୮ ବର୍ଷ ହେବ ସ୍ବାମୀ-ସ୍ତ୍ରୀ ହୋଇ ରହୁଥିଲେ ଦୁଇ ଯୁବକ, ଏମିତି ହେଲା ଖୁଲାସା

ଭୋପାଳ,୧୧।୯: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ପୋଷ୍ଟମର୍ଟମ ରିପୋର୍ଟରୁ ରୋଚକ ଘଟଣାର ଖୁଲାସା ହୋଇଛି। ସ୍ତ୍ରୀ-ସ୍ବାମୀ ଭଳି ଦୁଇ ଯୁବକ ଜୀବନ ବିତାଉଥିଲେ। ଏହି ବିବାହକୁ ଲୁଚାଇ ରଖିବା ପାଇଁ ଏକ ସନ୍ତାନ ମଧ୍ୟ ଆପଣାଇ ରଖିଥିଲେ। ଦିନେ ଦୁହିଁଙ୍କ ମଧ୍ୟରେ କିଛି ବିବାଦ ଦେଖାଦେଇଥିଲା। ଏହାପରେ ସ୍ତ୍ରୀ ଶରୀରରେ ନିଆଁ ଲଗାଇ ଦେଇଥିଲେ। ଏହାଦେଖି ସ୍ବାମୀ ତାଙ୍କୁ ବଞ୍ଚାଇବାକୁ ଦୌଡିଥିଲେ। ସେ ମଧ୍ୟ ନିଆଁରେ ପୋଡି ଯାଇଥିଲେ। ଚିକିତ୍ସା ସମୟରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ବାହାରିଥିବା ପୋଷ୍ଟମର୍ଟମ ରିପୋର୍ଟ ଏକ ଆଶ୍ଚର୍ଯ୍ୟଜନକ ରହସ୍ୟ ଖୋଲିଛି। ପୋଲିସ ଗ୍ରହଣ କରିଥିବା ମହିଳାଙ୍କ ରିପୋର୍ଟରୁ ଜଣାପଡିଛି ଯେ ସେ ଜଣେ ମହିଳା ନୁହଁନ୍ତି ବରଂ ପୁରୁଷ। ବର୍ତ୍ତମାନ ଉଭୟଙ୍କ ବାସ୍ତବତା ସାମ୍ନାକୁ ଆସିଛି ଯେ ଦୁଇଜଣ ଯୁବକ ସ୍ବାମୀ-ସ୍ତ୍ରୀ ଭାବରେ ରହୁଥିଲେ। ସୂଚନାଯୋଗ୍ୟ, ସୁଜାଲପୁର ନିବାସୀ ଯୁବକ ବିକ୍ରମ ସିଂ ମଓ୍ବୋଡାରେ ରହୁଥିବା ଜଣେ ଯୁବତୀ(ପରେ ଜଣାପଡିଲା ପୁଅ) ପ୍ରେମ କରି ବସିଥିଲେ। ବିବାହ ପାଇଁ ଯୁବତୀଙ୍କ ପରିବାର ରାଜି ନ ଥିବା ସତ୍ତ୍ୱେ ଉଭୟ ବିବାହ କରି ସିହୋରରେ ରହୁଥିଲେ। ସ୍ତ୍ରୀ ଭାବରେ ରହୁଥିବା ଯୁବକଙ୍କ ନାମ ଦେବକୁ୍‌ଅଁର ବୋଲି ଜଣାପଡିଛି। ଦୁଇବର୍ଷ ତଳେ ପରିବାର ଲୋକେ ସନ୍ତାନ ପାଇଁ ଚାପ ପକାଇବାରୁ ଉଭୟ ବଡ ଭାଇଙ୍କ ପୁଅକୁ ପୁଅ କରି ଆଣି ରଖିଥିଲେ।

Share