ପୌରପାଳିକା ହାତରେ ଦେବୋତ୍ତର ବିଭାଗ ରାଜସ୍ୱ

ବାରିପଦା ଅଫିସ,୨୫।୯- ମୟୂରଭଞ୍ଜ ଜିଲାରେ ଥିବା ମଠ ମନ୍ଦିର ସମ୍ପତ୍ତିିରୁ ମ୍ୟୁନିସିପାଲିଟି ପକ୍ଷରୁ ଟିକସ ଆଦାୟ କରାଯାଇ ସହରବାସୀଙ୍କ କ୍ଷେତ୍ରରେ ବିନିଯୋଗ କରାଯାଉଛି। ମାତ୍ର ମଠମନ୍ଦିର ସୁରକ୍ଷା ଓ ଠାକୁରଙ୍କ ଦାୟିତ୍ୱରେ ଥିବା ଦେବୋତ୍ତର ଅଧିକାରୀମାନେ ସଠିକ ଧ୍ୟାନ ଦେଉ ନ ଥିବାରୁ ବାରମ୍ବାର ଠାକୁରଙ୍କ ନୀତିକାନ୍ତିରେ ବିଭ୍ରାଟ ସୃଷ୍ଟି ହେଉଛି। ଏହାକୁ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ୪୦ହଜାର ଏକର ସମ୍ପତ୍ତିର ମାଲିକ ଭୋକଉପାସରେ ରହୁଥିବାରୁ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଠାକୁରଙ୍କ ସମ୍ପତ୍ତିରୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ଆଦାୟ କରାଯାଉଥିଲେ ହେଁ ଏହି ଅର୍ଥ ଦେବାଳୟରେ ସୁବିନିଯୋଗ କରାଯାଉନାହିଁ। ଏନେଇ ରାଜ୍ୟ ଦେବୋତ୍ତର ପରାମର୍ଶଦାତା କମିଟିର ସଦସ୍ୟ ତଥା ଆଇନଜୀବୀ ଅରବିନ୍ଦ ଦାସ ଅଭିଯୋଗ ଉଠାଇଛନ୍ତି।
ସୂଚନା ଅନୁଯାୟୀ, ରାଜାରାଜୁଡ଼ା ଅମଳରେ ନିର୍ମାଣ ହୋଇଥିବା ଜିଲାର ୧୦ଟି ମନ୍ଦିର ଉପଜିଲାପାଳ ଓ ୧୦ଟି ମଠକୁ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଟ୍ରଷ୍ଟି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ସବୁର ରକ୍ଷଣାବେକ୍ଷଣ ଓ ପୂଜାନୀତି ପାଇଁ ପ୍ରଦତ୍ତ ଜମି ମୟୂରଭଞ୍ଜ ମିଶ୍ରଣ ସମୟରେ ଭୁଲ ନିଷ୍ପତ୍ତି ଯୋଗୁ ଲୋକେ ନିଜ ଦଖଲକୁ ନେଇଯାଇଥିଲେ। ତେବେ ଦେବୋତ୍ତର କମିଶନରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ ମାଧ୍ୟମରେ ବିଭାଗର ୪୦ହଜାର ୨୨୧ଏକର ଜମି ଥିବା ଜଣାପଡ଼ିଛି ା ସେଥି ମଧ୍ୟରୁ ସେଟେଲମେଟ ସମୟରେ ହସ୍ତାନ୍ତରୀକରଣ ଜରିଆରେ ୩୭୭୬ ଏକର ଜମିର ହିସାବ ଦେବୋତ୍ତର ବିଭାଗ ପାଇଥିବା ବେଳେ ଅବଶିଷ୍ଟ ଜମି ଲୋକେ ଭୋଗ ଦଖଲ କରୁଛନ୍ତି। ଏହି ୩ହଜାର ୭୭୬ଏକର ଜମିରୁ ୭ଶହ ଏକର ଜମିରେ ବିଭିନ୍ନ ସରକାରୀ ଅନୁଷ୍ଠାନ, କାର୍ଯ୍ୟାଳୟ ଆଦି ରହିଛି। ଅନ୍ୟ ଜମିରେ ନିର୍ମାଣ ହୋଇଥିବା ବସ୍‌ଷ୍ଟାଣ୍ଡ, ଖେଳପଡ଼ିଆ, ପୋଖରୀ, ବ୍ୟାଙ୍କ, ରାସ୍ତା ଓ ଦୋକନ ଗୃହ ଦଖଲ ଅବସ୍ଥାରେ ରହିଛି। ସହରରେ ଥିବା ୩ହଜାର ସ୍ଥାୟୀ ଓ ୫ହଜାର ଉଠା ଦୋକାନୀଙ୍କଠାରୁ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଉଛି। ମାତ୍ର ଏଥିରୁ ଆଦାୟ ହେଉଥିବା ଅର୍ଥ ପ୍ରକୃତ ପକ୍ଷେ ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରାଯାଉ ନାହିଁ। ଦୀର୍ଘ ଦିନ ଧରି ଦେବୋତ୍ତର ବିଭାଗର ସ୍ଥାୟୀ ଅଧିକାରୀ ନ ଥିବାରୁ ଠାକୁରଙ୍କ ସମ୍ପତ୍ତି କାଳକ୍ରମେ ଅନ୍ୟମାନେ ଉପଭୋଗ କରୁଛନ୍ତି। ଅର୍ଥାଭାବରୁ ଠାକୁରଙ୍କ ନୀତିକାନ୍ତି ବ୍ୟାହତ ହେବା ସହିତ ମଠମନ୍ଦିର ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଲାଣି। ୨୦୧୩ରେ ପୌରପାଳିକା ଅଧୀନରେ ଥିବା ୟୁନିଟ-୭ ଦେଉଳସାହି ଖାତା ନଂ.୧୯୨୨/୧୭ ଓ ୟୁନିଟ-୫ ଲାଲବଜାର ଖାତା ନଂ.୧୫୨ ଦେବୋତ୍ତର ବିଭାଗ ଅଧୀନକୁ ଆସିଥିବା ନେଇ ଦାସ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ପୌର ପାଳିକା ଏସବୁ ସ୍ଥାନରେ ନିର୍ମାଣ କରିଥିବା ଦୋକାନଗୃହ, ଘର ଓ ଉଠା ଦୋକାନୀଙ୍କ ଠାରୁ ଟିକସ ଆଦାୟ କରୁଛି। ଫଳରେ ଠାକୁରଙ୍କ ସମ୍ପତ୍ତିରୁ ଆଦାୟ ହେଉଥିବା ରାଜସ୍ବ ଦେବୋତ୍ତର ବିଭାଗକୁ ନ ଯାଇ ପୌରପାଳିକା ଅଧୀନରେ ରହୁଛି। ବର୍ତ୍ତମାନ ସଦର ଉପଜିଲାପାଳ ଅନ୍ୟା ଦାସ ଉଭୟ ଦେବୋତ୍ତର ଓ ମ୍ୟୁନସିପାଲିଟି ଦାୟିତ୍ୱରେ ରହିଥିଲେ ହେଁ ସମ୍ପୃକ୍ତ କାର୍ଯ୍ୟାଳୟ ଉପରୋକ୍ତ ସମସ୍ୟାର ସମାଧାନ ପାଇଁ ଯନତ୍ବାନ ହେଉନାହାନ୍ତି। ଦେବୋତ୍ତର ବିଭାଗରେ ସ୍ଥାୟୀ ଅଧିକାରୀ ନିଯୁକ୍ତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଠାକୁରଙ୍କ ସମ୍ପତ୍ତିର ପୁନରୁଦ୍ଧାର କରାଗଲେ ଜିଲାର ଐତିହ୍ୟ ଓ ପରମ୍ପରା ବଜାୟ ରହିପାରିବ ବୋଲି ମଧୁବନ ଉନ୍ନୟନ ପରିଷଦର ସମ୍ପାଦକ ବିକ୍ରମ କେଶରୀ ଜେନା, ସିନିୟର ସିଟିଜେନ ଫୋରମ୍‌ର ସମ୍ପାଦକ ବସନ୍ତ କୁମାର ଦାସ, ଚନ୍ଦ୍ର ଶେଖର ମହାନ୍ତି ପ୍ରମୁଖ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଉପଜିଲାପାଳ ଅନ୍ୟା ଦାସଙ୍କୁ ପଚାରିବାରୁ ସମସ୍ୟା ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଛି ଗଛକଟା: ଉଦ୍‌ବେଗ ପ୍ରକାଶ କଲେ ପରିବେଶବିତ୍‌

ବାରିପଦା,୨୦ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ମୁଖ୍ୟାଳୟ ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନେକ ହଜାର ଗଛ କଟାଯାଉଛି। ଏହାକୁ...

ଧାନ ଚୋରି ରୋକିବାକୁ ସୀମା ସିଲ୍‌, ଏସ୍‌ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…

ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri