୧୨ ଦିନରେ ରାଜସ୍ବ ଅମଲା ସଂଘର ଆନ୍ଦୋଳନ, ସରକାରୀ କାର୍ଯ୍ୟ ଠପ

କେନ୍ଦୁଝର, ୨୨।୦୮,(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜସ୍ବ ଅମଲାମାନଙ୍କ ଦଶ ଦଫା ଦାବିରେ ସାମୁହିକ ଛୁଟି ଆଜି ୧୨ ଦିନରେ ପହଞ୍ଚିଛି। ହେଲେ ଅଦ୍ୟାବଧି ଏହା ସମାଧାନ ହୋଇ ପାରୁ ନ ଥିବାରୁ ବିଭିନ୍ନ ବିଭାଗରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହାର ଅସୁବିଧା ସାଧାରଣ ଲୋକେ ଭୋଗୁଛନ୍ତି।
ପ୍ରକାଶ ଯେ ରାଜସ୍ବ ଅମଲାମାନଙ୍କର ୧୦ ଦଫା ଦାବୀ ରାଜ୍ୟ ସରକାର ପୁରଣ କରି ନ ଥିବାରୁ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ ଲାଗୁଛି। ରାଜସ୍ବ ଅମଲାଙ୍କ ଆନ୍ଦୋଳନ ଯୋଗୁ ସମସ୍ତ ବ୍ଲକ, ତହସିଲ, ଜିଲା ପରିଷଦ କାର୍ଯ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗ, ଉପ ଜିଲାପାଳ କାର୍ଯ୍ୟାଳୟ, ଶିଶୁ ବିକାଶ କାର୍ଯ୍ୟାଳୟ , ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା , ପରିବହନ କାର୍ଯ୍ୟାଳୟ , ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ , ଜିଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ , ଜିଲା ପଞ୍ଚାୟତ କାର୍ଯ୍ୟାଳୟ , ଇଲେକସନ କାର୍ଯ୍ୟାଳୟ, ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସମସ୍ତ ପ୍ରକାର କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଇଛି। ବର୍ଷାରେ ବାହାରେ କର୍ମଚାରୀ ମାନେ ପ୍ରତିବାଦ କରିବା ସହ ଧାରଣାରେ ବସିଛନ୍ତି।
ସାଧାରଣ ଜନତା କୌଣସି କାର୍ଯ୍ୟରେ କାର୍ଯ୍ୟାଳୟ ଆସିଲେ ଅମଲା ସବୁ ସିଟ ଫାଙ୍କା ପଡିଥିବାରୁ ସେମାନେ ନିରାଶ ହୋଇ ଘରକୁ ଫେରିଯାଉଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଧ୍ୟାନଦେଇ ତୁରନ୍ତ ଅମଲାଙ୍କ ଦାବୀ ପୁରଣ କରିଦେଲେ ଜନସାଧାରଣଙ୍କ ଅସୁବିଧାର ସବୁ ସମାଧାନ ହୋଇପାରନ୍ତା। ତା’ର ପ୍ରତି ବଦଳରେ ରାଜ୍ୟ ସରକାର ଧମକାଇବା କର୍ମଚାରୀ ମହଲରେ ଅଶାନ୍ତ ସୃଷ୍ଟି କରିଛି। ଏଥିରେ ସରକାର କର୍ମଚାରୀମାନଙ୍କୁ ଭୟଭୀତ କରାଇ ଛୁଟିକୁ ବାତିଲ କରିବାପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିବାସ୍ଥଳେ କର୍ମଚାରୀମାନେ ତାଙ୍କ ଦାବୀ ପୂରଣ ଜିଦରେ ଅଟଳ ଥାଇ ଆନ୍ଦୋଳନକୁ ଆହୁରି ଜୋରଦାର କରି ସରକାରଙ୍କ ଆଦେଶକୁ ଫୁଁ କରିଦେଇଛନ୍ତି l ଏଥିରେ ରାଜ୍ୟର ୩୦ ଗୋଟି ଜିଲାର ନେତୃମଣ୍ଡଳୀ ଓ ରାଜସ୍ବ କର୍ମଚାରୀ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ଘୋର ନିନ୍ଦା କରାଯିବା ସଙ୍ଗେସଙ୍ଗେ ଏହା ଏକ ଦୁର୍ଭାଗ୍ୟ ଜନକ ଓ ମନ୍ତ୍ରୀଙ୍କର ଉକ୍ତି ସମସ୍ତ ରାଜସ୍ବ ଅମଲାଙ୍କୁ ଏକ କଟାକ୍ଷ ବୋଲି ପ୍ରକାଶ କରିଛନ୍ତି l ରାଜ୍ୟ ସରକାର ଯେ ପର୍ଯ୍ୟନ୍ତ ରାଜସ୍ବ ଅମଲା ସଂଘର ରାଜ୍ୟ ନେତୃତ୍ୱ ମାନଙ୍କ ସହିତ ଆଲୋଚନା ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ରରୁ ତୀବ୍ରତର କରାଯିବ ବୋଲି ଦାବି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

ରାସ୍ତାରେ ଆଣ୍ଠୁଏ ପାଣି: ଓଲଟା ଅଧିକାରୀଙ୍କୁ ଗାଳିଗୁଲଜ, ତଦନ୍ତ କଲେ…

କେସିଙ୍ଗା,୧।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କାଣ୍ଡେଲ ପଞ୍ଚାୟତ ୱାର୍ଡ ନଂ ୩ରେ ପାଇପ ଫାଟି ମୁଖ୍ୟ ଗଳି ରାସ୍ତାରେ ପାଣି ଜମିରହୁଛି। ଏ…

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମସୁନ୍ଦର ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ମୁହଁକୁ ମାଡ଼ ମାରି ଆଖି ଫୁଟାଇଦେଲେ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ତାଙ୍କ ଶ୍ରେଣୀର ଅନ୍ୟ ଏକ ଛାତ୍ର ଏବଂ…

Budget 2026: ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।…

ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ!

ନୂଆଦିଲ୍ଲୀ,୧।୨: ବଜେଟ ଦିନ ଦେଶର ଧ୍ୟାନ ସଂସଦ ଉପରେ କେନ୍ଦ୍ରିତ ଥିବା ବେଳେ, ସାମଗ୍ରୀ ବଜାର ଅସ୍ଥିରତା ମଧ୍ୟରେ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍‌ ସାଇଜ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବର୍ଷ, ସରକାର ଅଭିବୃଦ୍ଧିର ଗତି ବଜାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri