Categories: ଫୁରସତ

‘ବିଶ୍ୱାସ ସ୍ବରୂପମ୍‌’ର ଅନାବରଣ ଆଜି

ଜୟପୁର: ରାଜସ୍ଥାନର ନାଥଦ୍ୱାରା ସହରରେ ତିଆରି ହୋଇଥିବା ୩୬୯ ଫୁଟ ଶିବ ମୂର୍ତ୍ତିର ଅନାବରଣ ଶନିବାର କରାଯିବ। ଏହି ମୂର୍ତ୍ତିର ନାମ ‘ବିଶ୍ୱାସ ସ୍ବରୂପମ୍‌’ ରଖାଯାଇଛି। ସନ୍ଥ ମୋରାରି ବପୁ ଏହି ମୂର୍ତ୍ତିର ଅନାବରଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଥିରେ ସାମିଲ ହେବେ। ତତ୍‌ ପଦମ ସଂସ୍ଥାନ ପକ୍ଷରୁ ଏହି ବିଶାଳ ମୂର୍ତ୍ତି ତିଆରି କରାଯାଇଛି। ତେବେ ଏହା ବିଶ୍ୱର ସବୁଠୁ ଉଚ୍ଚତମ ଶିବମୂର୍ତ୍ତି ହେବାକୁ ଥିବାବେଳେ ୨୫୦ କି.ମି ପବନର ବେଗକୁ ଏହା ସମ୍ଭାଳି ପାରିବ ବୋଲି ସଂସ୍ଥାନ ପକ୍ଷରୁ କୁହାଯାଇଛି। ମୂର୍ତ୍ତି ଅନାବରଣ ପରେ ୯ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ପ୍ରବଚନ, ସତ୍‌ସଙ୍ଗ ଭଳି କାର୍ଯ୍ୟକ୍ରମ କରାଯିବ।

Share