ଓଲଟ ଗତି

ଜଣେ ବିଦେଶୀ ପର୍ଯ୍ୟଟକ ସକାଳୁ ସହରର ଏକ ଲଜିଂରୁ ରେଳଷ୍ଟେଶନକୁ ଚାଲିଚାଲି ଯାଉଥିଲେ ଓ ଦୁଇଟି ଓଜନିଆ ବ୍ୟାଗ୍‌ ଧରିଥିବାରୁ ଥକିପଡୁଥିଲେ। ସେହି ରାସ୍ତା ଦେଇ ଏକ ଅଟୋରିକ୍ସା ଯାଉଥିବାର ଦେଖି ଚାଳକକୁ ଷ୍ଟେଶନ ପର୍ଯ୍ୟନ୍ତ ଭଡ଼ା କେତେ ବୋଲି ପଚାରିବାରୁ ଚାଳକ ୨ଶହ ଟଙ୍କା କହିଲା।
ଏଥିରେ ସେ ଅରାଜିହେବାରୁ ଅଟୋବାଲାଟି ଚାଲିଗଲା। ବ୍ୟକ୍ତି ଜଣକ ବହୁକଷ୍ଟରେ ପୁଣି ଗୁଡ଼ାଏ ବାଟ ଯିବା ପରେ ଥକିପଡ଼ିଲେ। ସେତିକିବେଳେ ସେହି ଅଟୋବାଲାଟି ପୁଣି ପହଞ୍ଚିଲା। ଏଥର ତାକୁ ଭଡ଼ା ପରିମାଣ ପଚାରିବାରୁ ସେ ୪ଶହ ଟଙ୍କା କହିଲା। ଏଥିରେ ପର୍ଯ୍ୟଟକ ବିରକ୍ତି ପ୍ରକାଶକରି କହିଲେ,”ଷ୍ଟେଶନ ଯେତେବେଳେ ଦୂର ଥିଲା, ତୁମେ ଯାହା ଭଡ଼ା କହୁଥିଲ, ଏବେ ପାଖ ହୋଇଯିବା ପରେ ମଧ୍ୟ ତୁମେ ତା’ଠାରୁ କମ୍‌ ନ କହି ବରଂ ୨ ଗୁଣ ଅଧିକ ଦାବି କରୁଛ? ଅଟୋଚାଳକ ନମ୍ରତାର ସହ କହିଲା, ”ମହାଶୟ! କଥା ହେଉଛି, ଆପଣ ଏବେ ଷ୍ଟେଶନର ବିପରୀତ ଦିଗରେ ଯାତ୍ରା କରୁଛନ୍ତି। ତେଣୁ ଯେତେ ଆଗକୁ ଯାଉଛନ୍ତି, ଷ୍ଟେଶନଠାରୁ ପାଖହେବା ପରିବର୍ତ୍ତେ ବରଂ ସେତେ ଅଧିକ ଦୂରେଇଯାଉଛନ୍ତି, ଅଥଚ ମୋର ଦୋଷ ଦେଉଛନ୍ତି। ଏଥିରେ ଅଧିକ ଭଡ଼ା ଦାବି କରିବାରେ ମୋର ଭୁଲ୍‌ କେଉଁଠି ରହିଲା?“ ଚାଳକଟିର ଏହି କଥାର ସତ୍ୟତାକୁ ଉପଲବ୍ଧିକରି ବ୍ୟକ୍ତି ଜଣକ ନିଜ ଭୁଲ୍‌ ପାଇଁ ଲଜ୍ଜିତ ହୋଇଗଲେ।
ପର୍ଯ୍ୟଟକ ଜଣକ ବିପରୀତ ଦିଗରେ ଯାଇ ଯେପରି ନିଜ ଲକ୍ଷ୍ୟସ୍ଥଳଠାରୁ ଦୂରେଇ ଯାଉଥିଲେ, ଆମେ ଅଧିକାଂଶ ମନୁଷ୍ୟ ସେହିପରି ଜୀବନର ଅନ୍ତିମ ଲକ୍ଷ୍ୟସ୍ଥଳ ‘ମୁକ୍ତି’ର ବିପରୀତ ବା ଓଲଟା ଦିଗରେ ଗତି କରୁଥିବାରୁ ସୁଖ, ଶାନ୍ତି, ଆନନ୍ଦ ଓ ପ୍ରେମର ମହାସାଗର ପରମାତ୍ମାଙ୍କ ସାନ୍ନିଧ୍ୟଲାଭରୁ ବଞ୍ଚିତ ହେଉଛେ। କୀଟପତଙ୍ଗ, ପଶୁ, ପକ୍ଷୀ ଆଦି ବିଭିନ୍ନ ଜନ୍ମ ଅତିକ୍ରମକରି ଅଶେଷ ପୁଣ୍ୟଫଳ ପ୍ରଭାବରେ ଶ୍ରେଷ୍ଠଜନ୍ମ ଲାଭକରି, ପ୍ରଥମେ ପଶୁତ୍ୱ ପରିହାରକରି ମନୁଷ୍ୟତ୍ୱ, ତତ୍ପରେ ଦେବତ୍ୱ, କ୍ରମେ ଈଶ୍ୱରତ୍ୱ ଓ ପରିଶେଷରେ ବ୍ରହ୍ମତ୍ୱ ଲାଭ କରିବାକୁ ଥିବା ଆମ ପ୍ରତ୍ୟେକ ମନୁଷ୍ୟଙ୍କ ନିମନ୍ତେ ବ୍ରହ୍ମଲୋକ ବା ପରମଧାମ ହିଁ ଅନ୍ତିମ ଲକ୍ଷ୍ୟସ୍ଥଳ। ସେହି ଅମରଲୋକ ଆମ(ଆତ୍ମା)ର ସ୍ଥାୟୀ ନିବାସସ୍ଥଳ ବା ଠିକଣା ହୋଇଥିବାରୁ ଆମେ ମଧ୍ୟ ସେହି ପର୍ଯ୍ୟଟକଙ୍କ ପରି ଏହି ମରଲୋକରେ ଅଢ଼େଇଦିନର କୁଣିଆ। କଥା ହେଉଛି, ସାଧାରଣ ପାର୍ଥିବ ସୁଖ ପାଇଁ ଆମେ ଯେତେ ଯେତେ ଉପାୟମାନ କରୁ, କେବଳ ଏହି ଶରୀର ଓ ଧନ, ଜନ, ପ୍ରଭୁତା, କ୍ଷମତା ଓ ପ୍ରତିପତ୍ତିକୁ ଚିରଦିନ ହାସଲ କରିବା ପାଇଁ। ଚେତନ ଆତ୍ମା ପାଇଁ ନୁହେଁ, ଯେଉଁ ଆତ୍ମା ଆମର ଅନ୍ତିମ ଲକ୍ଷ୍ୟସ୍ଥଳ ସେହି ଶାଶ୍ୱତ ସୁଖ, ଶାନ୍ତି, ଆନନ୍ଦର ମହାସାଗର ପରମପିତାଙ୍କ ନିକଟରେ ନିରାପଦରେ ପହଞ୍ଚାଇ ଦେଇପାରିବ। ଏହା ହିଁ ଆମର ବିପରୀତ ବା ଓଲଟଗତି ଓ ବିପରୀତ ବୁଦ୍ଧି। ସକାଳେ ଆମେ ପୂର୍ବଦିଗରେ ଉଦିତସୂର୍ଯ୍ୟଙ୍କ ଆଡ଼କୁ ମୁହଁକରି ଚାଲିଲେ ସୂର୍ଯ୍ୟଙ୍କୁ ଦେଖିପାରିବା ସହ ନିଜ ଛାଇ ଆମ ପଛେ ପଛେ ଚାଲିବ। କିନ୍ତୁ ପଶ୍ଚିମଦିଗକୁ ମୁହଁକରି ଚାଲିଲେ ସୂର୍ଯ୍ୟଙ୍କୁ ତ ଦେଖିପାରିବା ନାହିଁ, ନିଜ ଛାଇକୁ ମଧ୍ୟ ଧରିପାରିବା ନାହିଁ। ଠିକ୍‌ ସେହିପରି ବାସ୍ତବ ଜୀବନରେ ଜ୍ଞାନସୂର୍ଯ୍ୟ ବା ଈଶ୍ୱରଙ୍କ ଆଡ଼କୁ ମୁହିଁକରି ଚାଲିଲେ, ଈଶ୍ବରପ୍ରାପ୍ତି ସହ କାମନା, ବାସନାରୂପୀ ଛାଇ ଆମକୁ ହିଁ ଅନୁଧାବନ କରିବେ। କିନ୍ତୁ ବିପରୀତ ଦିଗରେ ଗତିକଲେ ଆମେ ଜ୍ଞାନସୂର୍ଯ୍ୟଙ୍କୁ ତ ହରାଇବା, ଅଧିକନ୍ତୁ ଛାଇ(କାମନା, ବାସନା)କୁ ମଧ୍ୟ ଧରିପାରିବା ନାହିଁ। ତେଣୁ ପ୍ରଥମରୁ ଲକ୍ଷ୍ୟ ସ୍ଥିରକରି କର୍ମରେ ପ୍ରବୃତ୍ତ ହେବା ଉଚିତ। ଲକ୍ଷ୍ୟ ସ୍ଥିର ନ କଲେ କୌଣସି କାର୍ଯ୍ୟ ସଫଳ ହୁଏନାହିଁ, ବରଂ ଜୀବନ ବିଫଳ ହୋଇଯାଏ ଓ ଲକ୍ଷ୍ୟସ୍ଥଳଟି ମରୀଚିକା ପାଲଟି ଯାଏ। ଜୀବର ଜୀବତ୍ୱ ସ୍ବାଭାବିକ, କିନ୍ତୁ ଦେବତ୍ୱ ଅସ୍ବାଭାବିକ। ଜୀବତ୍ୱ ସ୍ଥାନରେ ‘ଶିବତ୍ୱ’ ପ୍ରତିଷ୍ଠା କରିବା ମାନବ ଜୀବନର ଲକ୍ଷ୍ୟ। ସେଥିପାଇଁ କାମ, କ୍ରୋଧ, ଲୋଭ, ମୋହ, ଅହଂକାର ଆଦି ସହଜରେ ଆସିଯାଏ; କିନ୍ତୁ ଦୟା, କ୍ଷମା, ଭକ୍ତି, ପ୍ରେମ ଇତ୍ୟାଦିଙ୍କୁ କଷ୍ଟ କରି ଆଣିବାକୁ ହୁଏ। ମନୁଷ୍ୟ ଯଦି କୃତ୍ରିମ ପରିବେଶ, ଆହାର, ବିହାରଠାରୁ ଦୂରରେ ରହି, ପ୍ରାକୃତିକ ନିୟମ, ଶାସ୍ତ୍ରବାଣୀ ବା ଈଶ୍ବରୀୟ ନିୟମରେ ବିଚାର ଓ ଶକ୍ତିସଂଯମ ଦ୍ୱାରା ନିଜ ପ୍ରାଣଶକ୍ତିକୁ ସଞ୍ଚୟକରି ଯୋଗ, ଧ୍ୟାନ, ଆସନ ଓ ପ୍ରାଣାୟମ ଦ୍ୱାରା ପ୍ରାଣବଳ, ମନୋବଳକୁ ବୃଦ୍ଧିକରି, ପ୍ରତ୍ୟେକ ପ୍ରାଣୀଙ୍କ ପ୍ରତି କରୁଣା, ସେବା, ପ୍ରେମ, ତ୍ୟାଗ, କ୍ଷମା, ଶୁଭଭାବନା, ଶୁଭକାମନାରେ ହୃଦୟ ପରିପୂର୍ଣ୍ଣ କରିପାରିବ, ତେବେ ସେ ସହଜରେ ଜରା, ବ୍ୟାଧି ମୃତ୍ୟୁ ଉପରେ ବିଜୟପ୍ରାପ୍ତ କରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବ।
ମୋ: ୯୨୩୮୬୧୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Asia Cup ବିଜୟୀ ଦଳକୁ ସ୍ୱତନ୍ତ୍ର ପୁରସ୍କାର ଘୋଷଣା କଲେ ଶାହବାଜ

କରାଚୀ,୨୨ା୧୨: ଦୁବାଇରେ ୧୯ବର୍ଷରୁ କମ୍‌ Asia Cup ବିଜୟୀ ପାକିସ୍ତାନ ଦଳର ସଦସ୍ୟମାନଙ୍କ ଲାଗି ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ୧୦ ନିୟୁତ ପାକିସ୍ତାନୀ ଟଙ୍କା...

ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ଜାନୁଆରୀ ୧ରୁ କଡ଼ାକଡ଼ି ହେବ ଗାଡ଼ି ଚେକିଂ, ଏହି ସାର୍ଟିଫିକେଟ ନ ଥିଲେ ମିଳିବନି ପେଟ୍ରୋଲ!

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ। ଏନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଛନ୍ତି। ସେ କହିଛନ୍ତି, MVI ନିୟମ...

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri