ମାକ୍ସୱେଲ୍‌ଙ୍କ ତରଙ୍ଗ ଓ ଆଲୋକ

ବ୍ରିଟିଶ ଗବେଷକ ସାର୍‌ ଆଇଜାକ୍‌ ନ୍ୟୁଟନ୍‌ ଆମ ଆଖପାଖରେ ଥିବା ବସ୍ତୁଗୁଡ଼ିକର ଗତିକୁ ନିର୍ଦ୍ଦିଷ୍ଟ ରୂପେ ମାପିବା ପାଇଁ ଗତିଶୀଳ ବସ୍ତୁର ଗତି ପଛରେ ନିହିତ ପ୍ରକୃତ କାରଣ ଅନାବରଣକୁ ତାତ୍ତ୍ୱିକ ନିଷ୍କର୍ଷ ପ୍ରଦାନ କରିଥିଲେ। ହେଲେ ଆଲୋକର ସମସ୍ତ ଗୁଣାବଳୀ ନ୍ୟୁଟନ୍‌ଙ୍କ ପ୍ରଦତ୍ତ ଗତିବିଜ୍ଞାନ ଦ୍ୱାରା ବୁଝାଯାଇପାରିଲା ନାହିଁ। ଏଇ ଯେମିତି, ବ୍ୟତିକରଣ (ଇ-ରଫ୍ରେରେନ୍ସ), ବିକୀର୍ଣ୍ଣନ (ଡିଫ୍ରାକ୍ସନ) ପ୍ରଭୃତି ପ୍ରକ୍ରିୟା ସବୁ ଆଲୋକକୁ କଣିକା/କର୍ପସ୍କୁଲମାନଙ୍କ ସମାହାର ଭାବେ ଗ୍ରହଣକରି ବର୍ଣ୍ଣନା କରିହେଲା ନାହିଁ। ବରଂ ହଏତଜନ୍‌ଙ୍କ ତରଙ୍ଗ ତତ୍ତ୍ୱ ବ୍ୟତିକରଣ, ବିକୀର୍ଣ୍ଣନ ପ୍ରଭୃତି ପ୍ରକ୍ରିୟାକୁ ବୁଝାଇବାରେ ସକ୍ଷମ ହେଲା। ନ୍ୟୁଟନ୍‌ ବଳୟ(ନ୍ୟୁଟନ୍‌ ରିଙ୍ଗ୍‌) ମଧ୍ୟ କେବଳ ହଏତଜନ୍‌ଙ୍କ ତରଙ୍ଗ ତତ୍ତ୍ୱ ଦ୍ୱାରା ବୁଝିହେଲା। ତା’ହେଲେ ଆଲୋକ କଣିକାଟିଏ ନା ତରଙ୍ଗ? ଆଲୋକକୁ କଣିକା ଗୁଚ୍ଛ ପରି ଦେଖିଲେ ପ୍ରତିଫଳନ ପ୍ରକ୍ରିୟା ବୁଝିହେଉଛି, ତରଙ୍ଗ ଧରିନେଲେ ପ୍ରତିସରଣ ପ୍ରକ୍ରିୟା ବୁଝାଇହେଉଛି!
କୁଲୁମଙ୍କ ନିୟମ, ଫାରାଡେଙ୍କ ନିୟମ, ଆମ୍ପିଅର୍‌ଙ୍କ ନିୟମ ଓ ବିସ୍ଥାପିତ ବିଦ୍ୟୁତ୍‌ ସ୍ରୋତକୁ ବିଚାରକୁ ନେଇ ସ୍କଟିସ୍‌ ପଦାର୍ଥ ବିଜ୍ଞାନୀ ଜେମ୍ସ କ୍ଲାର୍କ ମାକ୍ସୱେଲ୍‌ ବିଦ୍ୟୁତ୍‌-ଚୁମ୍ବକୀୟ ତତ୍ତ୍ୱ ନିଗମନ କଲେ। ଏହା ମାକ୍ସୱେଲ୍‌ଙ୍କ ବିଦ୍ୟୁତ୍‌-ଚୁମ୍ବକୀୟ ତତ୍ତ୍ୱ ଭାବେ ସୁବିଦିତ। ମାକ୍ସୱେଲ୍‌ ବିଦ୍ୟୁତ୍‌-ଚୁମ୍ବକୀୟ ତରଙ୍ଗର ସମୀକରଣରେ ଦେଖାଯାଉଥିବା ‘ଏଫ୍‌୍‌ ସିଲନ୍‌ ଓ ମ୍ୟୁ’ର ମୂଲ୍ୟ ୧୮୫୫ ସାଲ୍‌ରେ ଜର୍ମାନ୍‌ ଗବେଷକ ୱିଲ୍‌ହେନ୍‌ ୱେବର ଓ ରୁଡ୍‌ଲଫ୍‌ କୋହରାସ୍‌ଙ୍କ ଲୋଡେନ୍‌ ଜାର୍‌ ଡିସ୍‌ଚାର୍ଜ ପରୀକ୍ଷଣରୁ ମିଳିଥିବା ଫଳାଫଳରୁ ନିର୍ଣ୍ଣୟକଲେ। ସେ ଦେଖିଲେ ୱେବର-କୋହରାସ୍‌ ପରୀକ୍ଷଣରୁ ମିଳିଥିବା ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗର ବେଗ ଫରାସୀ ଗବେଷକ ଜିନ୍‌ ବର୍ନାଡ୍‌ ଲିଅନ୍‌ ଫାକଲଟ୍‌ଙ୍କ ଦ୍ୱାରା ମପାଯାଇଥିବା ଆଲୋକ ରଶ୍ମିର ବେଗ ସହ ସମାନ!
ସେ ସମୟରେ ସମସ୍ତେ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗର ବେଗ ଓ ଆଲୋକର ବେଗ ସମାନ ହେବାକୁ ଆକସ୍ମିକ ଓ ସଂଯୋଗ ମାତ୍ର କହୁଥିବାବେଳେ ମାକ୍ସୱେଲ୍‌ ସ୍ପଷ୍ଟ ମତ ପୋଷଣକଲେ ଯେ ଏହା ଏକ ସଂଯୋଗ ନୁହେଁ, ବରଂ ଆଲୋକରଶ୍ମି ଏକ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ହୋଇଥିବାର ସ୍ପଷ୍ଟ ପ୍ରମାଣ। ଜର୍ମାନ୍‌ ପଦାର୍ଥ ବିଜ୍ଞାନୀ ହେନ୍‌ରିକ୍‌ ରୁଡ୍‌ଲଫ୍‌ ହର୍ଚ୍ଚ ୧୮୮୬ରୁ ୧୮୮୯ ମଧ୍ୟରେ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ଉପରେ ଗବେଷଣାକରି ପ୍ରମାଣିତକଲେ ଯେ, ମାକ୍ସୱେଲ୍‌ଙ୍କ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗର ବେଗ ଆଲୋକର ବେଗ ସହ ସମାନ। ଭାରତୀୟ ପଦାର୍ଥ ବିଜ୍ଞାନୀ ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ, ମାକ୍ସୱେଲ୍‌ଙ୍କ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ଗବେଷଣାଗାରରେ ସୃଷ୍ଟିକରି ବେତାର ମାଧ୍ୟମରେ ବାୟୁମଣ୍ଡଳରେ ଗତିକରି ପାରୁଥିବା ଦେଖାଇଥିଲେ। ୧୮୯୫ ସାଲରେ ଜଗଦୀଶ ବୋଷ କଲିକତା ଟାଉନ ହଲ୍‌ରେ ଯେଉଁ ବେତାର ତରଙ୍ଗ ବୈଦ୍ୟୁତିକ ତାରର ବିନା ସାହାଯ୍ୟରେ ବାୟୁମଣ୍ଡଳରେ ଗତିକରିପାରିବ ବୋଲି ପ୍ରଦର୍ଶିତ କରି ଦେଖାଇଥିଲେ, ତାହା ହର୍ଚ୍ଚଙ୍କ ତରଙ୍ଗ ସହ ସମାରୂପୀ ଥିଲା। ଏହା ପରବର୍ତ୍ତୀ ସମୟରେ ରେଡିଓ ତରଙ୍ଗ ଭାବେ ଖ୍ୟାତିଲାଭ କଲା ଓ ବେତାର ଯୋଗାଯୋଗ ବିଜ୍ଞାନର ଆଧାରଶିଳା ବୋଲି ପ୍ରମାଣିତ ହେଲା।
ମାକ୍ସୱେଲ୍‌ ଗଣିତ ମାଧ୍ୟମରେ ପ୍ରଦର୍ଶିତ କରିଥିବା ଓ ହେନ୍‌ରିକ୍‌ ହର୍ଚ୍ଚ ଓ ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ବୈଜ୍ଞାନିକ ଯନ୍ତ୍ରାଂଶ ଦ୍ୱାରା ଗବେଷଣାଗାରରେ ସୃଷ୍ଟି କରିବାରେ ସମର୍ଥ ହୋଇଥିବା ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ବାସ୍ତବରେ ଆଲୋକ ବର୍ଣ୍ଣାଳୀ ହିଁ ଥିଲା। ମାକ୍ସୱେଲ୍‌ଙ୍କ ତତ୍ତ୍ୱ ଆଲୋକ ରଶ୍ମିର ଦୃଶ୍ୟମାନ ଓ ଅଦୃଶ୍ୟ ସମସ୍ତ ତରଙ୍ଗ ଦୈର୍ଘ୍ୟଯୁକ୍ତ ତରଙ୍ଗ ପାଇଁ ପ୍ରଯୁଜ୍ୟ ଥିଲା। ହର୍ଚ୍ଚ ଓ ଆଚାର୍ଯ୍ୟ ଜଗଦୀଶ ଏହି ବର୍ଣ୍ଣାଳୀର ଏକ ଅଦୃଶ୍ୟ ଭାଗ, ରେଡିଓ ତରଙ୍ଗକୁ ଗବେଷଣାଗାରରେ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ।
ପ୍ରଥିତଯଶା ଓଡ଼ିଆ ବୈଜ୍ଞାନିକ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନ ତାଙ୍କର ଗୋଟିଏ ପୁସ୍ତକରେ ଫର୍ମାଟ୍‌ଙ୍କ ନିୟମ କିପରି ମାକ୍ସୱେଲ୍‌ଙ୍କ ସମୀକରଣକୁ ରୂପାନ୍ତରିତ ହୋଇପାରେ ଅଙ୍କକଷି ଦେଖାଇଛନ୍ତି। ହଏଜନ୍‌ ଓ ହୁକ୍‌ଙ୍କ ଦ୍ୱାରା ବିକଶିତ ଆଲୋକର ତରଙ୍ଗତତ୍ତ୍ୱ, ମାକ୍ସୱେଲ୍‌ଙ୍କ ଗବେଷଣା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ଓ ସ୍ପଷ୍ଟ ସ୍ବରୂପ ପ୍ରାପ୍ତ କଲା। ପ୍ରତିଫଳନ, ପ୍ରତିସରଣ, ବିକୀର୍ଣ୍ଣନ, ବ୍ୟତିକରଣ ପ୍ରଭୃତି ଆଲୋକର ବିଭିନ୍ନ ଗୁଣାବଳୀ ମାକ୍ସୱେଲ୍‌ଙ୍କ ବିଦ୍ୟୁତ୍‌ ଚୁମ୍ବକୀୟ ତରଙ୍ଗ ଅବଧାରଣା ଦ୍ୱାରା ଉଭୟ ଗାଣିତିକ ଓ ବ୍ୟାବହାରିକ ଦୃଷ୍ଟିରୁ ବୁଝିହେଲା।
ତେବେ ମହାନ୍‌ ନ୍ୟୁଟନ୍‌ କ’ଣ ଭୁଲ୍‌ ଥିଲେ? ଆଲୋକ କ’ଣ କଣିକା ନୁହେଁ? ନ୍ୟୁଟନ୍‌ଙ୍କ ପ୍ରସିଦ୍ଧି ପାଇଥିବା ଆଲୋକର କଣିକା(କର୍ପସ୍କୁଲ) ମଡେଲ କ’ଣ ପ୍ରହେଳିକା ଥିଲା? ରେନେ ଡେକାର୍ଟେ ଯେଉଁ କର୍ପସ୍କୁଲ(କଣିକା) ଶବ୍ଦ ପ୍ରଚଳିତ କରିଥିଲେ ଓ ନ୍ୟୁଟନ୍‌ ଯାହାକୁ ଲୋକପ୍ରିୟ କରିପାରିଥିଲେ ତାହା କ’ଣ ଇତିହାସର ଅନ୍ଧାରୀ ମୂଲକରେ ଏକ ଭ୍ରମ ପ୍ରମାଣିତ ହୋଇ ବିଲୀନ ହୋଇଯିବ? ଏପରି ଅନେକ ପ୍ରଶ୍ନ, ଅନେକ ଆଶଙ୍କା ପାରମ୍ପରିକ ଗତିଶାସ୍ତ୍ରକୁ ବାଇବେଲ ବୋଲି ମାନି ନେଇଥିବା ଗବେଷକମାନଙ୍କ ମନ ଓ ମସ୍ତିଷ୍କରେ!
୧୯୯୦ରେ ଜର୍ମାନ୍‌ ପଦାର୍ଥ ବିଜ୍ଞାନୀ ମାକ୍ସ ପ୍ଲାଙ୍କ୍‌ଙ୍କ କୃଷ୍ଣବସ୍ତୁର ବର୍ଣ୍ଣାଳୀ ବିଷୟକ ପ୍ରକାଶିତ ନିବନ୍ଧ, ୧୯୦୫ରେ ଇହୁଦୀ ଗବେଷକ ମହାନ୍‌ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ଆନାଲେନ୍‌ ଡର୍‌ ଫିଜିକ୍ସରେ ଆଲୋକ ବିଦ୍ୟୁତ୍‌ ପ୍ରଭାବ(ଫଟୋ ଇଲେକ୍ଟ୍ରିକ୍‌ ଇଫେକ୍ଟ) ସନ୍ଦର୍ଭରେ ପ୍ରକାଶିତ ନିବନ୍ଧ, ଆମେରିକୀୟ ପଦାର୍ଥ ବିଜ୍ଞାନୀ ଆର୍ଥର ହୋଲି କମ୍ପଟନ୍‌ଙ୍କ ୧୯୨୩ ସାଲରେ ଫିଜିକାଲ ରିଭ୍ୟୁରେ ରଞ୍ଜନ ରଶ୍ମି(ଏକ୍ସ-ରେ) ଗ୍ରାଫାଇଟ୍‌ ଖଣ୍ଡରେ ବିଚ୍ଛୁରିତ ହେବା ବିଷୟକ ନିବନ୍ଧ, ଭାରତୀୟ ବୈଜ୍ଞାନିକ ସତ୍ୟେନ୍ଦ୍ର ନାଥ ବୋଷଙ୍କ ୧୯୨୪ ସାଲରେ ଜେଟ୍‌ସିଫ୍‌ ଫର୍‌ ଫିଜିକ୍‌ରେ ପ୍ଲାଙ୍କ୍‌ଙ୍କ ନିୟମ ଓ ଆଲୋକ କ୍ୱାଣ୍ଟମ ତତ୍ତ୍ୱ ଶୀର୍ଷକ ଆଲେଖ୍ୟ, ଆଲୋକ ଯେ ଏକ କଣିକା, ଏହି କଥାକୁ ପ୍ରତିପାଦିତ କଲା। ପାଉଁଶଗଦାରୁ ପୁଣି ମୁଣ୍ଡଟେକି ଠିଆ ହେଲା, ନ୍ୟୁଟନ୍‌ଙ୍କ କର୍ପସ୍କୁଲ!
୧୯୦୨ରେ ହଙ୍ଗେରିଆନ ପଦାର୍ଥ ବିଜ୍ଞାନୀ ଫିଲିପ୍‌ ଏଡ଼ୁଆର୍ଡ ଆଣ୍ଟନ୍‌ ଭନ୍‌ ଲେନାର୍ଡ ଆଲୋକ ବିଦ୍ୟୁତ୍‌ ପ୍ରଭାବକୁ ଗବେଷଣାଗାରରେ ପ୍ରଦର୍ଶିତ କରିଥିଲେ। ସେ ବ୍ରିଟିଶ ବୈଜ୍ଞାନିକ ଯୋଶେଫ ଜନ୍‌ ଥମ୍ପସନଙ୍କ ଇଲେକ୍ଟ୍ରନ ପାଇଁ ବ୍ୟବହୃତ ବିଦ୍ୟୁତ୍‌ କର୍ପସ୍କୁଲ ଶବ୍ଦ ବଦଳରେ ବିଦ୍ୟୁତ୍‌ କ୍ୱାଣ୍ଟା ଶବ୍ଦ ବ୍ୟବହାର କରିଥିଲେ। ପରବର୍ତ୍ତୀ ସମୟରେ ଇଲେକ୍ଟ୍ରନ, କର୍ପସ୍କୁଲ ବା କ୍ୱାଣ୍ଟା ନୁହେଁ ବରଂ କଣିକା(ପାର୍ଟିକ୍ଲ) ବୋଲି ଜଣାପଡ଼ିଲା।
ହର୍‌ମାନ୍‌ ଭନ୍‌ ହେଲମୋଜ୍‌ ଓ ଫିଲିପ୍‌ ଲେନାର୍ଡ ବ୍ୟବହାର କରିଥିବା ଶକ୍ତିପେଟିକା ବା କ୍ୱାଣ୍ଟା, ଆଲୋକର କଣିକା ସ୍ବରୂପକୁ ଦର୍ଶାଇବା ପାଇଁ ଆଲୋକ ବିଦ୍ୟୁତ୍‌ ପ୍ରଭାବ ସମ୍ପର୍କରେ ଆଲୋଚନା ବେଳେ ବ୍ୟବହୃତ ହେଲା। ୧୯୦୫ରେ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ଆଲୋକକୁ ବସ୍ତୁତ୍ୱ ଶୂନ୍ୟ କଣିକା ବୋଲି ଘୋଷଣାକରି ଫିଲିପ୍‌ ଲେନାର୍ଡଙ୍କ ଆଲୋକ ବିଦ୍ୟୁତ୍‌ ପ୍ରଭାବ ପ୍ରଦର୍ଶିତ କରୁଥିବା ପରୀକ୍ଷଣକୁ ସ୍ପଷ୍ଟଭାବେ ବୁଝାଇବାରେ ସକ୍ଷମ ହେଲେ। ଏଇ ବସ୍ତୁତ୍ୱଶୂନ୍ୟ ଆଲୋକ କଣିକା, କ୍ୱାଣ୍ଟା ନାମରେ ଆଜି ବିଦିତ। ଆଲୋକ କ୍ୱାଣ୍ଟାକୁ ଫୋଟନ୍‌ କୁହାଯାଏ। ବସ୍ତୁତ୍ୱଯୁକ୍ତ ନ୍ୟୁଟନ୍‌ଙ୍କ କର୍ପୁସ୍କଲ କଣିକା ଓ କଣିକା ଗୁଣ ରହିତ ହଏଜେନ୍‌ଙ୍କ ତରଙ୍ଗ, ଆଲୋକ ରଶ୍ମିର ବାସ୍ତବ ସ୍ବରୂପ ଦର୍ଶାଇବାରେ ଅସମର୍ଥ ବୋଲି ବିଂଶଶତାବ୍ଦୀର ବୈଜ୍ଞାନିକମାନେ ପ୍ରମାଣିତ କରିଦେଖାଇଲେ।

ଡ. ଗୌରୀଶଙ୍କର ସାହୁ

ପ୍ରାଧ୍ୟାପକ ଓ ଗବେଷକ
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?