ଜାତିଗତ ପ୍ରମାଣପତ୍ର ପାଇଁ ଧର୍ମ ପରିବର୍ତ୍ତନ କରିବାକୁ ରାଜସ୍ବ ନିରୀକ୍ଷକଙ୍କ ଚାପ

ମାଲକାନଗିରି, ୨୮ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଲୁଗେଲ ପଞ୍ଚାୟତର ଏମପିଭି-୪୭ ଗ୍ରାମର ସୁନିତା ମଣ୍ଡଳ ନାମକ ମହିଳା ନିଜର ଜାତିଗତ ପ୍ରମାଣପତ୍ର ପାଇଁ ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ସମୟରେ ରାଜସ୍ବ ନିରୀକ୍ଷକ ତାଙ୍କୁ ଧର୍ମ ପରିବର୍ତ୍ତନ କଲେ ସବୁ କାମ ଯଥା ଶୀଘ୍ର ହୋଇଯିବ ବୋଲି କହିଥିଲେ ବୋଲି ମହିଳା ଜଣକ ଅଭିଯୋଗ କରିଛନ୍ତି। ଖବରରୁ ଜଣାପଡିଛି ସମ୍ପୃକ୍ତା ମହିଳା ସୁନିତା ନର୍ସିଂ ପାଠ ପଢିଥିବା ବେଳେ ଚାକିରି ନିମନ୍ତେ ଜାତିଗତ ପ୍ରମାଣପତ୍ରର ଆବଶ୍ୟକତା ଥିବାରୁ ସେ ଅଗଷ୍ଟ ୧୨ ତାରିଖରେ ଜାତିଗତ ପ୍ରମାଣପତ୍ର ପାଇଁ କାଲିମେଳା ତହସିଲରେ ଆବେଦନ କରିଥିଲେ। ତେବେ ଏହି ଜାତିଗତ ପ୍ରମାଣ ପତ୍ର ଆସିବାରେ ବିଳମ୍ବ ହେବାରୁ ମାଲାଭାରମ ରାଜସ୍ବ ନିରୀକ୍ଷକ ଲବେନ ସୋରେନଙ୍କ ନିକଟକୁ ସେ ଯାଇଥିଲେ। ସେଠାରେ ସୋରେନ ସୁନିତାଙ୍କୁ ତୁମେ କେଉଁ ଧର୍ମର ବୋଲି ପଚାରିଥିଲେ। ସୁନିତା ହିନ୍ଦୁ ଧର୍ମର ଏବଂ ସେ କୃଷ୍ଣ ଭକ୍ତ ବୋଲି ଉତ୍ତର ଦେଇଥିଲେ। ପରେ ସୋରେନ ତାଙ୍କୁ ନିଜର ଧର୍ମ ପରିବର୍ତ୍ତନ କରି ନିର୍ଦ୍ଦିଷ୍ଟ ଏକ ଧର୍ମକୁ ଗ୍ରହଣ କର, ସବୁ କାମ ଶୀଘ୍ର ହୋଇଯିବ ବୋଲି କହିଥିଲେ। ସୋରେନଙ୍କ ଏହି କଥାକୁ ସୁନିତା ନ ମାନିବାରୁ ତାଙ୍କର ବର୍ତ୍ତମାନ ଯାଏ ଜାତିଗତ ପ୍ରମାଣପତ୍ର ହୋଇ ପାରୁ ନ ଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବା ଛଡା ଆଉ କିଛି ଉପାୟ ତାଙ୍କ ପାଇଁ ନାହିଁ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ ସୋରେନଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟାବୋଲି କହିଛନ୍ତି। ତାଙ୍କୁ ମୁଁ କୌଣସି ଖରାପ ବ୍ୟବହାର କରିନାହିଁ। ମହିଳାଙ୍କ ସହ ଆସିଥିବା ତାଙ୍କ ଭାଇ ମୋତେ ଧମକ ଦେଇଥିବା ସୋରେନ ପାଲଟା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri