ପୋଖରୀ ଖୋଳା ଆଳରେ ରାଜସ୍ବ ଲୁଟ୍‌

ଖଇରା,୨୮।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନରେ ଗତ କିଛି ମାସ ଧରି ନୂଆ ଢଙ୍ଗରେ ରାଜସ୍ବ ଲୁଟ ଚାଲିିଛି। କିଛି ଖଣି ବ୍ୟବହାରକାରୀ ଗ୍ରାମବାସୀଙ୍କୁ ହାତବାରିସି କରି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀ ଖୋଳିବାକୁ ପ୍ରଶାସନ ନିକଟରୁ ଅନୁମତି ନେଉଛନ୍ତି। ଗୋଟିଏ ପଟେ ମୋ ପୋଖରୀ, କ୍ଷେତ ପୋଖରୀ ଯୋଜନାରେ ଶ୍ରମିକ କାମ କରୁଥିବା ଦର୍ଶାଇ ବିଲ୍‌ ଉଠାଉଥିବା ବେଳେ ଏହି ପୋଖରୀଗୁଡ଼ିକରୁ ହଜାର ହଜାର ଟ୍ରିପ୍‌ ମୋରମ ଉଠାଇ ଜିଲା ତଥା ଜିଲା ବାହାରର ବିଭିନ୍ନ ସ୍ଥାନକୁ ଚାଲାଣ କରି କୋଟି କୋଟି ଟଙ୍କା ରାଜସ୍ବ ଲୁଟ କରୁଛନ୍ତି। ତୁରନ୍ତ ଜିଲାପାଳ ଏଥିପ୍ରତି ଦୃଷ୍ଟି ନ ଦେଲେ କୁପାରୀ ଅଞ୍ଚଳ ଖୁବ୍‌ଶୀଘ୍ର ଶ୍ମଶାନ ପାଲଟିବ ଏଥିରେ ସନ୍ଦେହ ନାହିଁ।
ପ୍ରକାଶ ଯେ, ସରକାରୀ ଜମି ତଥା ଚାଷ ଜମିଗୁଡ଼ିକରେ ମୋରମ ଗଛିତ ଥିବା ଆଭାସ ମିଳିବା ପରେ ଏଥିପାଇଁ ଭିନ୍ନ କୌଶଳ ଅବଲମ୍ବନ କରାଯାଉଛି। ଏଥିପାଇଁ ପ୍ରଥମେ ମାଛଚାଷ ଏବଂ ଆମତ୍ନିର୍ଭରଶୀଳ ହେବା ମିଛ ବାହାନା କରି ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମୋରମ ଲୁଟେରାଙ୍କ ଦ୍ୱାରା କାର୍ଯ୍ୟାଦେଶ ନିଆଯାଉଛି। ଏହି ଆଳରେ ଜେସିବି ଲଗାଇ ମୋରମ ଖୋଳି ବିକ୍ରି କରି ମାଲାମାଲ ହେଉଛନ୍ତି। ବର୍ତ୍ତମାନ ଏହି ଭଳି ସୁପରିକଳ୍ପିତ ଚୋରି କୁପାରୀ ଜୋନର କଇଥଗଡ଼ିଆ,ରଟିଣା, ଗଡପୋଖରୀ, ବର୍ତ୍ତନା, ସଇଁ, ବାଉଁଶଗଡିଆ ଆଦି ପଞ୍ଚାୟତରେ ଚାଲିଥିବା ବେଳେ କିଛି ମୋରମ ବିକିସାରି ଏବଂ ପୋଖରୀ ବିଲ୍‌ ଉଠାଇସାରି ମାଟି ପକାଇ ପୁନର୍ବାର ପୋତି ଚାଷ ଜମିର ପୂର୍ବାବସ୍ଥା ଫେରାଇ ଆଣିବାକୁ ଯୋଜନା କରାଯାଉଛି। ଏଭଳି ସଚିନ୍ତିତ ଲୁଟ୍‌ ଯୋଜନା ରାଜସ୍ବ ବିଭାଗ, ପୋଲିସ ଓ ବ୍ଲକ ପ୍ରଶାସନ ଜ୍ଞାତସାରରେ ଚାଲିଥିଲେ କଁାଭଁା କିଛି ଟ୍ରାକ୍ଟର ଜବତ କରି ନିଜ ପାରିବା ପଣିଆ ଦେଖାଇ ପ୍ରଶାସନ ଖସିଯିବାକୁ ଉଦ୍ୟମ କରୁଛନ୍ତି ା ସାଧାରଣ ଲୋକଟିଏ ଘର ତିଆରି ପାଇଁ ବାଲି ଗାଡ଼ିଟିଏ ନେବା ବେଳେ ରାଜସ୍ବ ଅଧିକାରୀ ମୋଟାଅଙ୍କର ଜରିମାନା ଧାର୍ଯ୍ୟ କରୁଛନ୍ତି। ମାତ୍ର ରାତି ଅଧିଆ କୁପାରୀ- ରାଣିତାଲ ରସ୍ତା, ସାନ ନୁଆଗାଁ-ଗଡପୋଖରୀ ରାସ୍ତାରେ ଶହ ଶହ ଟ୍ରିପ୍‌ ମୋରମ ଚାଲାଣ କରାଯାଉଥିଲେ ହେଁ ପ୍ରଶାସନର ନଜର ପଡ଼ିବା ରାଜ୍ୟ ସରକାରଙ୍କ ଶାସନର ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କୁପାରୀ ଜୋନରେ ଏହିଭଳି ଭାବେ ୧୫ରୁ ଊର୍ଦ୍ଧ୍ୱ ପୋଖରୀର ଖୋଳା ଶେଷ ହୋଇ ସରିଥିବା ବେଳେ ଗଡପୋଖରୀ ଶଙ୍କଣା ନିକଟରେ ଏହିଭଳି ଭାବେ ମୋରମ ଚୋରା ଚାଲାଣ କରାଯିବା ସଦ୍ୟତମ ଉଦାହରଣ। ସେହିଭଳି କଇଥଗଡ଼ିଆ ଗ୍ରାମରେ ସରକାରୀ ଜମିରୁ ୫ଶହରୁ ଊର୍ଦ୍ଧ୍ୱ ଟ୍ରିପ୍‌ ମୋରମ ଖୋଳାଯାଇ କେନାଲ କାର୍ଯ୍ୟରେ ବ୍ୟବହୃତ ହୋଇଥିଲେ ହେଁ ସରକାରୀ ଭାବେ ହାତଗଣିତି ଜରିମାନା ଏକ ବଡ଼ଧରଣର ଦୁର୍ନୀତିକୁ ପ୍ରମାଣିତ କରିଛି ା ଏହିଭଳି ଆହୁରି ୧୦୦ରୁ ଊର୍ଦ୍ଧ୍ୱ ପୋଖରୀ ଖୋଳାଯିବାକୁ ମୋରମ ଲୁଟେରା ଏବଂ ପ୍ରଶାସନର ମିଳିତ ଉଦ୍ୟମରେ ନକ୍ସା ପ୍ରସ୍ତୁତ ହୋଇ ସାରିଛି। ଏ ସମ୍ପର୍କରେ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କୁ ପଚାରିବାରୁ ପୋଖରୀ ଖୋଳାଯିବା ପରେ ବାହରୁଥିବା ମାଟି ମୋରମକୁ ପୋଖରୀ ହୁଡ଼ା ଏବଂ ପୋଖରୀ ସଂଲଗ୍ନ ରାସ୍ତା ତିଆରି ପାଇଁ ନିୟମ ରହିଛି। ଯେଉଁମାନେ ଏହାକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଉପରେ ଜରିମାନା ଧାର୍ଯ୍ୟ କରାଯାଉଛି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri