍ୟେକ ମନୁଷ୍ୟଙ୍କ ନିମନ୍ତେ ବ୍ରହ୍ମଲୋକ ବା ପରମଧାମ ହିଁ ଅନ୍ତିମ ଲକ୍ଷ୍ୟସ୍ଥଳ। ସେହି ଅମରଲୋକ ଆମ(ଆତ୍ମା)ର ସ୍ଥାୟୀ ନିବାସସ୍ଥଳ ବା ଠିକଣା ହୋଇଥିବାରୁ ଆମେ ମଧ୍ୟ ସେହି ପର୍ଯ୍ୟଟକଙ୍କ ପରି ଏହି ମରଲୋକରେ ଅଢ଼େଇଦିନର କୁଣିଆ। କଥା ହେଉଛି, ସାଧାରଣ ପାର୍ଥିବ ସୁଖ ପାଇଁ ଆମେ ଯେତେ ଯେତେ ଉପାୟମାନ କରୁ, କେବଳ ଏହି ଶରୀର ଓ ଧନ, ଜନ, ପ୍ରଭୁତା, କ୍ଷମତା ଓ ପ୍ରତିପତ୍ତିକୁ ଚିରଦିନ ହାସଲ କରିବା ପାଇଁ। ଚେତନ ଆତ୍ମା ପାଇଁ ନୁହେଁ, ଯେଉଁ ଆତ୍ମା ଆମର ଅନ୍ତିମ ଲକ୍ଷ୍ୟସ୍ଥଳ ସେହି ଶାଶ୍ୱତ ସୁଖ, ଶାନ୍ତି, ଆନନ୍ଦର ମହାସାଗର ପରମପିତାଙ୍କ ନିକଟରେ ନିରାପଦରେ ପହଞ୍ଚାଇ ଦେଇପାରିବ। ଏହା ହିଁ ଆମର ବିପରୀତ ବା ଓଲଟଗତି ଓ ବିପରୀତ ବୁଦ୍ଧି। ସକାଳେ ଆମେ ପୂର୍ବଦିଗରେ ଉଦିତସୂର୍ଯ୍ୟଙ୍କ ଆଡ଼କୁ ମୁହଁକରି ଚାଲିଲେ ସୂର୍ଯ୍ୟଙ୍କୁ ଦେଖିପାରିବା ସହ ନିଜ ଛାଇ ଆମ ପଛେ ପଛେ ଚାଲିବ। କିନ୍ତୁ ପଶ୍ଚିମଦିଗକୁ ମୁହଁକରି ଚାଲିଲେ ସୂର୍ଯ୍ୟଙ୍କୁ ତ ଦେଖିପାରିବା ନାହିଁ, ନିଜ ଛାଇକୁ ମଧ୍ୟ ଧରିପାରିବା ନାହିଁ। ଠିକ୍‌ ସେହିପରି ବାସ୍ତବ ଜୀବନରେ ଜ୍ଞାନସୂର୍ଯ୍ୟ ବା ଈଶ୍ୱରଙ୍କ ଆଡ଼କୁ ମୁହିଁକରି ଚାଲିଲେ, ଈଶ୍ବରପ୍ରାପ୍ତି ସହ କାମନା, ବାସନାରୂପୀ ଛାଇ ଆମକୁ ହିଁ ଅନୁଧାବନ କରିବେ। କିନ୍ତୁ ବିପରୀତ ଦିଗରେ ଗତିକଲେ ଆମେ ଜ୍ଞାନସୂର୍ଯ୍ୟଙ୍କୁ ତ ହରାଇବା, ଅଧିକନ୍ତୁ ଛାଇ(କାମନା, ବାସନା)କୁ ମଧ୍ୟ ଧରିପାରିବା ନାହିଁ। ତେଣୁ ପ୍ରଥମରୁ ଲକ୍ଷ୍ୟ ସ୍ଥିରକରି କର୍ମରେ ପ୍ରବୃତ୍ତ ହେବା ଉଚିତ। ଲକ୍ଷ୍ୟ ସ୍ଥିର ନ କଲେ କୌଣସି କାର୍ଯ୍ୟ ସଫଳ ହୁଏନାହିଁ, ବରଂ ଜୀବନ ବିଫଳ ହୋଇଯାଏ ଓ ଲକ୍ଷ୍ୟସ୍ଥଳଟି ମରୀଚିକା ପାଲଟି ଯାଏ। ଜୀବର ଜୀବତ୍ୱ ସ୍ବାଭାବିକ, କିନ୍ତୁ ଦେବତ୍ୱ ଅସ୍ବାଭାବିକ। ଜୀବତ୍ୱ ସ୍ଥାନରେ ‘ଶିବତ୍ୱ’ ପ୍ରତିଷ୍ଠା କରିବା ମାନବ ଜୀବନର ଲକ୍ଷ୍ୟ। ସେଥିପାଇଁ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ଆଦି ସହଜରେ ଆସିଯାଏ; କିନ୍ତୁ ଦୟା, କ୍ଷମା, ଭକ୍ତି, ପ୍ରେମ ଇତ୍ୟାଦିଙ୍କୁ କଷ୍ଟ କରି ଆଣିବାକୁ ହୁଏ। ମନୁଷ୍ୟ ଯଦି କୃତ୍ରିମ ପରିବେଶ, ଆହାର, ବିହାରଠାରୁ ଦୂରରେ ରହି, ପ୍ରାକୃତିକ ନିୟମ, ଶାସ୍ତ୍ରବାଣୀ ବା ଈଶ୍ବରୀୟ ନିୟମରେ ବିଚାର ଓ ଶକ୍ତିସଂଯମ ଦ୍ୱାରା ନିଜ ପ୍ରାଣଶକ୍ତିକୁ ସଞ୍ଚୟକରି ଯୋଗ, ଧ୍ୟାନ, ଆସନ ଓ ପ୍ରାଣାୟମ ଦ୍ୱାରା ପ୍ରାଣବଳ, ମନୋବଳକୁ ବୃଦ୍ଧିକରି, ପ୍ରତ୍ୟେକ ପ୍ରାଣୀଙ୍କ ପ୍ରତି କରୁଣା, ସେବା, ପ୍ରେମ, ତ୍ୟାଗ, କ୍ଷମା, ଶୁଭଭାବନା, ଶୁଭକାମନାରେ ହୃଦୟ ପରିପୂର୍ଣ୍ଣ କରିପାରିବ, ତେବେ ସେ ସହଜରେ ଜରା, ବ୍ୟାଧି ମୃତ୍ୟୁ ଉପରେ ବିଜୟପ୍ରାପ୍ତ କରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ।
ମୋ: ୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri