ପୌରପାଳିକା ହାତରେ ଦେବୋତ୍ତର ବିଭାଗ ରାଜସ୍ୱ

ବାରିପଦା ଅଫିସ,୨୫।୯- ମୟୂରଭଞ୍ଜ ଜିଲାରେ ଥିବା ମଠ ମନ୍ଦିର ସମ୍ପତ୍ତିିରୁ ମ୍ୟୁନିସିପାଲିଟି ପକ୍ଷରୁ ଟିକସ ଆଦାୟ କରାଯାଇ ସହରବାସୀଙ୍କ କ୍ଷେତ୍ରରେ ବିନିଯୋଗ କରାଯାଉଛି। ମାତ୍ର ମଠମନ୍ଦିର ସୁରକ୍ଷା ଓ ଠାକୁରଙ୍କ ଦାୟିତ୍ୱରେ ଥିବା ଦେବୋତ୍ତର ଅଧିକାରୀମାନେ ସଠିକ ଧ୍ୟାନ ଦେଉ ନ ଥିବାରୁ ବାରମ୍ବାର ଠାକୁରଙ୍କ ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି ହେଉଛି। ଏହାକୁ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ୪୦ହଜାର ଏକର ସମ୍ପତ୍ତିର ମାଲିକ ଭୋକଉପାସରେ ରହୁଥିବାରୁ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଠାକୁରଙ୍କ ସମ୍ପତ୍ତିରୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରାଯାଉଥିଲେ ହେଁ ଏହି ଅର୍ଥ ଦେବାଳୟରେ ସୁବିନିଯୋଗ କରାଯାଉନାହିଁ। ଏନେଇ ରାଜ୍ୟ ଦେବୋତ୍ତର ପରାମର୍ଶଦାତା କମିଟିର ସଦସ୍ୟ ତଥା ଆଇନଜୀବୀ ଅରବିନ୍ଦ ଦାସ ଅଭିଯୋଗ ଉଠାଇଛନ୍ତି।
ସୂଚନା ଅନୁଯାୟୀ, ରାଜାରାଜୁଡ଼ା ଅମଳରେ ନିର୍ମାଣ ହୋଇଥିବା ଜିଲାର ୧୦ଟି ମନ୍ଦିର ଉପଜିଲାପାଳ ଓ ୧୦ଟି ମଠକୁ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଟ୍ରଷ୍ଟି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ସବୁର ରକ୍ଷଣାବେକ୍ଷଣ ଓ ପୂଜାନୀତି ପାଇଁ ପ୍ରଦତ୍ତ ଜମି ମୟୂରଭଞ୍ଜ ମିଶ୍ରଣ ସମୟରେ ଭୁଲ ନିଷ୍ପତ୍ତି ଯୋଗୁ ଲୋକେ ନିଜ ଦଖଲକୁ ନେଇଯାଇଥିଲେ। ତେବେ ଦେବୋତ୍ତର କମିଶନରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ ମାଧ୍ୟମରେ ବିଭାଗର ୪୦ହଜାର ୨୨୧ଏକର ଜମି ଥିବା ଜଣାପଡ଼ିଛି ା ସେଥି ମଧ୍ୟରୁ ସେଟେଲମେଟ ସମୟରେ ହସ୍ତାନ୍ତରୀକରଣ ଜରିଆରେ ୩୭୭୬ ଏକର ଜମିର ହିସାବ ଦେବୋତ୍ତର ବିଭାଗ ପାଇଥିବା ବେଳେ ଅବଶିଷ୍ଟ ଜମି ଲୋକେ ଭୋଗ ଦଖଲ କରୁଛନ୍ତି। ଏହି ୩ହଜାର ୭୭୬ଏକର ଜମିରୁ ୭ଶହ ଏକର ଜମିରେ ବିଭିନ୍ନ ସରକାରୀ ଅନୁଷ୍ଠାନ, କାର୍ଯ୍ୟାଳୟ ଆଦି ରହିଛି। ଅନ୍ୟ ଜମିରେ ନିର୍ମାଣ ହୋଇଥିବା ବସ୍‌ଷ୍ଟାଣ୍ଡ, ଖେଳପଡ଼ିଆ, ପୋଖରୀ, ବ୍ୟାଙ୍କ, ରାସ୍ତା ଓ ଦୋକନ ଗୃହ ଦଖଲ ଅବସ୍ଥାରେ ରହିଛି। ସହରରେ ଥିବା ୩ହଜାର ସ୍ଥାୟୀ ଓ ୫ହଜାର ଉଠା ଦୋକାନୀଙ୍କଠାରୁ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଉଛି। ମାତ୍ର ଏଥିରୁ ଆଦାୟ ହେଉଥିବା ଅର୍ଥ ପ୍ରକୃତ ପକ୍ଷେ ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରାଯାଉ ନାହିଁ। ଦୀର୍ଘ ଦିନ ଧରି ଦେବୋତ୍ତର ବିଭାଗର ସ୍ଥାୟୀ ଅଧିକାରୀ ନ ଥିବାରୁ ଠାକୁରଙ୍କ ସମ୍ପତ୍ତି କାଳକ୍ରମେ ଅନ୍ୟମାନେ ଉପଭୋଗ କରୁଛନ୍ତି। ଅର୍ଥାଭାବରୁ ଠାକୁରଙ୍କ ନୀତିକାନ୍ତି ବ୍ୟାହତ ହେବା ସହିତ ମଠମନ୍ଦିର ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଲାଣି। ୨୦୧୩ରେ ପୌରପାଳିକା ଅଧୀନରେ ଥିବା ୟୁନିଟ-୭ ଦେଉଳସାହି ଖାତା ନଂ.୧୯୨୨/୧୭ ଓ ୟୁନିଟ-୫ ଲାଲବଜାର ଖାତା ନଂ.୧୫୨ ଦେବୋତ୍ତର ବିଭାଗ ଅଧୀନକୁ ଆସିଥିବା ନେଇ ଦାସ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ପୌର ପାଳିକା ଏସବୁ ସ୍ଥାନରେ ନିର୍ମାଣ କରିଥିବା ଦୋକାନଗୃହ, ଘର ଓ ଉଠା ଦୋକାନୀଙ୍କ ଠାରୁ ଟିକସ ଆଦାୟ କରୁଛି। ଫଳରେ ଠାକୁରଙ୍କ ସମ୍ପତ୍ତିରୁ ଆଦାୟ ହେଉଥିବା ରାଜସ୍ବ ଦେବୋତ୍ତର ବିଭାଗକୁ ନ ଯାଇ ପୌରପାଳିକା ଅଧୀନରେ ରହୁଛି। ବର୍ତ୍ତମାନ ସଦର ଉପଜିଲାପାଳ ଅନ୍ୟା ଦାସ ଉଭୟ ଦେବୋତ୍ତର ଓ ମ୍ୟୁନସିପାଲିଟି ଦାୟିତ୍ୱରେ ରହିଥିଲେ ହେଁ ସମ୍ପୃକ୍ତ କାର୍ଯ୍ୟାଳୟ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ଯନତ୍ବାନ ହେଉନାହାନ୍ତି। ଦେବୋତ୍ତର ବିଭାଗରେ ସ୍ଥାୟୀ ଅଧିକାରୀ ନିଯୁକ୍ତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଠାକୁରଙ୍କ ସମ୍ପତ୍ତିର ପୁନରୁଦ୍ଧାର କରାଗଲେ ଜିଲାର ଐତିହ୍ୟ ଓ ପରମ୍ପରା ବଜାୟ ରହିପାରିବ ବୋଲି ମଧୁବନ ଉନ୍ନୟନ ପରିଷଦର ସମ୍ପାଦକ ବିକ୍ରମ କେଶରୀ ଜେନା, ସିନିୟର ସିଟିଜେନ ଫୋରମ୍‌ର ସମ୍ପାଦକ ବସନ୍ତ କୁମାର ଦାସ, ଚନ୍ଦ୍ର ଶେଖର ମହାନ୍ତି ପ୍ରମୁଖ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଉପଜିଲାପାଳ ଅନ୍ୟା ଦାସଙ୍କୁ ପଚାରିବାରୁ ସମସ୍ୟା ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri