୧୨ ଦିନରେ ରାଜସ୍ବ ଅମଲା ସଂଘର ଆନ୍ଦୋଳନ, ସରକାରୀ କାର୍ଯ୍ୟ ଠପ

କେନ୍ଦୁଝର, ୨୨।୦୮,(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜସ୍ବ ଅମଲାମାନଙ୍କ ଦଶ ଦଫା ଦାବିରେ ସାମୁହିକ ଛୁଟି ଆଜି ୧୨ ଦିନରେ ପହଞ୍ଚିଛି। ହେଲେ ଅଦ୍ୟାବଧି ଏହା ସମାଧାନ ହୋଇ ପାରୁ ନ ଥିବାରୁ ବିଭିନ୍ନ ବିଭାଗରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏହାର ଅସୁବିଧା ସାଧାରଣ ଲୋକେ ଭୋଗୁଛନ୍ତି।
ପ୍ରକାଶ ଯେ ରାଜସ୍ବ ଅମଲାମାନଙ୍କର ୧୦ ଦଫା ଦାବୀ ରାଜ୍ୟ ସରକାର ପୁରଣ କରି ନ ଥିବାରୁ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖାଁ ଖାଁ ଲାଗୁଛି। ରାଜସ୍ବ ଅମଲାଙ୍କ ଆନ୍ଦୋଳନ ଯୋଗୁ ସମସ୍ତ ବ୍ଲକ, ତହସିଲ, ଜିଲା ପରିଷଦ କାର୍ଯ୍ୟାଳୟ, ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ବିଭାଗ, ଉପ ଜିଲାପାଳ କାର୍ଯ୍ୟାଳୟ, ଶିଶୁ ବିକାଶ କାର୍ଯ୍ୟାଳୟ , ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା , ପରିବହନ କାର୍ଯ୍ୟାଳୟ , ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ , ଜିଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟ , ଜିଲା ପଞ୍ଚାୟତ କାର୍ଯ୍ୟାଳୟ , ଇଲେକସନ କାର୍ଯ୍ୟାଳୟ, ଯୋଗାଣ ଅଧିକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସମସ୍ତ ପ୍ରକାର କାର୍ଯ୍ୟ ଏକ ପ୍ରକାର ଠପ ହୋଇଯାଇଛି। ବର୍ଷାରେ ବାହାରେ କର୍ମଚାରୀ ମାନେ ପ୍ରତିବାଦ କରିବା ସହ ଧାରଣାରେ ବସିଛନ୍ତି।
ସାଧାରଣ ଜନତା କୌଣସି କାର୍ଯ୍ୟରେ କାର୍ଯ୍ୟାଳୟ ଆସିଲେ ଅମଲା ସବୁ ସିଟ ଫାଙ୍କା ପଡିଥିବାରୁ ସେମାନେ ନିରାଶ ହୋଇ ଘରକୁ ଫେରିଯାଉଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଧ୍ୟାନଦେଇ ତୁରନ୍ତ ଅମଲାଙ୍କ ଦାବୀ ପୁରଣ କରିଦେଲେ ଜନସାଧାରଣଙ୍କ ଅସୁବିଧାର ସବୁ ସମାଧାନ ହୋଇପାରନ୍ତା। ତା’ର ପ୍ରତି ବଦଳରେ ରାଜ୍ୟ ସରକାର ଧମକାଇବା କର୍ମଚାରୀ ମହଲରେ ଅଶାନ୍ତ ସୃଷ୍ଟି କରିଛି। ଏଥିରେ ସରକାର କର୍ମଚାରୀମାନଙ୍କୁ ଭୟଭୀତ କରାଇ ଛୁଟିକୁ ବାତିଲ କରିବାପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିବାସ୍ଥଳେ କର୍ମଚାରୀମାନେ ତାଙ୍କ ଦାବୀ ପୂରଣ ଜିଦରେ ଅଟଳ ଥାଇ ଆନ୍ଦୋଳନକୁ ଆହୁରି ଜୋରଦାର କରି ସରକାରଙ୍କ ଆଦେଶକୁ ଫୁଁ କରିଦେଇଛନ୍ତି l ଏଥିରେ ରାଜ୍ୟର ୩୦ ଗୋଟି ଜିଲାର ନେତୃମଣ୍ଡଳୀ ଓ ରାଜସ୍ବ କର୍ମଚାରୀ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ଘୋର ନିନ୍ଦା କରାଯିବା ସଙ୍ଗେସଙ୍ଗେ ଏହା ଏକ ଦୁର୍ଭାଗ୍ୟ ଜନକ ଓ ମନ୍ତ୍ରୀଙ୍କର ଉକ୍ତି ସମସ୍ତ ରାଜସ୍ବ ଅମଲାଙ୍କୁ ଏକ କଟାକ୍ଷ ବୋଲି ପ୍ରକାଶ କରିଛନ୍ତି l ରାଜ୍ୟ ସରକାର ଯେ ପର୍ଯ୍ୟନ୍ତ ରାଜସ୍ବ ଅମଲା ସଂଘର ରାଜ୍ୟ ନେତୃତ୍ୱ ମାନଙ୍କ ସହିତ ଆଲୋଚନା ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନକୁ ତୀବ୍ରରୁ ତୀବ୍ରତର କରାଯିବ ବୋଲି ଦାବି କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

ନିଶାଦ୍ରବ୍ୟ ସେବନ ବିରୋଧରେ ଶପଥ, ପଥଭ୍ରଷ୍ଟ ଯୁବବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ…

ଦିଗପହଣ୍ଡି/ଚିକିଟି,୨୨ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଆମ ପୋଲିସ ସମିତି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୂଲ୍ୟରେ ଚିକିଟିଗଡ଼ ରାଜକବି ହାଇସ୍କୁଲ…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri